Unknown

 

 

 

 

 

 

 

 

 

 

ଜଙ୍ଗଲରେ ଶେଷ ରହସ୍ୟ

ପ୍ରଫୁଲ୍ଲ କୁମାର ରଥ

 

ଜଙ୍ଗଲରେ ଶେଷ ରହସ୍ୟ

 

ତକିଆ ତଳୁ ବାହାର କରି ଆଣିଲା ଦିଆସିଲିଟା । ଜଳେଇ ଦେଲା ଟେବୁଲ ଲ୍ୟାମ୍ପଟି । ଘର ଭିତରେ ଖେଳିଗଲା ସାଙ୍ଗେ ସାଙ୍ଗେ ଆଲୋକର ବନ୍ୟା । ଆଲୋକ ପରେ ଅନ୍ଧକାର । ଆଉ ଅନ୍ଧକାର ପରେ ଆଲୋକ । ସତେ କି ନିବିଡ଼ ସଫଳ ଏ’ ଦି’ଟାର ।

 

ମଣିଷର ସମ୍ପର୍କବି ଠିକ୍‌ ସେମିତି ଜୀବନ ଓ ମରଣ ସହ, ବଞ୍ଚି ରହିବା ପର୍ଯ୍ୟନ୍ତ ସବୁ କିସମର ହଇରାଣ ହରକତ । କିନ୍ତୁ ମଲାପରେ ସବୁ ଶୂନ୍ୟ ଫାଙ୍କା । ନିବିଡ଼ ଅନ୍ଧକାର ଭିତରେ ସମସ୍ତ ଜିନିଷର ସତ୍ତା ହଜିଗଲା ଭଳି ମଲାପରେ ମଣିଷ ଜୀବନର ପୂର୍ବାଂଶର ମାତନାଟା ଆଉକିଛି ରହେନି । ଲୀନ ହୋଇଯାଏ ସମୟର ଗର୍ଭରେ । ଜୀବନର ସ୍ମୃତିଗୁଡ଼ା କେବଳ ରହିଯାଏ କାହାଣୀହେଇ ।

 

ଟେବୁଲ ଲ୍ୟାମ୍ପର ଆଲୋକ ଶିଖା ପୁଣି କମି କମି ଆସୁଥିଲା ।

 

ସନ୍ଧ୍ୟା ଦେଖିଲା ଆଉ ସେଥିରେ ତେଲ ନାହିଁ । କ’ଣ ବା ? ବର୍ତ୍ତମାନ କିରାସିନି ଟିକିଏ ସେ ପାଇବ କୋଉଠୁ ? ରୀଟା ବର୍ତ୍ତମାନ ଯେ କୌଣସିମତେ ଶେଷ କରିଦବା ନିହାତି ଦରକାର । ମିଞ୍ଜିମିଞ୍ଜି ଲ୍ୟାମ୍ପର ମ୍ଳାନ ଶିଖାର କ୍ଷୀଣ ଆଲୋକରେ ରୀଟାର ଅବଶିଷ୍ଟାଂଶ ପୃଷ୍ଠାତକ ଗଣି ନେଇଗଲା ସନ୍ଧ୍ୟା ।

 

ଆଉ ଅଳ୍ପ କିଛି । ଜମା କୋଡ଼ିଏପଚିଶ ପୃଷ୍ଠା ଖଣ୍ଡେ ହବ । ଘଡ଼ିକି ଚାହିଁଲା ସେ । ସମୟ ପାଞ୍ଚଟା । ସକାଳ ପାଇଗଲାଣି । ତଥାପି କୋଠରି ଭିତରକୁ ଆସି ପାରିନି ଦିବାଲୋକ । ସନ୍ଧ୍ୟାର ମନଟା କେମିତିକା ଘୋଳିବିନ୍ଧି ହେବାକୁ ଲାଗିଲା ।

 

ମୃଗାଙ୍କର ଡାଏରୀ !

 

ଖୁବ୍‌ ଇଣ୍ଟରେଷ୍ଟିଂ । ବର୍ତ୍ତମାନ ସେ ଆସି ପହଞ୍ଚି ସାରିଥିଲା କ୍ଳାଇମେକ୍‌ସରୋବାକୀ ଥିଲା ସମାଧାନ–ଅର୍ଥାତ୍‌ ମୃଗାଙ୍କ କୋଉ ପରିସ୍ଥିତିର ନିବିଡ଼ ଚାପାରେ ପଡ଼ି ଆଜି ଆସି ପହଞ୍ଚିଚି ଅବସ୍ଥାରେ । ସେ ଜାଣିଥିଲା ଡାଏରୀଟାରୁ–ମୃଗାଙ୍କ ଖୁଣି....ଦୁଇ ଦୁଇଟା ଲୋକକୁ ଅତି ନିର୍ମମ ଆଉ ନିଷ୍ଠୁର ଭାବରେ ସେ କରିଥିଲେ ହତ୍ୟା । କିନ୍ତୁ ହତ୍ୟା କଲାପରେ ସେ କ’ଣ କରିଚି ?

 

କୁମ୍ଭକର୍ଣ୍ଣ ବିହାରୀ ସିଂହ ତାକୁ କ’ଣ ଛାଡ଼ି ଦେଇଚି ?

 

କୁମ୍ଭକର୍ଣ୍ଣ ବିହାରୀ ସିଂହ ଭାରତର ଗୋଟାଏ ନିର୍ମମ ଖୁଣି ଦସ୍ୟୁ । ଆଉ ମୃଗାଙ୍କ ଓରଫ ନାରାୟଣ....କେବଳ ପନ୍ଦର ଷୋଳବର୍ଷ ବୟସର ଗୋଟାଏ ବାଳକ–ରକ୍ତର ପୂର୍ଣ୍ଣ ଆବେଗ ତାକୁ ସେ ସହଜରେ ବରଦାସ୍ତ କରି ନ ପାରି ହତ୍ୟା କରି କିନ୍ତୁ ହତ୍ୟା କଲାପରେ ଯେତେବେଳେ ତା’ର ସମ୍ବିତଟାକୁ ସେ ପାଇଚି ସେ... ସେତେବେଳେ ସେ ରହି ଯାଇଚି କିଂକର୍ତ୍ତବ୍ୟ ହୋଇ ।

 

ସାଙ୍କେତିକା କର ଲେଉଟାଇଲା ।

 

ବୋଧେ ତା’ର ଗହୀର ନିଦଟା ପତଳା ହେଇ ଆସିଥିଲା ନିପଟ ଅଳସୋଇଟେ ତ । ରାତିସାରା ଘୁଙ୍ଗୁଡ଼ି ମାରି ଶୋଇଲେ ନିଘୋଡ଼ ନିଦରେ । ଏ’ଭିତରେ କେତେ କଥା ହେଇଚାଲିଲା ତେବେକେବି ତା’ର ନିଦ ଭାଙ୍ଗିବାକୁ ନାଇଁ । ମନେ ମନେ ହସିଲା ସନ୍ଧ୍ୟା । ଭଲ ହେଇଚି, ତା’ର ନିଦ ଭାଙ୍ଗନି । ନହେଲେ ତା’ର ଅନୁପସ୍ଥିତିରେ ଯଦି ସାଙ୍କେତିକାର ନିଦଟା ଭାଙ୍ଗି ଯାଇଥାନ୍ତା ନା, ହୁଏତ ସେ ନିଶ୍ଚୟ ବିପଦରେ ପଡ଼ି ଯାଇଥାନ୍ତା ।

 

‘‘ସାଙ୍କେତିକା...... ସାଙ୍କେତିକା ?’’

 

ସାଙ୍କେତିକାକୁ ଝଙ୍କେଇ ଉଠେଇଲା ସନ୍ଧ୍ୟା ।

 

‘‘ଉଁ !’’

 

ପୁଣି କର ଲେଉଟାଇ ଶୋଇବାକୁ ଚେଷ୍ଟା କଲା ସେ । ତା’ର କବରୀଟା ପୂରାପୂରି ଫିଟି ପଡ଼ି ଲୋଟି ପଡ଼ିଥିଲା ଖଟ ଉପରେ–ଇତସ୍ତତଃ ହୋଇ ।

 

ସନ୍ଧ୍ୟାର ସାଙ୍ଗେ ସାଙ୍ଗେ ମନେ ପଡ଼ିଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲାବଣ୍ୟ ବତୀର ସେଇ ଗୀତଟି–

 

‘‘କଡ଼ ଲେଉଟାଇ କବରୀ ଫିଟାଇ.....’’

 

ସାଙ୍କେତିକା କର ଲେଉଟେଇଚି । କବରୀଟାବି ଫିଟେଇଚି । କିନ୍ତୁ କାନ୍ତ କଥାତ ତା’ର କାଇଁ ଜମା ମନେ ପଡ଼ୁନି । ବୋଧେ ଏଇଠି ସାଙ୍କେତିକା ପାଇଁ କାନ୍ତର ଅଭାବ ନାହିଁ । ସେଥିପାଇଁ ସେ ନିସ୍ତେଜ ଆଉ ଚିନ୍ତାଶୂନ୍ୟ ହେଇ ଶୋଇ ଯାଇଚି । ନ ହେଲେ ଏ’ ବୟସରେ ଏମିତି କିଏ ଶୋଇପାରେ ଯେ ସାଙ୍କେତିକା ଶୁଅନ୍ତା ।

 

‘‘ସାଙ୍କେତିକା, ଏ ସାଙ୍କେତିକା ?’’

 

ଦିଆସିଲି କାଠିଟାଏ ଜଳଉ ଜଳଉ ସାଙ୍କେତିକାକୁ ଡାକୁଥିଲା ସନ୍ଧ୍ୟା ।

 

ଦିଆସିଲି କାଠିଟା ସୁଁ ସୁଁ ଶବ୍ଦ ସୃଷ୍ଟି କରି ଜଳି ଉଠିଲା । ତା’ରି ଆଲୋକରେ ସନ୍ଧ୍ୟା ଚାହିଁଲା ପୁଣିଥରେ ସାଙ୍କେତିକାକୁ । ଦେଖିଲା, ଛାତି ଉପରୁ ଖସି ପଡ଼ିଚି ଶାଢ଼ିଟା । ବିବସ୍ତ୍ର ହେଇ ପଡ଼ିଚି ତା’ର ସ୍ତନ ଯୁଗଳ । କେଜାଣି କାଇଁକି ସନ୍ଧ୍ୟାର ଆଗ୍ରହ ଟିକିଏ ବଢ଼ିଗଲା । ଯେତେହେଲେ ସେତ ନାରୀ...ପୁଣି କୁମାରୀ । ସବୁବେଳେ ପୁରୁଷ ପାଖରେ କଟି ଯାଉଚି ତା’ର ଦିନଗୁଡ଼ିକ । ତେଣୁ ତା’ର ଅନିଚ୍ଛା ସତ୍ତ୍ୱେବି ଯୌନ ଆକାଂକ୍ଷା ମନରେ ଜାତ ହବାତ ଅତି ସ୍ୱାଭାବିକ କଥା । ଆଉ ଗୋଟାଏ ଦିଆସିଲି କାଠି ଜଳେଇ ସନ୍ଧ୍ୟା ଚାହିଁଲା ସାଙ୍କେତିକାର ବକ୍ଷକୁ । ଫୁଙ୍ଗୁଳା ବକ୍ଷ ଉପରେ ଦିଓଟି ସ୍ତନ ।

 

କ୍ଷତବିକ୍ଷତ ଅବସ୍ଥା । ଚର୍ମ ଆବରଣ ଉପରେ ଆସି ଯାଇଥିଲା ଶୀଥିଳତା ।

 

ସନ୍ଧ୍ୟାର ଆଉ ବୁଝିବାକୁ କିଛି ବାକି ରହିଲାନି । ପୁରୁଷହାତ ପାପୁଲିର ମୃଦୁ ମନ୍ଥନର ପରଶ ଖାଇ ଖାଇ ତା’ର ସ୍ତନ ଦି’ଟାରେ ଆସି ଯାଇଚି ଶିଥିଳତା । ଏଥିରେ ଏ’ ବିଚାରୀ ସାଙ୍କେତିକାର କୌଣସି ଦୋଷ ନାହିଁ । ଦୋଷ ହଉଚି ସେଇ ବିଧାତାର–ଯେ କି ସୃଷ୍ଟି କରିଚି ଏ’ ସଂସାର ଭିତରେ ନାରୀ ଓ ପୁରୁଷ । ଖୁନ୍ଦି ଖୁନ୍ଦି ଭରି ଦେଇଚି ସେମାନଙ୍କ ମନ ଭିତରେ ଯୌନ କ୍ଷୁଧାର ତୀବ୍ର ଲାଳସା ।

 

‘‘ସାଙ୍କେତିକା ଆଲୋହେ ଉଠ ଟିକିଏ ?’’

 

ତାକୁ ଜୋର୍‍ରେ ଝଙ୍କେଇ ଦେଲା ସନ୍ଧ୍ୟା ।

 

ଚମକି ଉଠି ବସି ପଡ଼ିଲା ସାଙ୍କେତିକା ଆଖି ମଳି ମଳି କହିଲା–ମୋତେ କାହିଁକି ଉଠେଇଲା ଅପା ?’’

 

‘‘ଲ୍ୟାମ୍ପ୍‍ଟା ଲିଭିଗଲା ପରା ଦେଖୁଚୁ ।’’

 

‘‘ଲିଭୁ, ତମେ ଶୋଇପଡ଼ । ସକାଳୁ ଦେଖିବା ।’’

 

କହୁ କହୁ ଶୋଇ ପଡ଼ୁଥିଲା ସେ । ପୁଣି ତା’ର ହାତଟାକୁ ଟାଣିଧରି ତାକୁ ବସେଇ ଦଉ ଦଉ କହିଲା ସନ୍ଧ୍ୟା–‘‘କହ, କିରାସିନି କୋଉଠି ଅଛି ?’’

 

‘‘କିରାସିନି ତ ଏଠି ଆଉ ନାହିଁ ।’’

 

‘‘ଆଉ ହବ କିମିତି ଯେ ?’’

 

‘‘ନ ହଉ, ଶୋଇପଡ଼ ।’’

 

‘‘ନାଇଁ ମୋର ଗୋଟାଏ ବିଷୟ ପଢ଼ିବାର ଅଛି ପରା । ଯା’ ଉଠ ଟିକିଏ କିରାସିନି ନେଇ ଆସ ।’’

 

‘‘ଉଁ...ଏବେ ଆଉ କିରାସିନି ଫିରାସିନି କିଛି ମିଳିବନିମ’ ଅପା–’’ ଅଳସ କଣ୍ଠରେ ସାମାନ୍ୟ ବିରକ୍ତିର ଆଭାସ ଦେଇ କହିଲା ସାଙ୍କେତିକା–‘‘ଏଇ ନିଅ, ମୋ ତକିଆତଳେ ମହମବତି ଅଛି । ତାକୁ ଜଳେଇ ଯାହା କରିବା କଥା କର ।’’ ପୁଣି ଶୋଇ ପଡ଼ିଲା ସାଙ୍କେତିକା ।

 

କିଛି ସମୟ ପରେ.....

 

ମହମବତିଟି ଜଳୁଥିଲା ।

 

ଆଉ ତା’ରି ଆଲୋକରେ ସନ୍ଧ୍ୟା ପଢ଼ିବାକୁ ଆରମ୍ଭ କଲା ଡାଏରୀ...ମୃଗାଙ୍କର ତରୁଣ ଜୀବନର ଅବଶିଷ୍ଟାଂଶ ଇତିବୃତ୍ତ ।

 

ଏକେତ ନାରାୟଣ ଯୁବକ । ପୁଣି ମତିଗତିରେ ତା’ର ପୂରି ରହିଥିଲା ଚରମ ଅସ୍ଥିରତା-। ନିର୍ବାକ ନିସ୍ପନ୍ଦ ହେଇ ଛିଡ଼ା ହେଇଥିଲା ନାରାୟଣ । ଦେଖିଲେ ମନେ ହଉଥିଲା ଯେମିତି ଏକ ପ୍ରାଣହୀନ ମଣିଷଟେ ଛିଡ଼ା ହେଇଚି । ବୋଧେ’ ପାଟିରେ ତା’ର ଆଉ ନଥିଲା କୌଣସି ଭାଷା-

 

‘‘କ’ଣ ମୋ କଥା ଶୁଣିଲତ ?’’

 

ଗର୍ଜି ଉଠିଲା କୁମ୍ଭକର୍ଣ୍ଣ ବିହାରୀ ସିଂହ ।

 

ସ୍ତବ୍ଧତା ଭାଙ୍ଗିଲା ନାରାୟଣ ।

 

ଚମକ ପଶିଗଲା ତା’ର ଛାତି ଭିତରେ ।

 

‘‘କ’ଣ କହିଲ ତମେ ?’’

 

ପ୍ରଶ୍ନ କଲା ନାରାୟଣ । ତା’ର ହାବଭାବରୁ ଜଣାଯାଉଥିଲା ସତେ ଯେମିତି ସେ କିଛି ଜାଣେନି । ନିହାତି ଅଜ୍ଞ ଆଉ ନିର୍ଦ୍ଦୋଷ ।

 

‘‘ବର୍ତ୍ତମାନ ତୁମ ଆଗରେ ଦୁଇଟି ମାତ୍ର ପନ୍ଥା–ଫାଶୀ ନଚେତ ମୁକ୍ତି ।’’

 

ଧୀରେ ଧୀରେ ନାରାୟଣର ପାଖକୁ ଲାଗି ଲାଗି ଆସୁଥିଲା କୁମ୍ଭକର୍ଣ୍ଣ ବିହାରୀ ସିଂହ ।

 

‘‘ମୁକ୍ତି ପାଇବାକୁ ହେଲେ ତମକୁ ତମର ସମସ୍ତ ଟଙ୍କା ସୁନା, ଧନଦଉଲତର ମୋହ ତ୍ୟାଗ କରିବାକୁ ପଡ଼ିବ । ନଚେତ ଫାଶୀପାଇଁ ପ୍ରସ୍ତୁତ ହେଇଯାଅ ।

 

‘‘ମତେ ଦିନଟେ ଭାବିବାକୁ ସମୟ ଦିଅନ୍ତୁ ବିହାରୀ ସିଂହ । ଅସହାୟ ଭାବରେ କହିଲା ନାରାୟଣ ।

 

‘‘ବିହାରୀ ସିଂହ ଏତେଟା ବୋକା ନୁହେଁ ଯୁବକ । ବର୍ତ୍ତମାନହିଁ ତୁମକୁ ଫଇସଲା କରିବାକୁ ହବ ।

 

ମୋର ଆଉ ସମୟ ନାହିଁ । ମୁଁ ଚାଲିଲି, କିନ୍ତୁ ଯିବା ପୂର୍ବରୁ ତୁମକୁ ଆଉରି ଥରେ ଭଲରୂପେ କହି ଯାଉଚି, ମୁଁ ଯଦି ଏଠୁ ରିକ୍ତହସ୍ତରେ ନିରାଶ ହେଇ ଫେରିଯାଏଁ ତେବେ, ତୁମେ ଫାଶୀପାଇଁ ଆଜିଠୁ ପ୍ରସ୍ତୁତ ହୋଇ ରୁହ ।

 

କହିଦେଇ ଝଡ଼ବେଗରେ ସେଇଠୁ ଚାଲିଯାଉଥିଲା ବିହାରୀ ସିଂହ ।

 

‘‘ଶୁଣ ।’’

 

ଦରଜା ପାଖରେ ହଠାତ ଅଟକିଗଲା ବିହାରୀ ସିଂହର ଚଳନ୍ତା ପାଦ ଯୋଡ଼ିକ । ସେ ଫେରି ପଡ଼ି ଆଶାୟୀ ନେତ୍ରରେ ଚାହିଁଲା ଯୁବକ ନାରାୟଣକୁ ।

 

‘‘ବର୍ତ୍ତମାନର ଟଙ୍କା, ସୁନା ଆଣି ତମକୁ ଦବା ମୋ ପକ୍ଷରେ ଆଦୌ ସମ୍ଭବପର ନୁହେଁ, ଏଣୁ ତମେ ମତେ କେବଳ ଦିନଟେ ସମୟ ଦିଅ । ମୁଁ ତୁମକୁ କଥା ଦେଉଚି, କାଲି ରାତି ବାରଟା ସୁଦ୍ଧା ମୋ ବାପାଙ୍କ ପାଖରେ ଯାହା କିଛି ଟଙ୍କା ସୁନା ଅଛି ନେଇ ତମକୁ ଦେଇ ଆସିବି ।

 

‘‘ବେଶ୍‌ ତେବେ । ତମରି କଥା ଅନୁସାରେ ମୁଁ ଗୋଟାଏ ଦିନ ଅପେକ୍ଷା କରୁଚି । କିନ୍ତୁ କାଲି ବାରଟା ସୁଦ୍ଧା ତମେ ନ ଆସିଲେ ବିହାରୀ ସିଂହ ତା’ର ଦେଖିଲା କାମ କରିନବ । ମନେ ରହିଲା ତ ?

 

ଏକ କକ୍ଷଚ୍ୟୁତ ଅଶାନ୍ତ ଗ୍ରହ ଭଳି କକ୍ଷ ଭିତରୁ ବିଷ୍‌କ୍ରାନ୍ତ ହୋଇ ଚାଲିଗଲା ବିହାରୀ ସିଂହ । ଥକ୍କା ହେଇ ତା’ର ଯିବା ପଥକୁ କିଛି ସମୟ ଧରି ଚାହିଁ ରହିଲା ନାରାୟଣ । ତା’ପରେ ମୁହଁ ବୁଲେଇ ଦେଖିଲା ଘର ଭିତରେ ପଡ଼ିଛି ଦୁଇଟା ଲାସ୍‌–ନିଶା ଓ ସାଧୁଚରଣର । ମନେ ହେଉଥିଲା ସେ ଦୁହିଁଙ୍କର ତତଲା ରକ୍ତରେ ଘରର ଚଟାଣଟା ଯେମିତି ଢଳେଇ ହେଇ ପଡ଼ିଚି ।

 

ନିଶାର ଲାସ୍‌ଟା ଉଲଗ୍ନ ଅବସ୍ଥାରେ ଚିତ୍‌ହୋଇ ପଡ଼ିଥିଲା–ଖଟ ଉପରେ । ସାଧୁଚରଣର ଅଣ୍ଟାଠୁ ଉପରକୁ ଓହଳି ପଡ଼ିଥିଲା ଖଟ ତଳକୁ । ଦେଖିଲେ ମନେ ହେଉଥିଲା ସେ ଯେମିତି ହାମୁଡି ପଡ଼ି ଯାଉଚି ଖଟଟା ଉପରୁ ।

 

ସେହି ବୀଭତ୍ସ ଦୃଶ୍ୟକୁ ଆଉ ଆଖି ପୂରେଇ ଦେଖିବାର ଧୈର୍ଯ୍ୟ ନଥିଲା ଯୁବକ ନାରାୟଣର । ସେ ରକ୍ତାକ୍ତ ଚାଦର ଖଣ୍ଡିକୁ ଟାଣି ଆଣି ଢାଙ୍କିଦେଲା ନିଶା ଉପରେ । ତା’ପରେ କ୍ଷିପ୍ରଗତିରେ ଚାଲି ଆସିଲା ବାହାରକୁ । ଆସି ବାହାରୁ ଦରଜାଟା ବନ୍ଦ କରିଦେଇ ଏକ ମସ୍ତବଡ଼ ତାଲାଟିଏ ଆଣି ପକେଇ ଦେଲା ।

 

ଚାଲିଆସିଲା ରାସ୍ତା ଉପରକୁ । ସେତେବେଳକୁ ମହୁଲ ପଦର ଗାଁଟି ପାହାନ୍ତି ଅନ୍ଧକାର ଭିତରେ ଯେମିତି ଭାସୁଥିଲା । ଆକାଶର ଘାଏ ଉପରକୁ ଉଠି ଆସିଥିଲା କୁଆଁତାରାଟା । ରହି ରହି ଗାଁ କୁକୁଡ଼ା ରଡ଼ିଛାଡ଼ି ଜଣେଇ ଦଉଥିଲା ଉଷାରାଣୀଙ୍କ ଶୁଭାଗମନର ଶୁଭବାର୍ତ୍ତା । ସକାଳ ହବାକୁ ଆହୁରି କେତେ ନାଇଁ କେତେ ଡେରିଥିଲା ।

 

ନାରାୟଣ ଏକ ନିଃଶ୍ୱାସରେ ଚାଲି ଆସିଲା ନିଜ ଘରକୁ । ସିଧା ପଶିଗଲା ବାପାଙ୍କ ଶୋଇବା ଘର ଭିତରେ । ବାପା ତା’ର ସେତେବେଳକୁ ଶୋଇଥିଲେ ନିଘୋଡ଼ ନିଦରେ । ତାଙ୍କ ମୁଣ୍ଡତଳେ ଥିବା ତକିଆ ତଳଟା ଦରାଣ୍ଡି ଦେଖିଲା । ହାତରେ ପଡ଼ିଲା ତା’ର ବାପାଙ୍କ ଚାବି ମାଳଟା...ବିରାଟ୍ ଏକ ଚାବି ପେନ୍ଥାଟା । ଛୋଟବଡ଼ ହେଇ ପ୍ରାୟ ପଚାଶ କି ଷାଠିଏ ହବ ଚାବି ଗୁନ୍ଥା ହୋଇଥିଲା ବିରାଟ୍ ଏକ ଲୁହା ରିଙ୍ଗ୍‍ରେ । କୋଉ ତାଲାର କୋଉ ଚାବିଟା ସେ ଜମା ଜାଣି ନଥିଲା । ଜାଣିବାର ଅବସର ବା ସୁଯୋଗ ସେ କେବେ ପାଇ ନଥିଲା ।

 

କାରଣ ?

 

କାରଣ ନାରାୟଣ ଯାଇ ପଢ଼ୁଥିଲା ସୁଦୂର ଜୟପୁର ହାଇସ୍କୁଲରେ । ସେତେବେଳକୁ ସେ ଦଶମ ଶ୍ରେଣୀର ଛାତ୍ର । ବୋର୍ଡିଂରେ ରହୁଥିଲା । ବର୍ତ୍ତମାନ ପରି ତ ଆଗ ଯାତାୟାତର ଏତେ ସୁବିଧା ନଥିଲା । ଜୟପୁର ଯିବାକୁ ହେଲେ ପ୍ରଥମେ ବଳଦ ଗାଡ଼ିରେ ନବରଙ୍ଗପୁର ପର୍ଯ୍ୟନ୍ତ ଯାଇ ସେଇଠୁ ବସ୍‌ଧରିବାକୁ ପଡ଼ୁଥିଲା । ଦିନକୁ ଗୋଟାଏ ମାତ୍ର ବସ୍ ।

 

ତେଣୁ ଲମ୍ୱା ଛୁଟି ଛଡ଼ା ଅନ୍ୟ ସମୟରେ ନାରାୟଣ ଆସିପାରୁ ନଥିଲା ନିଜଗାଁକୁ । ତା’ର ସମସ୍ତ ଖର୍ଚ୍ଚ ପ୍ରତି ମାସର ପ୍ରଥମ ସପ୍ତାହର ସନାତନ ଯୋଡ଼ିଏ ଲୋକଦ୍ୱାରା ପଠେଇ ଦଉଥିଲେ । ବର୍ତ୍ତମାନ ସେ ଆସିଥିଲା ଅସମୟରେ...ଅବେଳାରେ ।

 

ମାଘ ମାସଟା ।

 

ବଡ଼ଦିନ ଛୁଟିରେ ଆସି ସେ ଗାଁରୁ ଯାଇଥିଲା । ପୁଣି ବର୍ତ୍ତମାନ ତାକୁ ବାଧ୍ୟ ହେଇ ଆସିବାକୁ ପଡ଼ିଲା । କାରଣ ସନାତନ ପଡ଼ିଥିଲେ ଶକ୍ତ ବେମାରରେ । ଲୋକ ଯାଇ ତାକୁ ଡାକି ଆଣିଥିଲା ସୁଦୂର ଜୟପୁରରୁ । ବାଧ୍ୟ ହେଇ ଆସିଥିଲା ସେ । ପିଲାଦିନରୁ ମା’ର ମମତା କ’ଣ ସେ ଜାଣି ନଥିଲା । ତେଣୁକରି ସେ ନିଜ ବାପା ନିକଟରୁ ପାଉଥିଲା ସମସ୍ତ ସ୍ନେହ ମମତା । ଦୋହଡ଼ପକ୍ଷ ବାହା ହେଇ ମଧ୍ୟ ସନାତନଙ୍କ ସ୍ନେହ ଜମା କମି ନଥିଲା ନାରାୟଣ ଉପରୁ । ବରଂ ଆମ ଅପେକ୍ଷା ଆହୁରି ବଢ଼ି ଯାଉଥିଲା ଦି’ଗୁଣ ।

 

ଆଉ ନିଶା ?

 

ସାବତ ମା’ର ଏକ ବ୍ୟତିକ୍ରମ ସେ । ସନାତନଙ୍କୁ ବାହାହେଇ ତାଙ୍କ ଘରକୁ ଆସିଲା ବେଳକୁ ନାରାୟଣ ଥିଲା ତା’ର ସମବୟସ୍କ ପ୍ରଥମେ ପ୍ରଥମେ ସେ ନାରାୟଣକୁ କ’ଣ ବୋଲି ଡାକିବ କିଛି ବୁଝିପାରୁ ନଥିଲା ।

 

ପୁଅ ବୋଲି ଡାକିବାକୁ ସଙ୍କୋଚ ବୋଧ ହଉଥିଲା ତାକୁ । ନାରାୟଣରବି ସେଇ ଅବସ୍ଥା । ତେବେ ସେ ଯାହା ହଉନା’ କାହିଁକି ନିଶାବି ମନ ପ୍ରାଣଦେଇ ଭଲ ପାଉଥିଲା ତାକୁ । ସେ ବି ନିଶାକୁ ଦଉଥିଲା ତା’ର ପ୍ରତିଦାନ ପୁଅର ସ୍ନେହ ଦେଇ..... ।

 

କିନ୍ତୁ ?

 

କିନ୍ତୁ ଆଜି ସେ ନିର୍ମମ ଭାବରେ ହତ୍ୟାକଲା ସେଇ ନିଶାକୁ । ସେ ଏଥିପୂର୍ବରୁ ଜାଣି ନଥିଲା ଯେ...ନିଶାର ସୁନ୍ଦର ଆକର୍ଷଣୀୟ ଶରୀରର ଅନ୍ତରାଳରେ ମନ ବୋଲି ଯୋଉ ଗୋଟିଏ ଜିନିଷ ଲୁଚି ରହିଚି, ତାହା ଏଡ଼ିକି ବିଷାକ୍ତ ଆଉ ମାରାତ୍ମକ ବୋଲି ।

 

ଭୋ ଭୋ ହେଇ ଦାଣ୍ଡପଟୁ ଭୁକି ଉଠିଲା ଗୋଟିଏ ବୁଲା କୁକୁର ।

 

ତନ୍ମୟତା ଭିତରୁ ଓହରି ଆସି ତନ୍ମୟତା ଭିତରେ ଯୋଗ ଦେଲା ନାରାୟଣ ।

 

ଚାବିପେନ୍ଥାଟା ଧରି ବାପାଙ୍କ ମୁଣ୍ଡ ପାଖକୁ ଚାଲି ଆସିଲା କ୍ଷିପ୍ର ଗତିରେ । ସେଇ ଘରର ଆଉ ଗୋଟାଏ କଣକୁ ରଖା ଯାଇଥିଲା ଏକ ମସ୍ତବଡ଼ ଲୁହାର ଆଲମିରା । କେଜାଣି କେତେ ଯୁଗର କେତେ ପୁରୁଣା । ତା’ର ଇତିହାସଟା ଜାଣିବାପାଇଁ ସେ କେବେ ଚେଷ୍ଟା କରି ନଥିଲା କିମ୍ୱା ସୁଯୋଗ ମଧ୍ୟ ପାଇ ନଥିଲା । କିନ୍ତୁ ତା’ର ବୁଦ୍ଧି ହେଲା ଦିନଠୁ ସେ ଦେଖି ଆସୁଥିଲା ସେଇ ଆଲମିରାଟାକୁ ।

 

ତିନିବର୍ଷ ତଳର ଏକ ପୁରୁଣା କଥା ।

 

ଥରେ ବାପା ତା’ର ତା’ରି ଆଗରେ ଫିଟେଇ ଥିଲେ ଆଲମିରାଟାକୁ । ଟଙ୍କା ସୁନାରେ ଖୁନ୍ଦି ହେଇ ରହିଥିଲା । ସେତ ତିନିବର୍ଷ ତଳର କଥା । ଆଉ ଏବେ ?

 

ଭାବିବାକୁ ଆଉ ଜମା ସମୟ ନାହିଁ ।

 

ତରତର ହେଲା ନାରାୟଣ ।

 

ଗୋଟାକ ପରେ ଗୋଟାଏ ଚାବି ସାହାଯ୍ୟରେ ସେ ଆଲମିରାଟାକୁ ଖୋଲିବାକୁ ଚେଷ୍ଟା କରୁଥିଲା । ହାତରେ ସମୟ ଅଳ୍ପ । ସକାଳ ପାଇଗଲେ ଆଉ ତା’ର ରକ୍ଷା ନାହିଁ । ଯାହା କରିବା କଥା ଏଇ ସମୟ ଭିତରେ କରିଯିବା ଦରକାର । ପେନ୍ଥାରୁ ଚାବି ପରେ ଚାବି ବଦଳେଇ ଚାଲିଥିଲା ସେ । ହଠାତ ଗୋଟାଏ ଚାବି ପୂରେଇ ମୋଡ଼ି ଦେବାକ୍ଷଣି ସାମାନ୍ୟ ଶବ୍ଦହେଲା । ଜୋର୍‌ରେ ଧରି ଟାଣିଦବାରୁ ବିରାଟ୍ ତାଲାଟା ଫିଟିଗଲା । ତରତର ହେଇ ଆଲମିରାଟାକୁ ଫିଟେଇ ଦେଲା ନାରାୟଣ । ସାମାନ୍ୟ ଶବ୍ଦ ହେଲା ।

 

ରୋଗୀ ବାପା ତା’ର କର ଲେଉଟେଇଲେ ।

 

ଠକ୍‌...ଠକ୍‌...ଠକ୍‌ ।

 

ବାହାର ଦରଜାରେ ମୃଦୁ ଆଘାତର ଶବ୍ଦ ।

 

‘‘କିଏ ?’’

 

ଗମ୍ଭୀର କଣ୍ଠରେ ପ୍ରଶ୍ନ କଲା ସନ୍ଧ୍ୟା ।

 

‘‘ମୁଁ ମିନତି । ଦରଜା ଖୋଲ ?’’

 

ବାଧ୍ୟ ହେଇ ଡାଏରୀଟାକୁ ତକିଆତଳେ ରଖିଦେଇ ଉଠିଗଲା ସନ୍ଧ୍ୟା–ଦରଜା ଖୋଲିବାକୁ । ଖୋଲିଦେଲା ଦରଜା । ଭିତରକୁ ପଶି ଆସୁ ଆସୁ କହିଲା ମିନତି–

 

‘‘କ’ଣ ସନ୍ଧ୍ୟା ଦିଦି ? ଭଲ ଅଛତ ?’’

 

‘‘ଆରେ ମିନତି, ତମେ !’’

 

ମିନତିକି ଦେଖି ଆନନ୍ଦରେ ଉଲ୍ଲସିତ ହେଇ ଉଠିଲା ସନ୍ଧ୍ୟା । କହିଲା–‘‘ତମକୁ ମନେ ମନେ ମୁଁ ଯେତିକି ଖୋଜିଚି ସେ କଥା ଆଉ କୁହନି ମିନତି ।’’

 

‘‘ଏଣିକି ଆଉ ଜମା ଖୋଜିବାକୁ ପଡ଼ିବନି ଦିଦି–‘‘କହିଲା ମିନତି ହସି ହସି–’’ ଆଜିଠୁ ଆମର ଏଇ ଷ୍ଟ୍ରେଂଜ୍‌ଟାଉନ୍‌ ଭିତରେ ତମର ଅବାଧ ଗତି । ଯୁଆଡ଼େ ଇଚ୍ଛା ସିଆଡ଼େ ଯିବା ଆସିବା କରିପାର ।’’

 

‘‘ଷ୍ଟ୍ରେଂଜ୍‌ ଟାଉନ୍‌ ?’’

 

ଅତିଶୟ ଆଶ୍ଚର୍ଯ୍ୟ ହେଲା ସନ୍ଧ୍ୟା । ସେ ଦିନ ସେମିତି ସାଙ୍କେତିକ ଏ’ଭଳି କେତେଗୁଡ଼ିଏ ସାଙ୍କେତିକ ଇଂରାଜୀ ଶବ୍ଦ ବ୍ୟବହାର କରିଥିଲା ତା’ରି ଆଗରେ । ଆଉ ବର୍ତ୍ତମାନ ମିନତି ପାଟିରୁ ବାହାରି ପଡ଼ିଲା ଷ୍ଟ୍ରେଂଜ୍‌ଟାଉନ୍‌ । ସନ୍ଧ୍ୟା ସେହି ଶବ୍ଦଗୁଡ଼ିକୁ ମନେପକେଇବାକୁ ଚେଷ୍ଟାକଲା ।

 

ଲେଜର୍‌ଟାରୀ ।

 

ଡେଞ୍ଜେରେସ୍‌ କ୍ୟାବିନ୍‌ ।

 

ଏନିମି ଚେମ୍ୱର ।

 

ଚେମ୍ୱର ନମ୍ୱର ଡବ୍ଳ୍ୟୁଫୋର ।

 

ଆଉ ବର୍ତ୍ତମାନ ମିନତି ପାଟିରେ–ଷ୍ଟ୍ରେଂଜ୍‌ ଟାଉନ୍‌ ।

 

‘‘କ’ଣ ଭାବୁଚ ଏତେ ଦିଦି ?’’

 

ମିନତିର ପ୍ରଶ୍ନରେ ସଂଯତ ହେଲା ସନ୍ଧ୍ୟା । କହିଲା–‘‘ଷ୍ଟ୍ରେଂଜ୍ ଟାଉନ୍‌ କ’ଣ ମିନତି ?’’

 

‘ସେ ସବୁ କଥା ତମେ ଏଣିକିବଳେ ଜାଣିବନି ଦିଦି । ବର୍ତ୍ତମାନ ଟିକିଏ ଚଞ୍ଚଳ ଚଞ୍ଚଳ ନିତ୍ୟକର୍ମଟା ସାରି ଦେଇ ପ୍ରସ୍ତୁତ ହେଇ ରୁହ । ଠିକ୍‌ ଆଠଟାରେ ଏଠିକି ଡାକ୍ତରବାବୁ ଆସିବେ । ଆଜି ନ’ଟା ସୁଦ୍ଧା ତମକୁ ଏଇ ଟ୍ରିଟ୍‌ମେଣ୍ଟ ଚେମ୍ୱର ଛାଡ଼ି ରେଷ୍ଟହାଉସ୍‌ର ତୁମ ନମ୍ୱର ‘‘ପି’’ କି ଚାଲିଯିବାକୁ ପଡ଼ିବ ।

 

‘‘ରେଷ୍ଟ ହାଉସ୍‌ ? ରୁମ ନମ୍ୱର ‘‘ପି’’ ।

 

ସନ୍ଧ୍ୟାର ମନେ ହେଲା ବର୍ତ୍ତମାନ ସେ ଯେମିତି ଏକ ଗୋଲକଧନ୍ଦା ଭିତରେ ଆସି ପଡ଼ି ଯାଇଚି । ହଠାତ ତା’ର ମନେ ପଡ଼ିଗଲା ଆହୁରି କେତେଦିନ ତଳର ପୁରୁଣା କଥା...ଅଝାଡ଼ ଜଙ୍ଗଲ ଭିତରୁ ଥରେ ସେ ଆବିଷ୍କାର କରିଥିଲା ଖଣ୍ଡିଏ କାଗଜ ଟୁକୁରା । ଯେଉଁଥିରେ ଲେଖା ହେଇଥିଲା–

 

‘‘ଡାଇଭରସନ୍‌ ଏ ହେଡ଼୍ ।’’

 

‘‘ଡ୍ରାଇଭ୍‌ ସ୍ଳୋ ।’’

 

‘‘ବ୍ଳୋ ହର୍ଣ୍ଣ ।’’

 

ତଳେ ଲେଖାଥିଲା କଣ୍ଟ୍ରାକ୍‍ଟର । ଆଉ ଆଜି– ?

 

ସନ୍ଧ୍ୟା ବଲବଲ କରି ଚାହିଁଥିଲା ମିନତିର ମୁହଁକୁ । ମିନତି ତା’ର ଚାହାଣିରୁ ଯେମିତି ତା’ର ମନର କଥାଟା ବୁଝିଗଲା । ତେଣୁ ସେ ହସି ହସି ସରଳ କଣ୍ଠରେ କହିଲା–

 

‘‘ତମକୁ ଥରେ ପରା କହିଲି ଦିଦି । ଏଥିରେ ଏତେଟା ଆଶ୍ଚର୍ଯ୍ୟର କାରଣ କିଛିନାହିଁ । ଆଜି ନୂଆ ବୋଲି ଏତେ ଆଶ୍ଚର୍ଯ୍ୟ ହଉଚ । କାଲିକି ପୁରୁଣା ହେଲେ ସବୁ ଦେହସୁହା ହେଇଯିବ । ବେଗାବେଗି ନିତ୍ୟକର୍ମଟା ସାରିଦେଲ । ଜଳଖିଆ ଆସିବାବେଳ ହେଇଗଲାଣି ।’’

 

କହୁ କହୁ ସାଙ୍କେତିକା ଉପରେ ଦୃଷ୍ଟି ପଡ଼ିଲା ମିନତିର ।

 

‘‘ଆରେ, ଏଇଟା ଏଡ଼େ ଅଳସୋଇ ପଡ଼ିଲାଣି । ଆସି ସାତଟା ବାଜିବା ଉପରେ । ତେବେକେବି ତା’ର ନିଦ ଭାଙ୍ଗିବାକୁ ନାହିଁ ।’’

 

ଆଗେଇ ଗଲା ସାଙ୍କେତିକା ପାଖକୁ । ଝଙ୍କେଇ ଉଠେଇଲା ତାକୁ । କର ଲେଉଟେଇ ପୁଣି ଶୋଇଗଲା ସେ । ମନାକଲା ସନ୍ଧ୍ୟା । କହିଲା, ତାକୁ କାଇଁ ଉଠଉଚ ? ତା’ର ସେତ ଶୋଇଚି, ଶୋଇଥାଉ ।

 

ହାତଘଡ଼ିକି ଅନେଇଲା ମିନତି । କହିଲା–‘‘ଆସି ସାତଟା ପନ୍ଦର ହେଲାଣି । ଠିକ୍‌ ସାଢ଼େ ସାତଟାରେ ତା’ର ଡ୍ୟୁଟି ଅଛି । ଠିକ୍‌ ସମୟରେ ଡ୍ୟୁଟିକି ନଗଲେ କଠିନ ଦଣ୍ଡ ପାଇବଟି ସେ ।’’ ଜୋର୍‌ରେ ଝଙ୍କେଇ ଉଠେଇ ଦେଲା ସାଙ୍କେତିକାକୁ । ଗୁରୁ ଗୁରୁ ହୋଇ ଉଠି ପଡ଼ିଲା ସାଙ୍କେତିକା । ପରେ ପରେ ନିଜର ଭୁଲ୍ ବୁଝିପାରି ତରତର ହେଇ ଚାଲିଗଲା ସେ ।

 

ସନ୍ଧ୍ୟାଗଲା ନିଜର ନିତ୍ୟକର୍ମ ସାରିବାକୁ । ମିନତି ବସି ରହିଲା ସେଇ ଟ୍ରିଟ୍‌ମେଣ୍ଟ ଓ୍ୱାର୍ଡ଼ ଭିତରେ । ଅଧଘଣ୍ଟା ଭିତରେ ନିତ୍ୟକର୍ମଟା ସାରିଦେଇ ଫେରି ଆସିଲା ସନ୍ଧ୍ୟା । ଦେଖିଲା ତା’ର ଶଯ୍ୟା ନିକଟରେ କେତେବେଳୁ ଆସି ଥୁଆ ହେଇଚି ଜଳଖିଆ ।

 

ସନ୍ଧ୍ୟା ଆଉ ମିନତି ଜଳଖିଆ ଖାଇବାକୁ ଆରମ୍ଭ କଲେ ।

 

ଠିକ୍‌ ଆଠଟାରେ ଆସି ପହଞ୍ଚିଲେ ଡାକ୍ତରବାବୁ । ସେଦିନ ରାତି ଭଳି ଆଉ ତାଙ୍କ ମୁଖମଣ୍ଡଳରେ ନଥିଲା କୌଣସି ଆବରଣ । କେଜାଣି କାହିଁକି ବର୍ତ୍ତମାନ ସନ୍ଧ୍ୟା ଆଗରେ ନିଜର ଚେହେରାକୁ ଲୁଚେଇ ରଖିବାପାଇଁ ସେ ଯେମିତି ଆଉ ଜମା ଚାହୁଁ ନଥିଲେ । ବେଶ୍‌ ଏକ ସୁସ୍ଥସବଳ ଯୁବକ । ମୁହଁର ଗମ୍ଭୀର ଭାବ ଅତି ମେଳାପୀ ବୋଲି ମନେ ହଉ ନଥିଲେ । ଦେହଟା କଳା କିଟି କିଟି–ଠିକ୍‌ ଆଫ୍ରିକା ମହାଦେଶରେ ଏକ ନିଗ୍ରୋ ଭଳି ଦେଖା ଯାଉଥିଲେ ସେ । ମୁଣ୍ଡରେ ଛୋଟ ଛୋଟ ବାଳ ।

 

ସନ୍ଧ୍ୟା ସହଜରେ ଠଉରେଇ ପାରୁ ନଥିଲା ।

 

ଲୋକଟି କୋଉ ଦେଶର ?

 

ମାନେ ଭାରତର ନା ଭାରତ ବାହାରର ?

 

ଯଦି ଭାରତର ହେଇଥାଏ ତେବେତ ତାକୁ ଏଠି ଦେଖି ସେତେଟା ଆଶ୍ଚର୍ଯ୍ୟ ହେଇ ପଡ଼ିବା ଜମା ଉଚିତ ନୁହେଁ । କିନ୍ତୁ ସେ ଯଦି ଭାରତ ବାହାରର...ସୁଦୂର ଆଫ୍ରିକା ମହାଦେଶର ଏକ ନିଗ୍ରୋ ହେଇଥାଏ...ତେବେ ?

 

ସୁଦୂର ଆଫ୍ରିକା କେଉଁଠି ଆଉ ଆମର ଏଇ କଳାହାଣ୍ଡି ଜିଲ୍ଲାର ଏଇ ବଣ ଜଙ୍ଗଲ ଅଞ୍ଚଳଟା କେଉଁଠି ?

 

ହାଲୋ ମିସ୍‌ ସନ୍ଧ୍ୟା ଦେବୀ । ହାଓ ଇଜ୍‌ ଇଓର୍‌ ଫିଲିଂ ?

 

‘‘(How is your feeling)’’

 

ଚଉକିଟାଏ ଟାଣି ଆଣି ବସୁ ବସୁ ହସି ହସି କହିଲେ ଆଗନ୍ତୁକ ଡାକ୍ତର ।

 

‘‘Now I am quick to feeling well.

 

ବର୍ତ୍ତମାନ ମତେ ଖୁବ୍‌ ଆରାମ ଲାଗୁଚି ।’’

 

ସେଦିନ ରାତିରେ ଆସିଥିବା ମୁଖାଧାରୀ ଡାକ୍ତରଙ୍କ କଣ୍ଠସ୍ୱର ସାଙ୍ଗେ ୟାଙ୍କର କଣ୍ଠସ୍ୱରଟା ମିଳି ଯାଉଥିଲା ସମ୍ପୂର୍ଣ୍ଣରୂପେ ସେଇ କର୍କଶ...ସେମିତି ରୁକ୍ଷ । ସେ ହସୁଥିଲେ...ଏକ ମନଖୋଲା ହସ । କିନ୍ତୁ ମନେ ହେଉଥିଲା ଯେମିତି ସେ ହସରେ ନଥିଲା କୌଣସି ଆନ୍ତରିକତା ଥିଲା କେବଳ ଛନ୍ଦ କପଟର ପୂର୍ବାଭାଷ ।

 

ତଥାପି ଡାକ୍ତର ମୁଚୁ ମୁଚୁ ହୋଇ ହସୁଥିଲେ ।

 

ଉପର ପାଟିର ଛାମୁଦାନ୍ତ ଦି’ଟା ବାହାରକୁ ଫୁଟି ବାହାରି ପଡ଼ିଥିଲା ।

 

ହସିବାଫଳରେ ଆହୁରି କଦର୍ଯ୍ୟ ଦେଖା ଯାଉଥିଲା ତାଙ୍କର ଅନାକର୍ଷଣ ମୁଖ ମସ୍ତକ । ତଥାପି ସେ ହସୁଥିଲେ–କେଜାଣି କାହିଁକି ?

 

ତମେ ଅତିଶୀଘ୍ର ଭଲ ହୋଇଯିବ ବୋଲି ମୁଁ ଜାଣିଥିଲି ସନ୍ଧ୍ୟା ଦେବୀ । କାରଣ ତମରି ଭଳି ଝିଅଗୁଡ଼ାଏ ଦିନ ଅସୁସ୍ଥ ହୋଇ ପଡ଼ି ରହିବା ମାନେ...ନିଜର ଚଞ୍ଚଳ ମନ ଆଉ ସୁନ୍ଦର ଅଙ୍ଗଶ୍ରୀକି ଅଯଥା କଷ୍ଟଦେବା । ନା କ’ଣ କହୁଚ ତମେ ମିସ୍‌ ମିନତି ?’’

 

‘ହଁ, ସାର ! ମୁଁ ଆପଣଙ୍କ କଥାରେ ପୂରାପୂରି ଏକମତ ।’’

 

ଅନିଚ୍ଛା ସତ୍ତ୍ୱେବି ବାଧ୍ୟ ହୋଇ ଡାକ୍ତରଙ୍କୁ ସମର୍ଥନ କଲା ମିନତି ।

 

ଡାକ୍ତରଙ୍କ ବାକ୍ୟର ପ୍ରତିଟି ଶବ୍ଦ ଭିତରେ ସ୍ୱାର୍ଥ ଆଉ ପ୍ରବୃତ୍ତି ପୂରି ରହିଥିଲା ଭଳି ମନେ ହେଲା ସନ୍ଧ୍ୟାର । ତେଣୁ ମନ ଭିତରେ ତା’ର ଆରମ୍ଭ ହେଇ ଆସିଲା ଭୟର ରାଜତ୍ୱ । ମିନତିର ଭାଷାରେ ତା’ପାଇଁ ବଡ଼ ଅଦ୍ଭୁତ ମନେ ହଉଥିଲା ଏଇ ଷ୍ଟ୍ରେଂଜ୍‌ ଟାଉନ୍‍ଟି । କେତୋଟି ରୁମ୍‌ ଛଡ଼ା ସେ ଏ ପର୍ଯ୍ୟନ୍ତ ଜମା ପରିଚିତ ହେଇ ନଥିଲା ଏଇ ଷ୍ଟ୍ରେଂଜ୍‌ ଟାଉନ୍‌ଟି ସହ ।

 

‘‘ଷ୍ଟ୍ରେଂଜ୍‌ ଟାଉନ୍ ?

 

ବାସ୍ତବିକ ଏଇ ଦିଓଟି ଇଂରାଜୀ ଶବ୍ଦ ବର୍ତ୍ତମାନ ଲୁଚି ରହିଥିଲା ଏକ ମସ୍ତବଡ଼ ପ୍ରଶ୍ନବାଚୀ ଚିହ୍ନ ଭିତରେ ।

 

ଆଉ ସେଇ ଟାଉନ୍‌ ଦେହରେ ରହିଥିବା କେତୋଟି ମଣିଷ ?

 

ମୃଗାଙ୍କ, ମିନତି ଆଉ ସାଙ୍କେତିକାକୁ ଛାଡ଼ିଦେଲେ...

 

ସମସ୍ତେ ବଡ଼ ଅଦ୍ଭୁତ ଆଉ ବିଚିତ୍ର ଭଳି ମନେ ହଉଥିଲେ ।

 

ମିନତିର କଥା ଶୁଣି ହୋହୋ ହେଇ ହସି ଉଠିଲେ ଡାକ୍ତରବାବୁ । କହିଲେ–’’ ଯାହା ନିରାଟ ସତ, ସେଥିରେ ତମେ କିମିତି ଏକମତ ନ ହବ କହିଲ ମିସ୍‌ ମିନତି ।’’

 

ଚଉକି ଛାଡ଼ି ଛିଡ଼ା ହେଲେ ଡାକ୍ତରବାବୁ ।

 

‘‘ବର୍ତ୍ତମାନ ତମେ ମିସ୍‌ ସନ୍ଧ୍ୟାଙ୍କୁ ନେଇ ରୁମ୍‌ ନମ୍ୱର ‘‘ପି’’କୁ ଚାଲିଯାଅ । ସମୟ ହେଇଗଲା, ଆଚ୍ଛା ସନ୍ଧ୍ୟା ଦେବୀ, ପରେ ଦେଖା ହେବ । ବର୍ତ୍ତମାନ ମୁଁ ଯାଉଚି । ନମସ୍କାର ।’’

 

ହସି ହସି ଚାଲିଗଲେ ଡାକ୍ତରବାବୁ ।

 

‘‘ସେ କିଏକି ମିନତି ?’’

 

ଡାକ୍ତରଙ୍କ ଯିବା ପଥକୁ ଚାହିଁ ରହି ପଚାରିଲା ସନ୍ଧ୍ୟା ।

 

‘‘ଡାକ୍ତର ଅଂଶୁମାନ ଭୋଇ, ଏମ୍‌. ବି. ବି. ଏସ୍‌. ବର୍ତ୍ତମାନ ସେ ଆମର ଏଇ ସହରକୁ ନୂଆ ହେଇ ଆସିଚନ୍ତି ।’’

 

‘‘ଲୋକ ହିସାବରେ..... ?

 

‘‘ନିହାତି ବାଜେ ।’’

 

ସନ୍ଧ୍ୟା ପାଟିରୁ କଥା ଛଡ଼େଇ ନେଇ କହିଲା ମିନତି–

 

‘‘ନୂଆ ଝିଅଟିଏ ଦେଖିଲେ ତା’ ପାଟିରୁ ଲାଳ ବୋହିପଡ଼େ । ସତୀତ୍ୱ ନଷ୍ଟ ନ କରି ସେ ଜମା ଛାଡ଼େନି । ଅପା, ତମେ ଟିକିଏ ସାବଧାନ ଥିବ । ନଚେତ......’’

 

‘‘ନଚେତ କ’ଣ ହବ ମିନତି ?’’

 

‘‘ମୋର ଅବସ୍ଥା ଯାହା ହେଲା ।’’

 

କହୁ କହୁ ମିନତିର ଆଖି ଦିଓଟି ହୋଇ ଆସିଲା ଛଳଛଳ ।

 

‘‘କ’ଣ ହେଲା ତୁମ ଅବସ୍ଥା ?’’

 

ସନ୍ଦିଗ୍‌ଧ କଣ୍ଠରେ ପ୍ରଶ୍ନ କଲା ସନ୍ଧ୍ୟା ।

 

‘‘ଥାଉ ଦିଦି–’’ ଆଖି କୋଣରୁ ଲୁହ ପୋଛୁ ପୋଛୁ କହିଲା ମିନତି–’’ ସେ କଥା କହିବାକୁ ବର୍ତ୍ତମାନ ଆଉ ସମୟ ନାହିଁ । ପରେ କେତେବେଳେ ସମୟ ଦେଖି କହିବି । ଚାଲ ଯିବା-। ଅନେକ ଡେରି ହେଇ ଗଲାଣି ।

 

ଦୀର୍ଘନିଃଶ୍ୱାସ ଛାଡ଼ି ଉଠିଲା ସନ୍ଧ୍ୟା ।

 

ଚାଉଁକିନା ଭାଙ୍ଗିଗଲା ସନ୍ଧ୍ୟାର ଗହୀରିଆ ନିଦଟା । ସେ ହାତଘଡ଼ିକି ଚାହିଁଲା । ସମୟ ଦିନ ତିନିଟା । ଆଜି ସକାଳେ ସେ ଟ୍ରିଟ୍‌ମେଣ୍ଟ ଚେମ୍ୱରରୁ ଚାଲି ଆସି ରହିଚି ରୁମ୍‌ ନମ୍ୱର ‘‘ପି’’ରେ । ବାରଟାଇେ ଶୋଇବ, ସେ ଟିକିଏ ଗଡ଼ି ପଡ଼ିଥିଲା ବିଛଣାରେ । ବିଛଣା ଧରୁ ଧରୁ ହଠାତ ମାଡ଼ି ଆସିଲା ଅଳସ ନିଦର ପ୍ରବଳ ବନ୍ୟାଟା । ତା’ପରେ ଦୀର୍ଘ ତିନି ଘଣ୍ଟାର ତଫାତ । ସନ୍ଧ୍ୟା ବିଛଣା ଛାଡ଼ି ଉଠିଲା । ରୁମ୍‌ ନମ୍ୱର ‘‘୧’’ କି ଲାଗି ରହିଥିଲା ବାଥ୍‌ରୁମ୍‌ । ସେ ପଶିଗଲା ତା’ରି ଭିତରେ । କିଛି ସମୟ ପରେ ଫ୍ରେସ୍‌ ହେଇ ସେ ବାହାରି ଆସି ନିଜ ଶରୀରକୁ ଲୋଟେଇ ଦେଲା ଏକ ଆରାମ ଚଉକି ଉପରେ ।

 

ମିନତି କହି ଯାଇଚି ଜଳଖିଆ ନେଇ ସେ ଆସିବ ଠିକ୍‌ ପାଞ୍ଚଟାକୁ ।

 

ବର୍ତ୍ତମାନ ହାତରେ ଆହୁରି ଦୁଇଘଣ୍ଟା ସମୟ ।

 

ତକିଆ ତଳୁ ସେ ବାହାର କରି ଆଣିଲା ମୃଗାଙ୍କର ଡାଏରୀଟା ଏ’ ଭିତରେ ଡାଏରୀଟା ମାରିଦବା ନିହାତି ଦରକାର । ପୃଷ୍ଠା ପରେ ପୃଷ୍ଠା ଓଲଟେଇ....ଯେଉଁଠୁ ଛାଡ଼ିଥିଲା, ସେଇଠୁ ପଢ଼ିବାକୁ ଆରମ୍ଭ କଲା ସେ ।

 

ବାପା ତା’ର କର ଲେଉଟେଇବା ଦେଖି ନାରାୟଣ ହଠାତ ଲୁଚିଗଲା ଆଲମିରାର ପଛପଟେ । ତା’ପରେ କେତୋଟି ଉଦ୍‌ବିଘ୍ନ ମୁହୂର୍ତ୍ତର ଶେଷରେ...

 

ସନାତନଙ୍କ ଘୁଙ୍ଗୁଡ଼ି ଶବ୍ଦ ଶୁଣାଗଲା । ସେ ପୁଣି ଥରକପାଇଁ ଶୋଇଗଲେ ନିଘୋଡ଼ ନିଦରେ । ଧୀରେ ଧୀରେ ଆଲମିରା ପଛପଟୁ ବାହାରି ଆସିଲା ଯୁବକ ନାରାୟଣ । ଚାହିଁ ଦେଲା ଆଲମିରା ଭିତରକୁ । ଆଖି ତା’ର ଝଲସି ଗଲା । ସୁନା ରୁପା ଆୟ ଅଳଙ୍କାର ସାଙ୍ଗକୁ ବିଡ଼ା ବିଡ଼ା ନୋଟର ଥାକ । ଆଉ ବିଳମ୍ୱ କରିବା ଜମା ଉଚିତ ମନେ କଲାନି ନାରାୟଣ । ସେ ଘର ଭିତରେ ରଖା ହେଇଥିବା ଅଲଗୁଣୀ ଉପରୁ ଟାଣି ଆଣିଲା ଖଣ୍ଡିଏ ଚାଦର । ସେଇ ଚାଦର ଭିତରେ ସମସ୍ତ ଟଙ୍କା ସୁନାକୁ ଭର୍ତ୍ତି କରି ବୁଜୁଳା ବାନ୍ଧିଦେଲା । ରୋଗିଣା ବାପର ଖର୍ଚ୍ଚ ନିମନ୍ତେ କେବଳ ଛାଡ଼ିଦେଇ ଗଲା କିଛି ଟଙ୍କା.....

 

ବୁଜୁଳାଟାକୁ କାନ୍ଧ ଉପରେ ପକେଇ ସେ ଏକମୁହାଁ ହେଇ ଘରୁ ବାହାରି ଆସିଲା । ତା’ପରେ ତରତର ହେଇ ଚାଲିଲା ନିବିଡ଼ ଜଙ୍ଗଲ ଆଡ଼କୁ । ସେତେବେଳକୁ ଜାଙ୍ଗୁଲୁ...ଜାଙ୍ଗୁଲୁ ଅନ୍ଧକାର ରହି ରହି ଗାଁ ଭିତରୁ ଶୁଣା ଯାଉଥିଲା କୁକୁଡ଼ାର କଁକ୍‌ରେ କଁ ରଡ଼ି ।

 

ରାତି ପାହି ପାହି ଆସୁଥିଲା । ନାରାୟଣ ସେମିତି ଏକମୁହାଁ ହେଇ ଚାଲିଥିଲା ଜଙ୍ଗଲ ଭିତରକୁ...ଆହୁରି ନିବିଡ଼ ନିଘଞ୍ଚ ଜଙ୍ଗଲ ଭିତରକୁ... । ମନରେ ଭୟ ନାଇଁ...ଭ୍ରାନ୍ତି ନାଇଁ । ତାକୁ ଦେଖିଲେ ମନ ହଉଥିଲା...ସେ ଯେମିତି ନିଜ ଜୀବନଟାକୁ ପୂରାପୂରି ପାଣି ଛଡ଼େଇ ଦେଇଚି । ତା’ ମନ ଭିତରେ ବଞ୍ଚି ରହିବାର ଲୋଭ ଆଉ ଯେମିତି ନାହିଁ । ବଞ୍ଚେଇଲେ ବଞ୍ଚେଇବ ସେଇ ସୃଷ୍ଟିକର୍ତ୍ତା ବିଧାତା...ଯିଏ ତାକୁ ଜନମ ଦେଇଚି ।

 

କଥାରେ ଅଛି–‘‘ଦଇବ ଦଉଡ଼ି ମଣିଷ ଗାଈ–

 

ଯେଣିକି ଟାଣିଲେ ତେଣିକି ଯାଇ ।’’

 

ନାରାୟଣ ସେମିତି ଚାଲିଥିଲା–ଅଣତଣିଆ ଅଣଓସାରିଆ ରାସ୍ତା ଦେଇ ।

 

ମନରେ ତା’ର କେତେ ଭାବନା ।

 

ଚଳଚିତ୍ରର ଦୃଶ୍ୟବତ୍‌ ଆସୁଥିଲା...ଯାଉଥିଲା ।

 

ତା’ଭଳି ଏକ ସୁଶୀଳ ପିଲା ଭାଗ୍ୟରେ ପୁଣି ଶେଷକୁ ଏଇୟା ଥିଲା ।

 

ନରହତ୍ୟା !

 

ଅତିଶୟ ଭୟରେ ଶିହରି ଉଠିଲା ଯୁବକ ନାରାୟଣର ରକ୍ତମାଂସର ପାତ୍ର । ଗୋଟିଏ ନାହିଁ....ଏକାଥରକେ ଦି’ ଦି’ଟା ନରହତ୍ୟା । ସବୁ ଭାଗ୍ୟର କଥା । ଅନ୍ତୁଡ଼ିଶାଳରେ ଷଠିବୁଢ଼ୀ ଯେତେବେଳେ ଯାହା ଭାଗ୍ୟରେ ଯାହା ଲେଖି ଦେଇଚି, ତାକୁ ବା ସହଜରେ ଖଣ୍ଡନ କରିପାରିବ କିଏ ?

 

ଭାଗ୍ୟର ଆବର୍ତ୍ତନ ବିବର୍ତ୍ତନ ଭିତରେ ପଡ଼ି ସେ ଆଜି ହେଲା ହତ୍ୟାକାରୀ । ଖବର ପାଇ ଆସିବ ପୁଲିସ । ଅବିଳମ୍ୱେ ତା’କୁ ଗିରଫ୍ କରିବାପାଇଁ ସାରା ଭାରତରେ ଜାରି କରିଦବ ଓ୍ୱାରଣ୍ଟ ଯଦି ସେ କୌଣସିମତେ ଗିରଫ୍ ହେଇଯାଏ...ତେବେ ?

 

ତେବେ ଆଜୀବନ ଜେଲ୍ କିମ୍ୱା ଫାଶୀ !

 

ଫାଶୀକଥା ମନେ ପଡ଼ିଯିବାରୁ ପୁଣି ଥରକପାଇଁ ତା’ର ସମସ୍ତ ଶରୀର ହେଇ ଉଠିଲା ରୋମାଞ୍ଚିତ । କୁମ୍ଭକର୍ଣ୍ଣ ବିହାରୀ ସିଂହ ହତ୍ୟାକଲା ବେଳର ଫଟୋଟା ଉଠେଇ ରଖିଚି । ତାହା ଏକ ବଳିଷ୍ଠ ପ୍ରମାଣ । ସେଇ ପ୍ରମାଣକୁ ନଷ୍ଟ କରିଦବାପାଇଁ ତା’ଠୁ ସେ ଚାହିଁଥିଲା ଅନେକ ଟଙ୍କା ଆଉ ସୁନା । କିନ୍ତୁ ସେ ତାକୁ ଠକି ଦେଇ ତା’ ବାପର ସମସ୍ତ ଟଙ୍କା ସୁନା ଧରି ଘରୁ ଚାଲି ଆସିଛି ? ଆସିବାକୁ ବାଧ୍ୟ ହେଇଚି ସେ । କାରଣ ସେଇ ଗାଁରେ ରହିବା ତା’ପକ୍ଷରେ ଆଦୌ ନିରାପଦ ନଥିଲା । ସକାଳ ପାଉ ନ ପାଉଣୁ ସାଧୁଚରଣ ଆଉ ନିଶାର ହତ୍ୟା ଘଟନାଟା ଲୋକଙ୍କ ଭିତରେ ସୃଷ୍ଟି କରିବ ଚାଞ୍ଚଲ୍ୟ । ଫଳରେ ପୁଲିସ ଆସି.....

 

ରାସ୍ତା କଡ଼ର ଝଙ୍କାଳିଆ ଆମ୍ୱତୋଟା ଭିତରୁ ଏକାସାଙ୍ଗେ ଖିଙ୍କାରି ଉଠିଲେ କେତେଗୁଡ଼ିଏ ହନୁ । ନାରାୟଣର ଧ୍ୟାନ ଭାଙ୍ଗିଲା । ଦେଖିଲା ଗଛ ଉପରେ ଆଉ ତଳେ ଦଳଦଳ ହେଇ ହନୁ । ହଠାତ ମନେ ପଡ଼ିଲା ତା’ର ରାମାୟଣ କଥା । ମନେହେଲା ଯେମିତି ଦୁଃସ୍ଥ ରାମଚନ୍ଦ୍ରଙ୍କୁ ସାହାଯ୍ୟ କରିବାପାଇଁ କପିରାଜ ସୁଗ୍ରୀବଙ୍କ ନେତୃତ୍ୱରେ ବସିଚି ଏଇ ମାଙ୍କଡ଼ ସଭା ।

 

ନାରାୟଣ ମୁହଁଟେକି ସୁଦୂର ଉନ୍ମୁକ୍ତ ଆକାଶକୁ ।

 

ସୂର୍ଯ୍ୟ ଚାଲିଥିଲେ ପ୍ରଶସ୍ତ ଆକାଶର କୋଳରେ ଅଣନିଃଶ୍ୱାସୀ ହୋଇ ।

 

ଅଭ୍ୟାସବଶତଃ ବାଁ ହାତ କଚି ଉପରକୁ ଆପେ ଆପେ ତା’ର ଦୃଷ୍ଟାନ୍ତ ଚାଲିଗଲା । କିନ୍ତୁ ଏ କ’ଣ ଘଣ୍ଟା ଯେ ନାଇଁ । ତା’ର ମନେ ପଡ଼ିଲା ଶୋଇବାକୁ ଯିବା ଆଗରୁ ସେ ଘଣ୍ଟାକୁ କାଢ଼ି ଥୋଇ ଦେଇଥିଲା ତା’ର ଶୋଇବାଘର ଟେବୁଲ ଉପରେ ।

 

ପୁଣି ଚାହିଁଲା ସେ ଆକାଶ ଉପରକୁ । ଅନ୍ଦାଜରେ ସମୟ ଆସି ଦଶଟା ପାଖାପାଖି ହେବ । ବର୍ତ୍ତମାନ ମହୁଲ ପଦର ଗାଁ ଭିତରେ ଖେଳି ଯାଇଥିବ ଚାଞ୍ଚଲ୍ୟ, ଦଳଦଳ ହୋଇ ଲୋକେ ଧାଇଁ ଯାଉଥିବେ ସାଧୁଚରଣ ଆଉ ନିଶାର ଶବ ଦି’ଟାକୁ ଦେଖିବାପାଇଁ । ପାପ ପ୍ରଣୟର ପୃଷ୍ଠା କେତୋଟି ଲୋକଙ୍କ ଆଗରେ ଫିଟିଯାଇଥିବ ।

 

ପୁଲିସ ମଧ୍ୟ ଆସି ଜେରା ଆରମ୍ଭ କରି ଦେଇଥିବଣି ।

 

ବର୍ତ୍ତମାନ ଥୋକେ ତାକୁ ମଧ୍ୟ ଖୋଜୁଥିବେ ।

 

ଆଉ ତା’ର ରୋଗିଣା ବାପା ବୃଦ୍ଧ ସନାତନ ?

 

ନାରାୟଣ ଆଖି କୋଣରୁ ଝରି ପଡ଼ିଲା କେତୋଟି ବିନ୍ଦୁ ଲୋତକ ।

 

ଅଦୂରରେ ଦୁଇଟି ଦନ୍ତା ହନୁଙ୍କ ମଧ୍ୟରେ ଲାଗିଚି ପ୍ରବଳ ଯୁଦ୍ଧ ରାମ୍ପୁଡ଼ା କାମ୍ପୁଡ଼ି କାମୁଡ଼ା କାମୁଡ଼ି । ଆଉ ଯେତକ ହନୁ ଚାରିଆଡ଼େ ଘେରି ତାମସା ଦେଖୁଛନ୍ତି । ହନୁ ଦୁଇଟି ରକ୍ତାକ୍ତ ହେଇ ପଡ଼ିଲେଣି । ତଥାପି ସେ ଦୁହିଁଙ୍କର ଖଣ୍ଡଯୁଦ୍ଧ ବନ୍ଦ ହେବାର କୌଣସି ସମ୍ଭାବନା ନାହିଁ । ବରଂ ବେଳକୁବେଳ ଆହୁରି ବଢ଼ି ଚାଲୁଚି ପ୍ରବଳ ବେଗରେ ।

 

କାହିଁକି...କାହିଁକି ଏ ଖଣ୍ଡଯୁଦ୍ଧ ?

 

ଏଗୁଡ଼ା ମୂକପ୍ରାଣୀ । ତଥାପି ସେମାନଙ୍କ ଭିତରେ ମଧ୍ୟ ଘର କରି ରହିଚି ରାଗ, ହିଂସା, ଦ୍ୱେଷ, ଘୃଣା ।

 

ନାରାୟଣ ଗୋଟାଏ କଣ୍ଟିକୋଳି ବୁଦାତଳେ ଥକ୍କା ହେଇ ବସିପଡ଼ି ଦେଖିବାକୁ ଲାଗିଲା ଦୁଇଟି ଦନ୍ତା ହନୁଙ୍କର ଖଣ୍ଡଯୁଦ୍ଧ ।

 

ସେ ଦୁହିଁଙ୍କର ହୁଙ୍କାର ଶବ୍ଦରେ ବିଜନ ବନଭୂଇଁଟା ପ୍ରତିଧ୍ୱନିତ ହୋଇ ପଡ଼ୁଥିଲା । ପବିତ୍ର ଧର୍ମଗ୍ରନ୍ଥ ରାମାୟଣରେ ମଧ୍ୟ ଠିକ୍‌ ଏପରି ଏକ ଦୃଶ୍ୟର ବର୍ଣ୍ଣନା ଅଛି । ତାରାକୁ ନେଇ ସୁଗ୍ରୀବ ଓ ବାଳୀ ଭିତରେ ଲାଗିଥିଲା ଠିକ୍‌ ଏମିତି ଏକ ଖଣ୍ଡଯୁଦ୍ଧ । ଆଉ ଆଜି....

 

ଟିନ୍‌...ଟିନ୍‌...ଟିନ୍‌

 

ରୁମ୍‌ ନମ୍ୱର ‘‘ପି’’ର ବାହାରେ ଥିବା କଲିଂ ବେଲଟି ହଠାତ ଟିନ୍‌ଟିନ୍‌ ହୋଇ ବାଜିଉଠି ଜଣାଇ ଦେଲା କାହାର ଆଗମନର ସୂଚନା । ହଠାତ ତା’ର ପଢ଼ାରେ ବାଧା ଆସିବାରୁ ସେ ମନେ ମନେ ଗୁଡ଼ାଏ ବିରକ୍ତ ହୋଇ ଉଠିଲା । କିନ୍ତୁ କରିବ ବା କ’ଣ ? ସେ ଆଜି ଉପାୟଶୂନ୍ୟା । ବାଧ୍ୟହୋଇ ଡାଏରୀଟାକୁ ବନ୍ଦ କରିଦେଇ ରଖିଦେଲା ଖଟ ଉପରେଥିବା ତକିଆତଳେ । ତା’ପରେ ଯାଇ ସେ ଦରଜାଟି ଫିଟେଇ ଦେଲା ।

 

ଦରଜା ଆଗରେ ଛିଡ଼ା ହୋଇଥିଲା ଗୋଟାଏ ବିରାଟକାୟ ପହିଲମାନ । ଦେଖିବାକୁ କୋଇଲାପରି କିଟିକିଟି କଳା । ଚେହେରାଟି ଅତି କଦର୍ଯ୍ୟ । ସର୍ବାଙ୍ଗ ଶରୀର ତା’ର ଫୁଙ୍ଗୁଳା । କେବଳ ଲଜ୍ଜା ଢାଙ୍କିବାପାଇଁ ସେ ପିନ୍ଧିଥିଲା ଗୋଟାଏ ଛୋଟ ଜଙ୍ଘିଆ ।

 

ତାକୁ ଦେଖୁଦେଖୁ ସନ୍ଧ୍ୟା ମନରେ ସାମାନ୍ୟ ଭୟର ସୂତ୍ରପାତ ହେଲା । କିନ୍ତୁ ସେ ସାହସ ସଞ୍ଚୟ କରି ପଚାରିଲା–

 

‘‘କ’ଣ ଦରକାର ?’’

 

ଲୋକଟି କିଛି କହିଲାନି । ନୀରବରେ ସନ୍ଧ୍ୟା ହାତକୁ ବଢ଼େଇ ଦେଲା କାଗଜ ଖଣ୍ଡିଏ । କହିଲା–

 

‘‘ମୃଗାଙ୍କବାବୁ ଦେଇଚନ୍ତି ।’’

 

ଆଚ୍ଛା, ତମେ ଏଥର ଯାଅ ।’’

 

ତା’ ହାତରୁ ଚିଠି ଖଣ୍ଡିକ ନେଇ କହିଲା ସନ୍ଧ୍ୟା ।

 

‘‘ମୃଗାଙ୍କବାବୁ, କହିଚନ୍ତି, ଏ’ ଚିଠିର ଉତ୍ତର ନେଇଦେବାକୁ ।’’

 

ଲୋକଟି ସରଳ କଣ୍ଠରେ କହିଲା ।

 

‘‘ମୃଗାଙ୍କବାବୁ କେଉଁଠି ଅଛନ୍ତି ?’’

 

‘‘ସେ ଏଠି ଆଉ ନାହାନ୍ତି । ଆଜି ପାହାନ୍ତିଆରୁ ଚାଲିଗଲେଣି ବନଶ୍ରୀ ଭବନକୁ ।’’

 

‘‘କେବେ ଫେରିବେ ?’’

 

‘‘ତିନିଦିନ ପରେ ।’’

 

‘‘ଆଉ ଏ’ ଚିଠିର ଉତ୍ତରଟା– ?

 

‘‘ଆଜି ରାତିରେ ତାଙ୍କୁ ନେଇ ମୁଁ ଦେଇ ଆସିବି ।’’

 

‘‘ତୁମେ କ’ଣ ଆଜି ବାହାରକୁ ଯିବ ?’’

 

‘‘ହଁ, ମୋ ଡ୍ୟୁଉଟି ଅଛି ।’’

 

ନିର୍ଲିପ୍ତ କଣ୍ଠରେ ଉତ୍ତର ଦେଲା ଲୋକଟି ।

 

‘‘ଆଚ୍ଛା ତେବେ ଟିକିଏ ଅପେକ୍ଷା କର । ମୁଁ ବର୍ତ୍ତମାନ ଏ’ ଚିଠିର ଉତ୍ତରଟା ଲେଖି ଦେଉଛି ।’’

 

‘‘ଏବେ ନାଇଁ, ଆପଣ ଲେଖି ଦେଇଥାନ୍ତୁ । ମୁଁ ଠିକ୍‌ ରାତି ବାରଟାରେ ଆସି ନେଇଯିବି-।’’

 

ଠିକ୍‌ ଏଇ ସମୟରେ ଅଦୂରରୁ ଶୁଣାଗଲା ବୁଟ୍‌ର ମଚମାଚ୍‌ ଶବ୍ଦ ।

 

‘‘ବୋଧେ’ ମ୍ୟାନେଜରବାବୁ ଆସିଛନ୍ତି । ଆଚ୍ଛା, ବର୍ତ୍ତମାନ ତେବେ ମୁଁ ଯାଉଚି । ଠିକ୍‌ ରାତି ବାରଟାରେ ଆସିବି ।’’

 

ତରତର ହୋଇ ଚାଲି ଯାଉଥିଲା ଲୋକଟି ।

 

‘‘କିରେ ଗଞ୍ଜା ?’’

 

‘‘ହଜୁର !’’

 

ମ୍ୟାନେଜରଙ୍କ ସମ୍ୱୋଧନ ଶୁଣି ଝୁଙ୍କି ପଡ଼ି କହିଲା ଗଞ୍ଜା ପହିଲ୍‌ମାନ ।

 

‘‘କୁଆଡ଼େ ଆସିଥିଲୁ ?’’

 

ତା’ ଉପରେ ସନ୍ଦେହାତ୍ମକ ଦୃଷ୍ଟି ନିକ୍ଷେପ କରି ପଚାରିଲେ ମ୍ୟାନେଜର ।

 

‘‘ସନ୍ଧ୍ୟା ଦେବୀଙ୍କ ପାଖକୁ ହଜୁର ।’’

 

‘‘କାହିଁକି ?

 

‘‘ମିସ୍‌ ମିନତି ପଠେଇଥିଲେ ।’’

 

‘‘କ’ଣ ନେଇ ?’’

 

ଗଞ୍ଜା ପହିଲ୍‌ମାନ ସାମାନ୍ୟ ଥଙ୍ଗଥଙ୍ଗ ହେଲା । କି ଉତ୍ତର ଦେଲେ ମ୍ୟାନେଜର ସନ୍ତୋଷ ହେବେ ବୋଧେ’ ସେ ହଠାତ ଭାବି ଠିକ୍‌ କରିପାରୁ ନଥିଲା ।

 

ଏଣେ ସନ୍ଧ୍ୟା ମନରେ ଭୟଟା ଧୀରେ ଧୀରେ ଘର କରି ଆସୁଥିଲା । କାଳେ ଯଦି ଗଞ୍ଜା ପହିଲ୍‌ମାନ ମୃଗାଙ୍କର ଚିଠି କଥାଟା କହି ଦିଏନା’... ?

 

କେଜାଣି ମୃଗାଙ୍କ ଯେ କ’ଣ ଲେଖିଚନ୍ତି ଏ’ ଚିଠିରେ । ଗଞ୍ଜା ପହିଲ୍‌ମାନ ସଙ୍ଗେ କଥାବାର୍ତ୍ତାରେ ମଜ୍ଜି ସେ ପଢ଼ିପାରି ନଥିଲା ସେଇ ଚିଠିଟାକୁ । ସେମିତି ହାତରେ ଧରି ଦରଜା ସାମ୍ନାରେ ଛିଡ଼ାହୋଇ ଶୁଣୁଥିଲା ମ୍ୟାନେଜର ଆଉ ଗଞ୍ଜା ପହିଲ୍‌ମାନର କଥାବାର୍ତ୍ତା ।

 

ତରତର ହୋଇ ସେଇ ଚିଠିଖଣ୍ଡକୁ ଛାତିର ବ୍ଲାଉଜ୍‌ ଭିତରେ ଲୁଚେଇ ନେଲା ସନ୍ଧ୍ୟା ।

 

‘‘କିରେ, ଚୁପ୍‌ମାରି ଛିଡ଼ାଟା ହେଲୁ କ’ଣ । କୁହ, କ’ଣ ନେଇ ପଠେଇଥିଲେ ମିସ୍‌ ମିନତି-।’’

 

ବିରକ୍ତ କଣ୍ଠରେ ପଚାରିଲେ ମ୍ୟାନେଜର ।

 

‘‘ହଜୁର । ଆଜି ସନ୍ଧ୍ୟାଦେବୀଙ୍କୁ ଆମ ଷ୍ଟ୍ରେଂଜ୍‌ଟାଉନ୍‍ଟା ବୁଲେଇ ଦେଖେଇବାର ଅଛି ଯେ...’’

 

ହଠାତ କହି ପକାଇଲା ଗଞ୍ଜା ପହିଲ୍‌ମାନ ।

 

‘‘...ସେଥିପାଇଁ ତାଙ୍କୁ ଟିକିଏ ଖବର ଦେବାକୁ ଆସିଥିଲି ।

 

ସ୍ୱସ୍ତିରେ ନିଃଶ୍ୱାସ ମାରି ଘର ଭିତରକୁ ପଶିଗଲା ସନ୍ଧ୍ୟା । ଗଲାବେଳେ ତା’ କାନରେ ପଡ଼ିଲା–

 

‘‘ସେ କଥାତ କହିବୁ; ଆଉ ଏମିତି ବୋକାଟାଭଳି ଚାହିଁଛୁ କ’ଣ ? ଯା’ ।’’

 

ତରତର ହୋଇ ସେଇଠୁ ଚାଲିଗଲା ଗଞ୍ଜା ପହିଲ୍‌ମାନ ।

 

ମ୍ୟାନେଜର ଆଗେଇ ଆସିଲେ ସନ୍ଧ୍ୟାର ରୁମ୍‌ ଆଡ଼କୁ । ଧୀରେ ଧୀରେ ପାଖେଇ ପାଖେଇ ଆସୁଥିଲା ତାଙ୍କ ଆମ୍ୱାସଡ଼ର ଜୋତାର ମଚମାଚ୍‌ଶବ୍ଦ । ସନ୍ଧ୍ୟା ଶୋଇବାର ଛଳନା କଲା-

 

‘‘May I come in ?’’

 

(ମେ ଆଇ କମ୍‌ ଇନ୍‌ ?)

 

‘‘Yes, Come in Please’’

 

(ୟେସ୍‌ କମ୍‌ ଇନ୍‌ ପ୍ଳିଜ ।)

 

ସନ୍ଧ୍ୟା ଉଠିବସିଲା ଶେଯ ଉପରେ । ଭିତରକୁ ପଶିଆସିଲେ ମ୍ୟାନେଜର । ଜବରଦସ୍ତି ମହକାରେ ନିଜର ଶରୀରଟାକୁ ଲୋଟେଇ ଦେଲେ ଆରାମ ଚୟାର ଉପରେ । ନିର୍ନିମେଷ ନୟନରେ ଚାହିଁ ରହିଲେ ସନ୍ଧ୍ୟାକୁ । ସନ୍ଧ୍ୟାର ଜମା ସାହସ ହେଲାନି ମ୍ୟାନେଜରଙ୍କ ମୁହଁଙ୍କୁ ଚାହିଁବାପାଇଁ । ନିଜକୁ ସେ ଅତିଶୟ ଅସହାୟ ମନେକଲା । ସେ ଆଉ କୌଣସି କଥାବାର୍ତ୍ତା ନ କରି ନୀରବରେ ମୁଣ୍ଡପୋତି ବସି ରହିଲା ।

 

‘‘How do you feel ?’’

 

‘‘(ହାଓ ଡୁ ୟୁ ଫିଲ୍‌)’’

 

‘‘ବେଶ୍‌ ଭଲ ଲାଗୁଚି ।’’

 

ସଂକ୍ଷିପ୍ତରେ ଉତ୍ତର ଦେଲା ସନ୍ଧ୍ୟା ।

 

‘‘ରହ ଦେଖିବ ତୁମେ ମିସ୍‌ ସନ୍ଧ୍ୟା...ଉତ୍ସାହଭରା କଣ୍ଠରେ କହି ଚାଲିଲେ ମ୍ୟାନେଜର–‘‘ଆଉ ଦିନ କେଇଟା ପରେ ଆମର ଏ’ ଜାଗାଟା ତୁମକୁ ଏମିତି ଭଲ ଲାଗିବ ଯେ...ଜୋର୍‍କରି ତଡ଼ିଦେଲେ ମଧ୍ୟ ତମେ ଏଠୁ ସହଜରେ ଯିବାକୁ ରାଜି ହେବନି, କାରଣ ଜୀବନଟାକୁ ତିଳତିଳ କରି ଉପଭୋଗ କରିବାର ସମସ୍ତ ସାମଗ୍ରୀ ଏଇଠି ମହଜୁଦ ଅଛି ।

 

‘‘ମୁଁ ତ ଏଠି ନୂଆ । ତେଣୁକରି........’’

 

‘‘ବ୍ୟସ୍ତହବା କିଛି ଦରକାର ନାଇଁ । ଧୀରେ ଧୀରେ ପୁଣି ପୁରୁଣା ହୋଇଯିବ ।’’

 

ସନ୍ଧ୍ୟା କିଛି କହିଲାନି । ସେମିତି ବସି ରହିଥିଲା । ନୀରବତାର ତଫାତଟା ବେଳକୁବେଳ ବଢ଼ି ଚାଲିଥିଲା । କିନ୍ତୁ ମ୍ୟାନେଜରଙ୍କ ପକ୍ଷରେ ସନ୍ଧ୍ୟାର ଏତାଦୃଶ ନୀରବତା ବେଳକୁବେଳ ଅତିଶୟ ଅସହ୍ୟ ହୋଇ ଉଠୁଥିଲା । ସେ ଚାହୁଁଥିଲେ ସନ୍ଧ୍ୟା ସହିତ ଟିକିଏ ମନଖୋଲି କଥାଭାଷା ହେବାପାଇଁ । ତେଣୁ ସେ ବାଧ୍ୟହୋଇ ପୁଣି ଆରମ୍ଭ କଲେ–

 

‘‘ଆପଣ ମୋ ପରିଚୟଟାତ ଜାଣିବାକୁ ଚାହିଁଲେନି ?’’

 

‘‘ଆପଣଙ୍କ ନାଁଟା ଜାଣି ନଥିଲେ ମଧ୍ୟ ମୁଁ ଆପଣଙ୍କୁ ଖୁବ୍‌ ଭଲଭାବେ ଜାଣିଛି ।’’

 

ସାମାନ୍ୟ ଇତସ୍ତତଃ ହୋଇ କହିଲା ସନ୍ଧ୍ୟା ।

 

‘‘ଆରେ, ଆପଣ କିମିତି ମତେ ଜାଣିଲେ ?’’

 

ଅତି ଆଗ୍ରହରେ ଆରାମ ଚଉକି ଉପରୁ ଦେହଟାକୁ ଉଠେଇ ସିଧାସଳଖ ହୋଇ ବସୁ ବସୁ କହିଲେ ମ୍ୟାନେଜର ।

 

‘‘ଗଞ୍ଜା ପହିଲ୍‌ମାନ କହିଲା, ଆପଣ ହେଉଚନ୍ତି ଏଠିକା ମ୍ୟାନେଜର ।’’

 

‘‘ଓଃ.....ହଁ....ମୁଁ ହେଉଚି, ଏ’ ଷ୍ଟ୍ରେଂଜ୍‌ଟାଉନ୍‌ଟିର ମ୍ୟାନେଜର । ମୋ’ ନାଁଟା ହେଉଚି କୁମାର ଅମରେଶ ରାୟ ।

 

ସୁଦୂର କଲିକତାରେ ମୋର ଘର । ଆଜିକି ପାଞ୍ଚବର୍ଷ ହେଲା ଆସି ମୁଁ ଏଇଠି ଅଛି ।’’

 

‘‘ଏଠିକି ଆପଣ ଆସିଲେ କାହିଁକି ?’’

 

ଅତି ଆତ୍ମୀୟତା ଢଙ୍ଗରେ ପ୍ରଶ୍ନ କଲା ସନ୍ଧ୍ୟା ।

 

ସନ୍ଧ୍ୟାର ପ୍ରଶ୍ନ ଶୁଣି ହୋହୋ ହୋଇ ହସି ଉଠିଲା କୁମାର ଅମରେଶ ରାୟ । ସେମିତି ହସନ୍ତ କଣ୍ଠରେ ପଚାରିଲେ–’’ ଆପଣ ଏଠିକି କାହିଁକି ଆସିଛନ୍ତି ?’’

 

ତା’ରି ପ୍ରଶ୍ନଟା ହଠାତ ଆସି ତା’ ଉପରେ ପଡ଼ିବ ବୋଲି ଭାବି ନଥିଲା ସନ୍ଧ୍ୟା । ତେଣୁ ସେ ବର୍ତ୍ତମାନ କି ଉତ୍ତର ଦେଇ ତା’ର ମନର ଭାବଟାକୁ ଲୁଚେଇ ନେବ, ଚିନ୍ତା କରିବାକୁ ଲାଗିଲା ।

 

‘‘ଚୁପ୍‌ ରହିଲେ ଯେ ? ଆପଣଙ୍କ ପ୍ରଶ୍ନର ଉତ୍ତର ନାହିଁ, ମୋ ପ୍ରଶ୍ନ ।’’

 

ବେଳକୁବେଳ ମ୍ୟାନେଜରଙ୍କ ଉତ୍ସାହଟା ଉଜାଣି ବନ୍ୟା ଭଳି ବଢ଼ି ଚାଲିଥିଲା । ସେ ଉତ୍ସୁକ ନୟନରେ ଚାହିଁ ରହିଥିଲେ ସନ୍ଧ୍ୟାକୁ ।

 

‘‘ଦେଖନ୍ତୁ, ମୁଁ ଯେପରି ପରିସ୍ଥିତିରେ ପଡ଼ି ଏଠିକି ଆସିଚି–’’

 

‘‘ମୁଁ ବି ଠିକ୍‌ ସେମିତି ଏକ ପରିସ୍ଥିତି ଭିତରେ ପଡ଼ି ଏଠିକି ଆସିଥିବି ବୋଲି ଧରି ନିଅନ୍ତୁ-।’’

 

ସନ୍ଧ୍ୟା ମୁହଁରୁ ହଠାତ କଥା ଛଡ଼େଇ ନେଇ କହିଲେ କୁମାର ଅମରେଶ ରାୟ–

 

‘‘ତେବେ ସେ ଯାହା ହେଉ, ଏଣିକିତ ଆପଣ ଆମ ଦଳର ଜଣେ ସଭ୍ୟା ହୋଇଗଲେଣି । ଆଉବା ଅସୁବିଧା କ’ଣ ? ହଁ, ଆଜି ସନ୍ଧ୍ୟାବେଳେତ ଆପଣ ଆମର ଏଇ ଷ୍ଟ୍ରେଂଜ୍‌ଟାଉନ୍‌ଟିକି ବୁଲି ଦେଖିବାପାଇଁ ଆସିବେ, ସେତେବେଳେ ଦେଖାହେବ ମୋ’ ଅଫିସ୍‍ରେ । ବର୍ତ୍ତମାନ ମୁଁ ଯାଉଛି । ଟିକିଏ କାମ ଅଛି ।’’

 

ଉଠି ଛିଡ଼ା ହେଲେ କୁମାର ଅମରେଶ ରାୟ । ପକେଟରୁ ନମ୍ୱର ଟେନ୍‌ ସିଗାରେଟଟାଏ ବାହାର କରି ଓଠ ସନ୍ଧାରେ ଧଇଲେ । ଲାଇଟ୍‌ର ସାହାଯ୍ୟରେ ସେଥିରେ ଅଗ୍ନିସଂଯୋଗ କରୁ କରୁ କହିଲେ...‘‘ବୁଝିଲେ, ଆମ ଏଇ ଟାଉନ୍‌ଟି ଭିତରେ ବର୍ତ୍ତମାନ ଯେଉଁଠିକି ମଧ୍ୟ ଯାଆନ୍ତୁନା କାହିଁକି, ସବୁଠି ଖାଲି ଚାଲିଚି ଆପଣଙ୍କର ଚର୍ଚ୍ଚା ।’’
 

 

‘‘ମୋ ଚର୍ଚ୍ଚା !’’

 

ଅତିଶୟ ଆଶ୍ଚର୍ଯ୍ୟରେ ଅଭିଭୂତ ହୋଇ ପଡ଼ିଲା ସନ୍ଧ୍ୟା ।

 

‘‘ଚମକି ପଡ଼ନ୍ତୁନି ।’’

 

ଓଠ ସନ୍ଧାରେ ମୃଦୁ ମୃଦୁ ହସର ଅପୂର୍ବ ଛଟା ଫୁଟେଇ କହିଲେ କୁମାର ଅମରେଶ ରାୟ–

 

‘‘ଆପଣଙ୍କର ଯେମିତି ରୂପ-ଲାବଣ୍ୟ, ସେଥିପାଇଁ ତ ବହୁମୁଖରେ ଆପଣଙ୍କର ଚର୍ଚ୍ଚା ଚାଲିବାଟା ଅତି ସ୍ୱାଭାବିକ କଥା ।’’

 

ସନ୍ଧ୍ୟା କିଛି କହିଲାନି । କେବଳ ତଳକୁ ମୁହଁପୋତି ବସି ରହିଲା ।

 

‘‘ଆଉ ଏତେ କ’ଣ ଭାବୁଚନ୍ତି କହିଲେ ?’’

 

‘‘ନା’ କିଛି ନାଇଁ ।’’

 

ସେତେବେଳକୁ ସନ୍ଧ୍ୟାର ମୁହଁଟା ରକ୍ତିମ ହୋଇ ଉଠିଥିଲା । ଆଉ ଦେଖାଯାଉଥିଲା ଖୁବ୍‌ ସୁନ୍ଦର ।

 

ଆଚ୍ଛା, ବର୍ତ୍ତମାନପାଇଁ ମୁଁ ତେବେ ଆସୁଚି ।’’

 

ଚାଲିଗଲେ କୁମାର ଅମରେଶ ରାୟ । ସନ୍ଧ୍ୟା ଉଠିପଡ଼ି ଯାଇ ଘରର ଦରଜାଟାକୁ ବନ୍ଦକରି ଦେଲା ଭିତରପଟୁ । ଆସି ବସିଲା ଆରାମ ଚଉକି ଉପରେ । ଛାତି ପାଖ ବ୍ଲାଉଜ୍ ସନ୍ଧାରୁ ବାହାର କରି ଆଣିଲା ମୃଗାଙ୍କ ଦେଇଥିବା ଚିଠିଟା । ଫିଟେଇ ପଢ଼ିବାକୁ ଲାଗିଲା । ଲେଖାଥିଲା–

 

‘ସନ୍ଧ୍ୟା ! ଏଠୁ ବର୍ତ୍ତମାନ ମୁଁ ଚାଲି ଯାଉଚି ବନଶ୍ରୀ ଭବନକୁ । ଗଲାବେଳେ ତୁମକୁ ଦେଖାକରି ନ ପାରି ବିଶେଷ ଦୁଃଖିତ । ଏ’ ପତ୍ରବାହକ ଗଞ୍ଜା ପହିଲମାନ ହଉଚି ମୋର ଅତି ବିଶ୍ୱସ୍ତ । ତମେ କିଛି ଭୟ କରିବନି । ମୋର ଅନୁପସ୍ଥିତିରେ ତୁମକୁ ସାହାଯ୍ୟ କରିବାପାଇଁ ସେ ଅଛି । ହଁ, ଆଉ ଗୋଟାଏ ଅସଲ କଥା ତୁମକୁ କହିବାକୁ ଭୁଲି ଯାଇଥିଲି । ବର୍ତ୍ତମାନ ତା’ ମନେପକେଇ ଦଉଚି । କିଛି ଭୟ କରିବନି । ମୁଁ ଯେମିତି କରିବାକୁ କହୁଚି, ଠିକ୍‌ ସେମିତି କରିବ । ତାହାହେଲେ ସେ ପାପିଷ୍ଠଟା ଆଉ ତୁମ ଉପରେ ଅତ୍ୟାଚାର କରିପାରିବନି ।’’

 

‘‘ଅତ୍ୟାଚାର !’’

 

ଅସ୍ପଷ୍ଟ ସ୍ୱରରେ ସନ୍ଧ୍ୟାର ମୁହଁରୁ ଯନ୍ତ୍ରବତ୍‌ ବାହାରି ପଡ଼ିଲା ସେଇ ଶବ୍ଦଟି । ଆହୁରି ଅତ୍ୟାଚାର ସହିବାକୁ ତା’ ଭାଗ୍ୟରେ ବାକି ଅଛି । ଏ ପୁଣି କି ପ୍ରକାର ଅତ୍ୟାଚାର ? ଚିଠିର ବାକି ଅଂଶତକ ପଢ଼ିବାକୁ ସନ୍ଧ୍ୟାର ସାହସ ପାଉ ନଥିଲା । ହାତ ତା’ର ଥରି ଉଠୁଥିଲା ବରଡ଼ାପତ୍ର ଭଳି-। ଭୟରେ ହୃଦୟ ପଡ଼ୁଥିଲା ଉଠୁଥିଲା । ତଥାପି ସେ ମନରେ ଦୃଢ଼ ସାହସ ସଞ୍ଚୟ କରି ଚିଠିଟାକୁ ପଢ଼ିବାକୁ ଆରମ୍ଭ କଲା ।

 

‘‘ଆଜିଠୁ ଠିକ୍‌ ଯେବେ ଦଶଦିନ ପୂରିଯିବ, ସେଇଦିନ ରାତିରେ ଏଇ ଗ୍ୟାଙ୍ଗର ଲିଡ଼ର ତୁମକୁ ଡାକିବ ରୁମ୍‌ ନମ୍ୱର ‘‘ଇ’’ କି । ସେଇ ରୁମ୍‌ ଭିତରେ ସେ ତୁମର ସତୀତ୍ୱ ହରଣ କରିବାକୁ ଚେଷ୍ଟା କରିବ ।’’

 

ପଢ଼ୁ ପଢ଼ୁ ଚମକି ପଡ଼ିଲା ସନ୍ଧ୍ୟା । ତା’ର ଦେହ ହାତଗୋଡ଼ ଭୟରେ ଝିମିଝିମି ମାରିଗଲା । ତା’ର ଘୁମନ୍ତ ଚକ୍ଷୁଡ଼ୋଳା ଭିତରୁ ଜୁଳୁଜୁଳିଆ ପୋକ ବାହାରିଗଲା ଭଳି ମନେ ହେଲା-। ଚିଠିର ଅକ୍ଷରଗୁଡ଼ିକ ନିହାତି ଅସ୍ପଷ୍ଟ । ହୃଦୟର ଆବେଗତା ଆହୁରି ବଢ଼ିଗଲା ଦୁଇଗୁଣ । ତଥାପି ସେ ଚିଠିଟାକୁ ଧୈର୍ଯ୍ୟର ସହ ପଢ଼ିବାକୁ ଲାଗିଲା–

 

‘‘କିନ୍ତୁ ତମେ ଏଥିପାଇଁ ଜମା ଭୟ କରିବନି ସନ୍ଧ୍ୟା । ସେ ବଦମାସ ତୁମ ସହିତ ରତିକ୍ରିୟା କରିବାପାଇଁ ଆଗ୍ରହ ପ୍ରକାଶ କରିବ, ସେତେବେଳେ ତୁମେ କହିବ–‘‘ମୁଁ ଭୋଗ୍ୟା ବୋଲି-।’’ କାରଣ ମୋର ଯେତେଦୂର ବିଶ୍ୱାସ ଭୋଗ୍ୟା ସ୍ତ୍ରୀକି ସେ ବଦମାସ କଦାପି ଭୋଗ କରିବାକୁ ଚାହେଁନି । ଏଥିପାଇଁ ବିଶେଷ ଅଧୈର୍ଯ୍ୟ ହବନି । ଧୈର୍ଯ୍ୟ ସହକାରେ ବିପଦର ସମ୍ମୁଖୀନ ହେଲେ ତୁମେ ନିଶ୍ଚୟ ରକ୍ଷା ପାଇଯିବ । ଏ’ ଭିତରେ ବୋଧେ’ ତମେ ମୋ ଡାଏରୀଟା ପଢ଼ି ସବୁ ବିଷୟ ଜାଣିସାରିଥିବଣି । ବାକି ସବୁ ସାକ୍ଷାତରେ । ହଁ ଚିଠିଟାକୁ ପଢ଼ିସାରି ସାଙ୍ଗେ ସାଙ୍ଗେ ପୋଡ଼ିଦବାକୁ ଅନୁରୋଧ ।

 

ଇତି

‘‘ମୃଗାଙ୍କ’’

 

ଚିଠିଟା ପଢ଼ିସାରି ଏକ ବୁକୁଫଟା ଦୀର୍ଘଶ୍ୱାସ ଛାଡ଼ିଲା ସନ୍ଧ୍ୟା । ଦିଆସିଲି କାଠିଟା ଜଳେଇ ଚିଠି ଖଣ୍ଡିକ ପୋଡ଼ି ଦଉ ଦଉ ସେ ଭାବି ଚାଲିଥିଲା–ସବୁବେଳେ ବିପଦ ସାଙ୍ଗେ ଖେଳ ଖେଳିବାପାଇଁ କି କ’ଣ ଭଗବାନ୍ ତାକୁ ଦେଇଛନ୍ତି ?

 

ମନଟା ପୋଡ଼ିଯିବାରୁ ସାଙ୍ଗେ ସାଙ୍ଗେ ଚିଠି ଖଣ୍ଡିକ ମଧ୍ୟ ପୋଡ଼ି ପୋଡ଼ି ଯାଉଥିଲା । ଆଉ ପୋଡ଼ା କାଗଜର ଦୁର୍ଗନ୍ଧଟା ଚହଟି ବୁଲୁଥିଲା ସେଇ ଘରର ବାୟୁମଣ୍ଡଳ ଭିତରେ ।

 

ବନଶ୍ରୀ ଭବନ ଆଗରେ ଠିଆ ହୋଇଥିଲା ଜିପ୍‌ ଗାଡ଼ିଟି । ସାଲାମା ସାହେବ ଚାଲିଯିବାକୁ ବାହାରିଥିଲେ । ବମ୍ୱେରୁ ଆସି ଗୁଡ଼ାଏ ଦିନ ହୋଇ ଯାଇଥିଲା । ବ୍ୟବସାୟୀ ଲୋକ । ନ ଗଲେ ନ ଚଳେ । ତାଙ୍କ ଅନୁପସ୍ଥିତିରେ ଲକ୍ଷ ଲକ୍ଷ ଟଙ୍କା ଲୋକସାନ ହୋଇଯିବାର ସବୁବେଳେ ସମ୍ଭାବନା । ତେଣୁ ସେ ଯିବାପାଇଁ ଅତିଶୟ ଉଦ୍‌ବିଘ୍ନ ହୋଇ ଉଠୁଥିଲେ ।

 

ଆଉ ବା କେତେଦିନ ପର୍ଯ୍ୟନ୍ତ ଅପେକ୍ଷା କରିବେ ମୃଗାଙ୍କକୁ । ତାଙ୍କର ଏଠିକି ଆସିବାର ଖବର ପାଇ ମଧ୍ୟ କେଜାଣି ସେ କିମିତି କୁଆଡ଼େ ଚାଲିଗଲା ସହଜରେ ସେ ବୁଝିପାରୁ ନଥିଲେ । ବ୍ୟବସାୟ ସମ୍ୱନ୍ଧରେ ଅନେକ କଥାବାର୍ତ୍ତା ଥିଲା । କିନ୍ତୁ ହବ କ’ଣ ? ମୃଗାଙ୍କରତ ଏ’ ଯାଏଁ ଦେଖାଦର୍ଶନ ନାହିଁ ।

 

ବନଶ୍ରୀ ଭବନରେ ପଦଚାରଣ କରୁ କରୁ ହାତଘଡ଼ିକି ଚାହିଁଲେ ସାଲାମା ସାହେବ ।

 

ସମୟ ଦିନ ଗୋଟାଏ ।

 

ଲାଞ୍ଜିଗଡ଼ ରୋଡ଼ ଷ୍ଟେସନକୁ ଟ୍ରେନ୍‌ ଆସିବାକୁ ଆହୁରି ଜମା ଦେଢ଼ଘଣ୍ଟା ବାକି । ଏବଠୁ ନଗଲେ ଟ୍ରେନ୍‌ ଧରିବା ହୁଏତ ସମ୍ଭବପର ହେଇ ନପାରେ । ଷ୍ଟେସନ ମାଷ୍ଟରଙ୍କୁ ଆଗରୁ କହି ଫାଷ୍ଟକ୍ଳାସ୍‌ ବର୍ଥଟାଏ ରିଜର୍ଭ କରି ନେଇଚନ୍ତି ।

 

ସାଲାମା ସାହେବଙ୍କ ପଦଚାରଣ ହେଲା କ୍ଷିପ୍ରରୁ ଆହୁରି କ୍ଷିପ୍ରତର ।

 

ମି: ବସ୍ତିଆ ଆସି କହିଲେ–’’ ସାର୍‌ ! ସମୟ ହେଇଗଲା । ଏଥର ଚାଲନ୍ତୁ । ନଚେତ ଟ୍ରେନ୍‌ କ୍ୟାଚ୍‌ କରି ହବନି ।’’

 

‘‘ମୃଗାଙ୍କବାବୁ ସହ ଦେଖାଟା ହୋଇଥିଲେ ଅନ୍ତତଃ ଟିକିଏ ଭଲ ହୋଇଥାନ୍ତା ମି: ବସ୍ତିଆ ।’’

 

କଣ୍ଠରେ ବ୍ୟଗ୍ରତା ଭରି କହିଲେ ସାଲାମା ସାହେବ ।

 

‘‘କ’ଣ ଆଉ କରାଯିବ ସାର୍‌ ଅପେକ୍ଷା କରି କରିତ ଏ’ ପର୍ଯ୍ୟନ୍ତ ମୃଗାଙ୍କବାବୁଙ୍କର ଦେଖାନାହିଁ । ଆଉ ପୁଣି ଆପଣ କେତେଦିନ ଅପେକ୍ଷା କରିବେ ।’’ ଉତ୍ତର ଦେଲେ ମି: ବସ୍ତିଆ ।

 

‘‘ନା, ଆଉ ଜମା ଅପେକ୍ଷା କରି ହବନି ମି: ବସ୍ତିଆ । ମୃଗାଙ୍କବାବୁ ଫେରିଲେ ତାଙ୍କୁ କହିବ, ସେ ଅନ୍ତତଃ ଦିନ କେତେଟାପାଇଁ ଟିକିଏ ବମ୍ୱେ ଆସିବେ । ସେଇଠି ଏ’ କାଠ ବ୍ୟବସାୟର ଚୁକ୍ତିପତ୍ରଟା ଉପରେ ଆମେ ଦୁହେଁ ମିଶି ସ୍ୱାକ୍ଷର କରିଦେବୁ । ଖାଲି ଏ’ ଲାଞ୍ଜିଗଡ଼ ଅଞ୍ଚଳ ଉପରେ ନିର୍ଭର କଲେ ଆମ ବ୍ୟବସାୟ ଏଣିକି ଆଉ ଚାଲିବା ମୁସ୍କିଲ । କାରଣ ଦେଶ ଓ ଦେଶ ବାହାରେ ଆମ କମ୍ପାନୀ ତିଆରି ଆସବାବପତ୍ରର ଯାହା ଚାହିଦା ଅଛିନା’ ସେହି ପରିମାଣରେ ବିଭିନ୍ନ ଅଞ୍ଚଳରୁ କାଠ ନ ଗଲେ କମ୍ପାନୀ ଆଉ କାହା ଉପରେ ନିର୍ଭର କରି ଚାଲିବ କହିଲ ?

 

‘‘ତା’ ଅବଶ୍ୟ ସତକଥା ସାର୍‌ ।’’

 

ସଂକ୍ଷିପ୍ତରେ ଉତ୍ତର ଦେଇ ମି: ବସ୍ତିଆ ।

 

ସେଥିପାଇଁ ମୁଁ ଯଥେଷ୍ଟ ପରିମାଣରେ କୂପ ଠିକା ନବାକୁ ଚାହୁଁଚି । କଳାହାଣ୍ଡି ଜିଲ୍ଲାର ସମସ୍ତ ବଣ ଜଙ୍ଗଲକୁ ଠିକାରେ ନବାକୁ ହବ । ତା’ଛଡ଼ା କୋରାପୁଟ ଜିଲ୍ଲାଟାକୁ ମଧ୍ୟ ଆମ ବ୍ୟବସାୟର ପରିସର ଭିତରେ ସାମିଲ କରିଦବାକୁ ହବ ।’’

 

କହୁ କହୁ ସାମାନ୍ୟ ଚିନ୍ତିତ ହେଇ ପଡ଼ିଲେ ସାଲାମା ସାହେବ । କିଛି ସମୟ ନୀରବରେ କଟିଗଲା । ସାଲାମା ସାହେବ ଓଠ ସନ୍ଧାରେ ଧଇଲେ ଖଣ୍ଡିଏ ସିଗାର୍‌ । ସେଥିରେ ଅଗ୍ନିସଂଯୋଗ କରି ଟାଣୁ ଟାଣୁ ପୁଣି କହି ଚାଲିଲେ–‘‘ମୃଗାଙ୍କବାବୁଙ୍କ ସହ ଦେଖା ହୋଇଥିଲେ ଖୁବ୍‌ ଭଲ ହୋଇଥାନ୍ତା ମି: ବସ୍ତିଆ । ଆମେ ଦୁହେଁ ଆଉ ବେଶି କିଛି ନହେଲେ ମଧ୍ୟ ଗୋଟାଏ ମୀମାଂସାର ଶେଷ ସୀମାରେତ ପହଞ୍ଚି ପାରିଥାନ୍ତୁ । ହଉ ଛାଡ଼ । ଚାଲଶୀଘ୍ର ଯିବା । ଟ୍ରେନ୍‌ ଫେଲ୍‌ ହେଲେ ପୁଣି ହଇରାଣ ।’’

 

କହୁ କହୁ ବାହାରକୁ ବାହାରି ଆସିଲେ ସାଲାମା ସାହେବ । ତାଙ୍କୁ ଅନୁସରଣ କରି ଆସିଲେ ମି: ବସ୍ତିଆ । ବନଶ୍ରୀ ଭବନ ଆଗରେ ଠିଆ ହୋଇଥିଲା ଜିପ୍‌ଗାଡ଼ିଟା । ତାଙ୍କର ବେଡ଼ିଂ ଆଦି ଜିପ୍‌ର ପଛପଟେ ଆଗରୁ ଲୋଡ଼ ହେଇ ସାରିଥିଲା ପାଖରେ ଛିଡ଼ା ହୋଇଥିଲା ଜଗୁ–ସାଲାମା ସାହେବଙ୍କର ଚାକର । ସେ ଥିଲା ତାଙ୍କର ଅତି ବିଶ୍ୱସ୍ତ । ସାଲାମା ସାହେବ ଆଉ ମି: ବସ୍ତିଆ ଯାଇ ବସିଲେ ଫ୍ରଣ୍ଟସିଟ୍‌ରେ । ମି: ବସ୍ତିଆ କହିଲେ–‘ଜଗୁ । ଡ୍ରାଇଭର୍‌କୁ ଡାକ । ଏଥର ଯିବା ।’’

 

ଡ୍ରାଇଭରର ନାଁ ଧରି ଡାକିଲା ଜଗୁ । କିନ୍ତୁ ଡ୍ରାଇଭର ଆସିବାତ ଦୂରର କଥା, କୌଣସି ଉତ୍ତରବି ମିଳିଲାନି । ବିରକ୍ତ ହେଲେ ମି: ବସ୍ତିଆ । କହିଲେ–କୁଆଡ଼େ ଗଲା ସେ ?’’

 

‘‘କେଜାଣି ଆଜ୍ଞା, ମୁଁ କହି ପାରିବିନି ।’’

 

ଉତ୍ତର ଦେଲା ଜଗୁ ।

 

‘‘ଆଉ ତମେ ଏଠି ଛିଡ଼ାଟା ହେଇ କ’ଣ କରୁଥିଲ ଯେ ?’’

 

ଆଉ ଟିକିଏ ଚଢ଼ା ଗଳାରେ ପ୍ରଶ୍ନ କଲେ ମି: ବସ୍ତିଆ ।

 

‘‘ମୁଁ ଘର ଭିତରୁ ବେଡ଼ିଂପତ୍ର ଆଣି ଲୋଡ଼୍‌ କରୁଥିଲି ଆଜ୍ଞା । ତେଣୁ ମୋର ଅନୁମାନ ନାହିଁ ସେ ଗଲା କୁଆଡ଼େ ।’’ ଜିପ୍‌ର ହର୍ଣ୍ଣ ଦେଲେ ମି: ବସ୍ତିଆ । କିନ୍ତୁ ଫଳ କିଛି ହେଲାନି । ଡ୍ରାଇଭରର ଦେଖାଦର୍ଶନ ନଥିଲା ।

 

‘‘ଏବେ କ’ଣ କରିବା ମି: ବସ୍ତିଆ ?’’

 

ପ୍ରଶ୍ନ କଲେ ସାଲାମା ସାହେବ । ତାଙ୍କ ପ୍ରଶାନ୍ତ ମୁଖମଣ୍ଡଳରେ ଚିନ୍ତାର ଭାବ ବେଶ୍‌ ସୁସ୍ପଷ୍ଟ ହୋଇ ଆସୁଥିଲା ।

 

‘‘ଚାଲନ୍ତୁ ସାର୍‌ । ମୁଁ ଡ୍ରାଇଭ୍‌ କରି ଆପଣଙ୍କୁ ଛାଡ଼ିଦେଇ ଆସିବି ।’’

 

କହୁ କହୁ ମି: ବସ୍ତିଆ ଆସି ବସି ପଡ଼ି ଷ୍ଟିଏରିଂ ଧଇଲେ । ପରମୁହୂର୍ତ୍ତରେ ଷ୍ଟାର୍ଟ ହେଲା ଜିପ୍‌ । ବନଶ୍ରୀ ଭବନକୁ ପଛରେ ପକେଇ ଜିପ୍‌ଟି ଛୁଟି ଚାଲିଲା ଆଗକୁ...ଆହୁରି ଆଗକୁ ।

 

ମି: ବସ୍ତିଆ ଡ୍ରାଇଭ୍‌ କରୁଥିଲେ ।

 

ପାଖରେ ବସିଥିଲେ ସାଲାମା ସାହେବ ।

 

ଅଣଢ଼ଣିଆ ରାସ୍ତା ଉପରେ ଜିପ୍‌ଟି ଅଣନିଃଶ୍ୱାସୀ ହୋଇ ଧାଇଁ ଚାଲିଥିଲା । ସାଲାମା ସାହେବ ଏକାଗ୍ରଚିତ୍ତରେ ବସି ଭାବି ଚାଲିଥିଲେ ।

 

ସେ ଦିନ ସ୍ୱଚ୍ଛସଲିଳବାବୁ ଆସିଥିଲେ ତାଙ୍କ ପାଖକୁ ମୃଗାଙ୍କ ବିଷୟରେ ପଚାରି ଗଲେ ଅନେକ କଥା ଯେମିତି ସେ (ସାଲାମା ସାହେବ) ମୃଗାଙ୍କ ସହ ମିଶି ଏ’ ଅଞ୍ଚଳରେ ସୃଷ୍ଟିକରି ଚାଲିଥିଲେ ହତ୍ୟାର ବିଭୀଷିକା ।

 

ସେଇ ଦିନର ଘଟନା–ସ୍ୱଚ୍ଛସଲିଳବାବୁଙ୍କର ସନ୍ଦେହୀ ଚକ୍ଷୁର ସେଇ ଦୃଶ୍ୟଟା ହଠାତ ତାଙ୍କ ଆଖି ଆଗରେ କ୍ଷଣିକପାଇଁ ଜୀବନ୍ତ ହେଇ ନାଚି ଉଠିଲା ଯେମିତି–

 

ସାଲାମା ସାହେବ, ମି: ବସ୍ତିଆ ଷ୍ଟେସନ୍ ମାଷ୍ଟର, ମିସ୍‌ ଡୋରା ଆଲବର୍ଟ ତଥା ହେରିକ୍‌ ଦମ୍ପତି ବସି ଜଳଖିଆ ଖାଇବାରେ ଖୁବ୍‌ ବ୍ୟସ୍ତଥିଲେ । କଥାବାର୍ତ୍ତାରେ ସୁଅ ମଧ୍ୟ ଛୁଟିଥିଲା । ଠିକ୍‌ ଏଇ ସମୟରେ ଟେଣ୍ଡକା ଜାନି ହାତରେ ଖଣ୍ଡିଏ ଭିଜିଟିଂ କାର୍ଡ଼ଧରି ଆସି ବଢ଼େଇ ଦେଲା ମି: ବସ୍ତିଆଙ୍କ ହାତକୁ । କାର୍ଡ଼ଟା ଦେଖି ପ୍ରଥମେ ସାମାନ୍ୟ ଚମକି ପଡ଼ିଲେ ମି: ବସ୍ତିଆ । ତା’ପରେ ସେ ସାଲାମା ସାହେବଙ୍କ କାନରେ କ’ଣଗୁଡ଼େ ଫୁସ୍‌ଫୁସ୍‌ କରି କହିଗଲେ ।

 

ସମ୍ମତି ସୂଚକ ମୁଣ୍ଡ ହଲେଇ ଦେଲେ ସାଲାମା ସାହେବ ।

 

‘‘ଆଚ୍ଛା, ଯାଅ ତାଙ୍କୁ ନେଇ ଆସ ଏଠିକି ।’’

 

ମି: ବସ୍ତିଆଙ୍କ ଆଦେଶ ପାଇ ବାହାରକୁ ଚାଲିଗଲା ଟେଣ୍ଡକାଜାନି ।

 

କିଛି ସମୟପରେ ଭିତରକୁ ହସି ହସି ପଶି ଆସିଲେ ସ୍ୱଚ୍ଛସଲିଳବାବୁ ।

 

ସମସ୍ତଙ୍କ ଉଦ୍ଦେଶ୍ୟରେ ହାତଯୋଡ଼ି ନମସ୍କାର କରୁ କରୁ କହିଲେ–

 

‘‘ମତେ ଆପଣମାନେ କ୍ଷମା କରିବେ, ଅସମୟରେ ଆସି ଆପଣମାନଙ୍କୁ ଅଯଥା.....’’

 

‘‘ଏଠି ଆମର ସମୟ ଅସମୟର କୌଣସି ବାଛବିଚାର ନାହିଁ ସ୍ୱଚ୍ଛସଲିଳବାବୁ–’’

 

କହିଲେ ମି: ବସ୍ତିଆ ।

 

‘‘ଆସନ୍ତୁ, ବସନ୍ତୁ ଆପଣ ଆଗ ।’’

 

ଖାଲି ପଡ଼ିଥିବା ଗୋଟାଏ ଚଉକି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲେ ମି: ବସ୍ତିଆ ।

 

ବସିଲେ ସ୍ୱଚ୍ଛସଲିଳବାବୁ । ହନୁମାନ ପ୍ରସାଦ ଆଣି ତାଙ୍କ ସାମ୍ନାରେ ରଖିଦେଲା ଜଳଖିଆ ପ୍ଳେଟ୍‌–ଗୋଟାଏ ଅଣ୍ଡା ଆମଲେଟ ଆଉ କେତୋଟି ବିସ୍କୁଟ । ଟେଣ୍ଡାକାଜାନି ଚାଲିଯିବା ପରେ ଆଉ ଗୋଟାଏ ପ୍ଳେଟ୍‌ ଜଳଖିଆ ନେଇ ଆସିବାକୁ ମି: ବସ୍ତିଆ ଆଦେଶ ଦେଇଥିଲେ ହନୁମାନ ପ୍ରସାଦକୁ ।

 

ସ୍ୱଚ୍ଛସଲିଳବାବୁଙ୍କ ସହିତ ସମସ୍ତଙ୍କ ପରିଚୟଟା ଆଗ କରାଇଦେଲେ ମି: ବସ୍ତିଆ । ତା’ପରେ ନିଜ ପରିଚୟଟା ମଧ୍ୟ ଦେଲେ । ଜଳଖିଆ ପର୍ବ ଚାଲିଗଲା ସେମିତି । ସ୍ୱଚ୍ଛସଲିଳବାବୁଙ୍କର ହଠାତ ଆବିର୍ଭାବଫଳରେ ଯେମିତି ସେଇ ସ୍ଥାନଟା ରସଭଙ୍ଗ ହେଲା ଭଳି ମନେ ହେଉଥିଲା ।

 

ସମସ୍ତେ ଥିଲେ ନୀରବ ।

 

ସମସ୍ତଙ୍କ ପାଟିରୁ ଭାଷା ମରି ଯାଇଥିଲା ଯେମିତି ।

 

ଆଉ ସ୍ୱଚ୍ଛସଲିଳବାବୁ– ?

 

ଜଳଖିଆ ଖାଉ ଖାଉ ନିଜର ସନ୍ଦେହୀ ଚକ୍ଷୁଯୋଡ଼ିକୁ ସମସ୍ତଙ୍କ ଉପରେ ଥରେ ଲେଖାଏଁ ବୁଲେଇ ଆଣିଲେ । ଦେଖି ସାମାନ୍ୟ ଆଶ୍ଚର୍ଯ୍ୟ ହେଇ ପଡ଼ିଲେ ସେ । କାରଣ ତାଙ୍କୁ ସି:ଆଇ:ଡ଼ି ଇନ୍‌ସପେକ୍ଟର ବୋଲି ଜାଣି ସୁଦ୍ଧା କାହାରି ମନରେ ମଧ୍ୟ ବିସ୍ମୟର ଲେଶମାତ୍ର ସୂଚନା ନଥିଲା ।

 

କିଛି ସମୟ ପରେ ଜଳଖିଆ ପର୍ବ ସରିଲା । ସମସ୍ତଙ୍କ ହାତକୁ ଗୋଟାଏ ଲେଖାଏଁ କଫି କପ୍‌ ଆଣି ବଢ଼େଇ ଦେଲା ହନୁମାନ ପ୍ରସାଦ । କଫି କପ୍‌ରେ ମୃଦୁ ଚୁମ୍ୱନ ଦଉ ଦଉ ପଚାରିଲେ ବସ୍ତିଆ–

 

‘‘ଆପଣ ହଠାତ ଚାଲି ଆସିଲେ କୁଆଡ଼େ ?’’

 

‘‘ମି: ସାଲାମା ସାହେବଙ୍କ ସହ ଟିକିଏ ଦେଖା କରିବାପାଇଁ ।’’

 

ସାଲାମା ସାହେବଙ୍କ ଆଡ଼କୁ କଣେଇ ଚାହୁଁଚାହୁଁ ଉତ୍ତର ଦେଲେ ସ୍ୱଚ୍ଛସଲିଳବାବୁ ।

 

‘‘କହନ୍ତୁ, ମୁଁ ଆପଣଙ୍କ କି ସେବାରେ ଆସିପାରେ ?’’

 

ସ୍ୱଚ୍ଛସଲିଳବାବୁଙ୍କ ଆଡ଼କୁ ସିଗାର ଡବାଟା ବଢ଼େଇ ଦଉ ଦଉ ବିନମ୍ର କଣ୍ଠରେ କହିଲେ ସାଲାମା ସାହେବ ।

 

‘‘ଏଇ ମୃଗାଙ୍କବାବୁଙ୍କ ସମ୍ୱନ୍ଧରେ ଆପଣଙ୍କ ସହ ମୋର କେତେକ ବିଷୟ ଆଲୋଚନା କରିବାର ଅଛି ।’’

 

‘‘କେଉଁ ବିଷୟ କୁହନ୍ତୁ ?’’

 

ଜଳନ୍ତା ବର୍ଣ୍ଣରଟା ସ୍ୱଚ୍ଛସଲିଳର ମୁହଁ ପାଖକୁ ନଉ ନଉ କହିଲେ ମି. ସାଲାମା ସାହେବ-

 

‘‘ଆପଣମାନେ ମନରେ କିଛି ଅନ୍ୟଥା ଭାବିବେନି ବୋଲି ମୋର ଅନୁରୋଧ–’’

 

ସିଗାରଟାକୁ ଓଠ ସନ୍ଧାରେ ଚପେଇ ଧରି ସମସ୍ତଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି କହିଲେ ସ୍ୱଚ୍ଛସଲିଳବାବୁ–

 

‘‘ମି: ସାଲାମା ସାହେବଙ୍କ ସହ ମୁଁ ଟିକିଏ ନିରୋଳାରେ ଆଲୋଚନା କରିବାକୁ ଚାହେଁ-।’’

 

‘‘ଓ ୟେସ୍‌, ଗ୍ଳେଡ଼୍‍ଲି ଇଉ କ୍ୟାନ୍‌ ଡ଼ୁ ଇଓର ବିଜିନେସ୍‌ ମିଷ୍ଟର୍‌ ।’’

 

କହୁ କହୁ ଚୟାର ଛାଡ଼ି ଠିଆ ହେଇ ପଡ଼ିଲେ ମିସ୍‌ ଡୋରା ଆଲବର୍ଟ ।

 

‘‘ମି: ବସ୍ତିଆ ! ଲେଟଅସ୍‌ ଗୋ ଏଲସ୍‌ହେୟାର ।’’

 

ତା’ପରେ.......

ସ୍ୱଚ୍ଛସଲିଳବାବୁ ଆଉ ସାଲାମା ସାହେବଙ୍କ ଛଡ଼ା ସମସ୍ତେ ଚାଲିଗଲେ ବାହାରକୁ ।

‘‘ଏଥର କୁହନ୍ତୁ । ଆପଣଙ୍କର ଯାହା କିଛି କହିବାର କଥା–

ଆପଣ ମନରେ କିଛି ଭାବିବେନି ଆଜ୍ଞା । ଅସମୟରେ ଆସି ଆପଣଙ୍କୁ ଅଯଥା କଷ୍ଟ ଦେଉଥିବାରୁ ବାସ୍ତବିକ ମୁଁ ବଡ଼ ଦୁଃଖିତ । କ’ଣ ଆଉ କରିବି କହିଲେ । ଆମ କାମତ ସେଇଆ ।’’ କହିଲେ ସ୍ୱଚ୍ଛସଲିଳବାବୁ ।

‘‘ଏଥିରେ ଦୁଃଖିତ ହବାର କ’ଣ ଅଛି ସ୍ୱଚ୍ଛସଲିଳବାବୁ–’’ ଅସଂଖ୍ୟ ଧୂମ୍ରରାଶିର କୁଣ୍ଡଳୀ ସୃଷ୍ଟି କରୁ କରୁ କହିଲେ ସାଲାମା ସାହେବ–‘‘ବରଂ ଏ’ ଦିଗରେ ଆପଣଙ୍କୁ କିଛିଟା ସାହାଯ୍ୟ କରିପାରିଲେ ଆପାତତଃ ମୁଁ ନିଜକୁ ବହୁତ ଖୁସି ମନେକରି ପାରିବି ।’’

‘‘ଆଚ୍ଛା ସାର୍‌ ! ମୃଗାଙ୍କବାବୁଙ୍କ ସହ ଆପଣଙ୍କ ପରିଚୟଟା.........’’

‘‘ନିହାତି ଆକ୍‌ସିଡ଼େଣ୍ଟାଲି ସ୍ୱଚ୍ଛସଲିଳବାବୁ । ଅତି ଆକସ୍ମିକ ଭାବର ତାଙ୍କ ସହିତ ମୋର ପରିଚୟଟା ହେଲା ।’’

‘‘କିମିତି ?’’

ପ୍ରଶ୍ନକଲେ ସ୍ୱଚ୍ଛସଲିଳବାବୁ ।

 

ଜୋର୍‍ରେ ସିଗାରେଟଟାକୁ ଟାଣି ଦେଇ ହଠାତ ପାଟି ଭିତରୁ ପୁଳାଏ ଧୂଆଁ ଛାଡ଼ି ଦଉ ଦଉ କହିବାକୁ ଆରମ୍ଭ କଲେ ସାଲାମ ସାହେବ । ଅତି ଚୁମ୍ୱକରେ ସମସ୍ତ ଘଟନା କହି ସାରିବା ପରେ ସେ ଦୀର୍ଘ ନିଃଶ୍ୱାସ ଟାଣି ପୁଣି କହିଲେ–‘‘ବେଶ୍ ସେଇ ଦିନଠାରୁ ମୃଗାଙ୍କବାବୁଙ୍କ ସହ ମୁଁ ବେଶ୍ ପରିଚିତ । ତାଙ୍କ ସହିତ ଯଦିଓ ମୋର ଦେଖାସାକ୍ଷାତ ଅତି ସୀମିତ, ତଥାପି ଆମ ଦୁହିଁଙ୍କ ଭିତରେ ବ୍ୟବସାୟର ବିଶ୍ୱାସ ଖୁବ୍‌ ରହିଚି ।’’

 

(ମୃଗାଙ୍କ ଆଉ ସାଲାମା ସାହେବଙ୍କର ଭିତରେ କିମିତି ପରିଚୟଟା ହେଲା, ସେହିକଥା ଜାଣିବାକୁ ହେଲେ ଜଙ୍ଗଲୀ ସିରିଜୀର ପ୍ରଥମ ଭାଗ ‘‘ଜଙ୍ଗଲୀ’’ ପଢ଼ନ୍ତୁ ।)

 

‘‘ହୁଁ ।’’

 

କିଛି ସମୟପାଇଁ ଗମ୍ଭୀର ହୋଇଗଲେ ସ୍ୱଚ୍ଛସଲିଳବାବୁ । ତା’ପରେ କହିଲେ–

 

‘‘ଆଚ୍ଛା ମୃଗାଙ୍କବାବୁ ମଦଖାଇ ଅଯଥା ନିରୀହ ଆଦିବାସୀ ଲୋକଙ୍କୁ ବାଡ଼େଇ ବାଡ଼େଇ ମାରିଦବା କଥାଟା ଆପଣ ଜାଣନ୍ତି ?’’

 

‘‘ମି: ବସ୍ତିଆଙ୍କ ଚିଠିରୁ ଜାଣିଚି–‘‘କହିଲେ ସାଲାମା ସାହେବ–’’ ମୃଗାଙ୍କବାବୁ ଆଗ ଆଗ ମଦଖାଇ ଯାହାକୁ ଅତି ନିର୍ମମ ଭାବରେ ପ୍ରହାର କରୁଥିଲେ, ସେହି ଦିନ ରାତିରେ ସେ ମରି ଯାଉଥିଲା ।’’

 

‘‘ଏମିତି ନ କରିବାପାଇଁ ଆପଣ କେବେ ମୃଗାଙ୍କବାବୁଙ୍କୁ ଚିଠିପତ୍ରଦ୍ୱାରା ଅନୁରୋଧ କରିଚନ୍ତି ?’’

 

‘‘ଥରେ ନୁହେଁ...ଅନେକ ଥର ଚିଠି ଲେଖିଚି । କିନ୍ତୁ ମୋର ସମସ୍ତ ଚିଠିର ଉତ୍ତର ସେ ଦିଅନ୍ତି ସେଇ ଗୋଟାଏ କଥାରେ ।’’

 

‘‘କ’ଣ ସେହି କଥାଟା ?’’

 

‘‘ସେ ଲେଖନ୍ତି–ସେ ସବୁ ହଉଛି ମୋର ଘରୋଇ ବ୍ୟାପାର । ଆପଣ ଅଯଥା ସେ ମାମଲାରେ ମୁଣ୍ଡ ଖେଳେଇ ଆମ ଭିତରେ ଥିବା ଅଗାଢ଼ ବନ୍ଧୁତ୍ୱକୁ ବିଷାକ୍ତ କରନ୍ତୁନି । ବେଶ୍‌, ଏମିତି କେତୋଟି ଚିଠି ତାଙ୍କଠୁ ପାଇଲା ପରେ ମୁଁ ଆଉ ଏ’ ସବୁ ଖୁଣି ମାମଲା ବିଷୟ ନେଇ ଆଉ କେବେ ତାଙ୍କ ପାଖକୁ କିଛି ଲେଖିଲିନି ।’’

 

‘‘ଏ’ ସବୁ ହତ୍ୟା ମାମଲା ବିଷୟ ଚିଠିପତ୍ରର ଆଦାନପ୍ରଦାନ କେବଠୁ ବନ୍ଦ ହେଲା ଠିକ୍‌ କରି କହି ପାରିବେ ?’’

 

ସଠିକ୍‌ରୂପେ ଯଦିଓ ମୁଁ କହି ପାରୁନି, ତେବେ ମୋର ଯେତେଦୂର ବିଶ୍ୱାସ ଯେ ପ୍ରାୟ ପାଞ୍ଚ ଛ’ମାସରୁ ଅଧିକ ହୋଇଗଲାଣି ।’’ ସରଳ କଣ୍ଠରେ ଉତ୍ତର ଦେଲେ ସାଲାମା ସାହେବ ।

 

‘‘ତାଙ୍କ ବିଷୟରେ ଖବର ରଖନ୍ତି କି ନାହିଁ ?’’

 

‘‘ବରାବର ରଖେ ।’’

 

‘‘କିମିତି ।’’

 

‘‘ଏ’ ଅଞ୍ଚଳରେ କିଛି ଗୋଟାଏ ଅପ୍ରତ୍ୟାଶିତ ଘଟନା ଘଟିଗଲେ ମି: ବସ୍ତିଆ ମତେ ସାଙ୍ଗେ ସାଙ୍ଗେ ଚିଠିଦ୍ୱାରା ଜଣାଇ ଦିଅନ୍ତି ।’’

 

‘‘ଆଚ୍ଛା ମି: ବସ୍ତିଆ ଲୋକ ହିସାବରେ କିମିତି ?’’

 

‘‘ଖୁବ୍‌ ଭଲ । ଅତି ବିଶ୍ୱାସୀ । ତାଙ୍କ ଯୋଗୁଁହିଁ ଆଜି ମୁଁ ବମ୍ୱେ ସହର ଭିତରେ ଜଣେ କୋଟିପତି ।’’

 

‘‘ଆପଣଙ୍କର ଗୋଟାଏ ଟ୍ରକ୍‌ କିଛିଦିନ ତଳେ ଏଠି ଏକ୍‌ସିଡ଼େଣ୍ଟ ହୋଇଥିଲା.... ?’’

 

‘‘ହଁ, ମି: ବସ୍ତିଆ ଲେଖିଥିଲେ । ସେ ଟ୍ରକ୍‌ ଡ୍ରାଇଭରଟାକୁ ଭବାନୀପାଟଣା ହସ୍‌ପିଟାଲ ଭିତରେ କେହି ଜଣେ ଯାଇ ଖୁନ୍‌ କରିଦେଲା ।’’

 

‘‘ଆଉ କ’ଣ ଲେଖିଥିଲେ ମି: ବସ୍ତିଆ ?

 

‘‘ବେଶ୍‌ ସେତିକି ।’’

 

‘‘ଭଲକରି ଟିକିଏ ମନେପକେଇବାକୁ ଚେଷ୍ଟା କରନ୍ତୁ ।’’

 

‘‘ମୋର ଠିକ୍‌ ମନେଅଛି ସ୍ୱଚ୍ଛସଲିଳବାବୁ, ଏତକ ଛଡ଼ା ଆଉ ସେମିତି କିଛି ବିଶେଷ ଘଟନା ମି: ବସ୍ତିଆ ଉଲ୍ଲେଖ କରି ନଥିଲେ ତାଙ୍କ ଚିଠିରେ ।’’

 

ଆଶାୟୀ ନେତ୍ରରେ ଏତକ କହୁ କହୁ ସାଲାମା ସାହେବଙ୍କ ପ୍ରଶାନ୍ତ ମୁଖମଣ୍ଡଳକୁ ଲକ୍ଷ୍ୟକଲେ ସ୍ୱଚ୍ଛସଲିଳବାବୁ ।

 

‘‘ରକ୍ତ !’’

 

ଆଶ୍ଚର୍ଯ୍ୟର ଚରମ ସୀମାକୁ ହଠାତ ସାଲାମା ସାହେବ ଯେମିତି ପହଞ୍ଚିଗଲେ ।

 

‘‘କି ରକ୍ତ କଥା କହୁଚନ୍ତି ଆପଣ ସ୍ୱଚ୍ଛସଲିଳବାବୁ ?’’

 

ଭୟ ତଥା ଆଶ୍ଚର୍ଯ୍ୟ ମିଶା କଣ୍ଠରେ ପ୍ରଶ୍ନକଲେ ସାଲାମା ସାହେବ ।

 

‘‘ମଣିଷ ରକ୍ତ ।’’

 

‘‘ମଣିଷ ରକ୍ତ !’’

 

ଆହୁରି ଆଶ୍ଚର୍ଯ୍ୟରେ ବୁଡ଼ିଗଲେ ସାଲାମା ସାହେବ ।

 

ନିର୍ଲିପ୍ତ କଣ୍ଠରେ ସେମିତି କହି ଚାଲିଥିଲେ ସ୍ୱଚ୍ଛସଲିଳବାବୁ

 

‘‘ହଁ, ହଁ, ମଣିଷ ରକ୍ତ । ଜଙ୍ଗଲ ଭିତରେ ବୋତଲ ବୋତଲ ମଣିଷ ରକ୍ତ । ଆପଣଙ୍କ ନିକଟକୁ ମି: ବସ୍ତିଆ ଏଇ ମଣିଷ ରକ୍ତ ବିଷୟ ନେଇ କ’ଣ ଚିଠି ଲେଖି ନାହାନ୍ତି ?’’

 

ମୁଁ ସତ କହୁଚି ସ୍ୱଚ୍ଛସଲିଳବାବୁ । ଆପଣ ମତେ ବିଶ୍ୱାସ କରନ୍ତୁ । ଭଗବାନ୍‍ଙ୍କ ଦୁହାଇ-। ମୁଁ ଏ ସମ୍ୱନ୍ଧରେ କିଛି ଜାଣେନି ।’’

 

ନିଜର ନିର୍ଦ୍ଦୋଷତାର ସଫେଇ ଦବାକୁ ଯାଇ କହିଲେ ସାଲାମା ସାହେବ ।

 

‘‘ଏ ମଣିଷ ରକ୍ତ ବିଷୟରେ ଆପଣଙ୍କୁ ଚିଠି ଲେଖିବାପାଇଁ ମି: ବସ୍ତିଆ କିମିତି ଭୁଲିଗଲେ ମି: ସାଲାମା ସାହେବ ?’’

 

ସାମାନ୍ୟ ବିଦ୍ରୂପ କଣ୍ଠରେ କହିଲେ ସ୍ୱଚ୍ଛସଲିଳବାବୁ ।

 

‘ମୁଁ କିଛି ବୁଝି ପାରୁନି ଆପଣ କ’ଣ କହୁଛନ୍ତି ?’’

 

ଅତିଶୟ ଆଶ୍ଚର୍ଯ୍ୟରେ ଆଖି ଡୋଳା ଦିଓଟି ଫେସାରି ହେଇ ଯାଇଥିଲା ସାଲାମା ସାହେବଙ୍କର ।

 

‘‘ଦୁର୍ଘଟନାର ସମ୍ମୁଖୀନ ହୋଇଥିବା ଟ୍ରକର ଗୋଟାଏ ଦଶଫୁଟିଆ ବିରାଟ୍ କାଠଖଣ୍ଡି ଭିତରୁ ପ୍ରାୟ ଶହେ ବୋତଲ ହବ ମଣିଷ ରକ୍ତ ବାହାରି ଥିଲା ମି: ସାଲାମା ସାହେବ ।’’

 

‘‘ଏଁ.....କ’ଣ ଶୁଣୁଚି ?’’

 

ଶୁଣୁ ଶୁଣୁ ସାଲାମା ସାହେବଙ୍କର ଯେମିତି ମନେହେଲା–ପୃଥିବୀଟା ଯେମିତି ତାଙ୍କ ପାଦତଳୁ ଧୀରେ ଧୀରେ ଅପସରି ଯାଉଚି । ସେ ଅବାକ ଆଉ ହତଭାବ ହେଇ ଚାହିଁ ରହିଥିଲେ ସ୍ୱଚ୍ଛସଲିଳବାବୁଙ୍କ ମୁଖମଣ୍ଡଳକୁ ।

 

‘‘ସବୁ କଥାତ ଆପଣଙ୍କ ପାଖକୁ ମି: ବସ୍ତିଆ ଲେଖନ୍ତି, ଆଉ ଏ କଥା ଲେଖିବାପାଇଁ ସେ କେମିତି ଭୁଲିଗଲେ କହି ପାରିବେ ସାଲାମା ସାହେବ ?’’ ଦୃଢ଼କଣ୍ଠରେ ପ୍ରଶ୍ନ କଲେ ସ୍ୱଚ୍ଛସଲିଳବାବୁ ।

 

‘‘ମୁଁ ସେ କଥା କହି ପାରିବିନି ସ୍ୱଚ୍ଛସଲିଳବାବୁ–’’ ବିନମ୍ର କଣ୍ଠରେ କହିଲେ ସାଲାମା ସାହେବ–

 

‘‘ବର୍ତ୍ତମାନ ମି: ବସ୍ତିଆଙ୍କୁ ଡାକି ମୁଁ ଆପଣଙ୍କ ସାମ୍ନାରେ ପଚାରି ଦଉଚି ।’’

 

‘‘ନା ଥାଉ । ପଚାରିବା ଆଉ କୌଣସି ଦରକାର ନାହିଁ ।’’ ବାଧା ଦେଇ କହିଲେ ସ୍ୱଚ୍ଛସଲିଳବାବୁ ।

 

‘‘କାହିଁକି ?’’

 

‘‘ଯଦି ପ୍ରକୃତରେ ମି: ବସ୍ତିଆ ଏ ଷଡ଼ଯନ୍ତ୍ର ଭିତରେ ଲିପ୍ତ ଥିବେ, ତାହାହେଲେ ସେ ସତର୍କ ହେଇଯିବେ । ଫଳରେ ଆମ ଅନୁସନ୍ଧାନରେ ଖୁବ୍‌ ବାଧା ପଡ଼ିବ ।’’

 

‘‘କିନ୍ତୁ ମୋର ଯେତେଦୂର ବିଶ୍ୱାସ ସ୍ୱଚ୍ଛସଲିଳବାବୁ, ମି: ବସ୍ତିଆ ସେମିତି କୁପ୍ରକୃତିର ଲୋକ ନୁହନ୍ତି ।’’

 

‘‘ଛାଡ଼ନ୍ତୁ । କୌଣସି ଏକ ମନୁଷ୍ୟର ଚରିତ୍ର ସମ୍ୱନ୍ଧରେ ସଫେଇ ଦବା ନିଜର ବୋକାମି ଛଡ଼ା ଆଉ କିଛି ନୁହେଁ ।’’

 

ସ୍ୱଚ୍ଛସଲିଳବାବୁଙ୍କ କଥା ଶୁଣି ସାମାନ୍ୟ ଅପ୍ରତିଭ ହୋଇ ପଡ଼ିଲେ ସାଲାମା ସାହେବ । ତଥାପି ନିଜର ଦୁର୍ବଳତା ଟିକକୁ ଢାଙ୍କିବାକୁ ଯାଇ ପୁଣି କହିଲେ–

 

‘‘ଆଜିକି ଦୀର୍ଘ ପନ୍ଦରବର୍ଷ ହେଲା ମି: ବସ୍ତିଆକୁ ମୁଁ ଖୁବ୍‌ଭଲ ଭାବରେ ଜାଣେ ସ୍ୱଚ୍ଛସଲିଳବାବୁ । ସେହି ହିସାବରେ....’’

 

‘‘ମୁଁ ଆପଣଙ୍କ କଥାକୁ ବିଶ୍ୱାସ କରୁଚି ମି: ସାଲାମା ସାହେବ । କିନ୍ତୁ ବର୍ତ୍ତମାନ ଏ’ ଅଞ୍ଚଳରେ ପରିସ୍ଥିତିଟା ଆସି ଯାହାହେଇଚି ନା’...ଆମେ ପ୍ରତି କଥାରେ ସମସ୍ତଙ୍କୁ ସନ୍ଦେହ କରିବାକୁ ବାଧ୍ୟ ହେଇ ପଡ଼ୁଚ’’ । ପୁଣି ଯେଉଁଠି ସନ୍ଦେହଟା ସ୍ୱତଃ ଆସି ଯାଇଚି ତାକୁତ ଆଉ କଦାପି ଏଡ଼ି ଦିଆଯାଇ ନ ପାରେ ।

 

‘‘ତା’ ବୋଲି ମି: ବସ୍ତିଆ ଭଳି ଏକ ସତ୍‌ଚରିତ୍ର ବ୍ୟକ୍ତିଙ୍କୁ...’’

 

‘‘କେବଳ ମି: ବସ୍ତିଆ ବୋଲି କ’ଣ କହୁଚନ୍ତି ମି: ସାଲାମା ସାହେବ–’’ ସାଲାମା ସାହେବଙ୍କ ପାଟିରୁ କଥା ଛଡ଼େଇ ନେଇ କହିଲେ ସ୍ୱଚ୍ଛସଲିଳବାବୁ–‘‘ବର୍ତ୍ତମାନ ଆପଣ ମଧ୍ୟ ଆମ ସନ୍ଦେହର ପରିସର ଭିତରେ ଅଛନ୍ତି ।’’

 

‘‘ମୁଁ !’’

 

ଚମକି ପଡ଼ିଲେ ସାଲାମା ସାହେବ ।

 

ଗୋଟାଏ ଛୋଟ ଖାଲ ଭିତରେ ପଡ଼ି ଜିପ୍‌ଟା ଦୋହଲି ଗଲା ଖୁବ୍‌ ଜୋର୍‍ରେ । ଆଉ ତା’ ସାଙ୍ଗେ ସାଙ୍ଗେ ଦୋହଲିଗଲା ସାଲାମା ସାହେବଙ୍କ ଦେହଟା । ଦେହର ଅସ୍ଥିରତା ଯୋଗୁଁ ଭାବନାର ସ୍ଥିରତା ଆଉ ରହିପାରିଲାନି । ସେ ସଙ୍ଗେ ସଙ୍ଗେ ପ୍ରକୃତିସ୍ଥ ହେଇ ଚାହିଁଲେ ମି: ବସ୍ତିଆଙ୍କୁ ।

 

ମି: ବସ୍ତିଆ ଏକାଗ୍ରଚିତ୍ତରେ ଚାହିଁଥିଲେ ସାମ୍ନାକୁ । ଷ୍ଟ୍ୟାରିଂ ଉପରେ ଯନ୍ତ୍ରବତ୍‌ କାମ କରି ଚାଲିଥିଲା ତାଙ୍କର ହାତ ଦିଓଟି । ନିର୍ନିମେଷ ନୟନରେ ତାଙ୍କୁ କିଛି ସମୟ ଚାହିଁ ରହିଲେ ସାଲାମା ସାହେବ । ଭାବିଲେ–ମି: ବସ୍ତିଆଙ୍କୁ ସନ୍ଦେହ କରୁଚନ୍ତି ପୁଲିସ ସି. ଆ. ଡ଼ି. ଇନ୍‌ସପେକ୍ଟର ସ୍ୱଚ୍ଛସଲିଳବାବୁ । ତାଙ୍କ ମନରେ ସନ୍ଦେହଟା ଜାତ ହବାତ ଅତି ସ୍ୱାଭାବିକ କଥା । କାରଣ ମି: ବସ୍ତିଆ ତାଙ୍କ ପାଖକୁ ସମସ୍ତ ଭଲମନ୍ଦ ଖବର ଜଣାନ୍ତି ଅଥଚ ସେହି ବୋତଲ ବୋତଲ ରକ୍ତ କାଠଗଣ୍ଡି ଭିତରୁ ବାହାରିବା କଥା କିମିତି ଜଣାଇଲେନି ।

 

ହଠାତ ଜିପ୍‌ର ଗତିଟା ଧିମେଇ ଗଲା ।

 

ସାମ୍ନାରେ ଗୋଟାଏ ବିରାଟ୍ ନାଳ ।

 

ନାଳର ନାଁଟା ହଉଚି ‘‘ମଣିଷ ମାରୁ’’ ।

 

ସେଇ ନାଳ ଭିତରେ ବେଳେବେଳେ ଦୁର୍ଘଟନାର ସମ୍ମୁଖୀନ ହେଇ ମଣିଷ ମରନ୍ତି । ବର୍ଷେ କିମ୍ୱା ଦି’ବର୍ଷର ବ୍ୟବଧାନ ଭିତରେ କେହି ନା କେହି ଜଣେ ସେଇଠି ମରିବା କଥା ସୁନିଶ୍ଚିତ–ଗଛ ଉପରୁ ପଡ଼ି ହଉ କିମ୍ୱା ବଣଜନ୍ତୁଙ୍କର ଆହାରସ୍ୱରୂପ ହଉ, ମଣିଷଟିଏ ମରିବାର ପ୍ରଥା କେଉଁ ଏକ ଆବହମାନ କାଳରୁ ଚଳି ଆସୁଚି ।

 

ସଞ୍ଜ ହେଇଗଲେ ମଣିଷ ଏକାକୀ ସେହି ମଣିଷ ମାରୁ ନାଳ ଦେଇ ଯିବାକୁ ଭୟ କରେ-

 

ନିଘଞ୍ଚ ଅରଣ୍ୟର ବୁକୁଚିରି ସେଇ ‘‘ମଣିଷ ମାରୁ’’ ନାଳଟା ଅଙ୍କେଇବଙ୍କେଇ ସର୍ପିଳ ଗତିରେ ବୋହି ଯାଇଥିଲା କାହିଁ କେତେଦୂରକୁ । ଆଗରେ ବିରାଟ୍‍ ପଥରଟାଏ । ସେଇ ପଥରଟାର ଠିକ୍‌ ଡାହାଣରେ ଦେଇ ରାସ୍ତାଟା ଓହ୍ଲେଇ ଯାଇଚି ନାଳ ଭିତରକୁ । ଏଇଠି ପହଞ୍ଚିବା ଆଗରୁ ସମସ୍ତ ଚାଳକ ଗାଡ଼ିର ବେଗଟା କମେଇ ଦିଅନ୍ତି । କାରଣ ଏଇ ମୋଡ଼ ଜାଗାରେ ଦୁର୍ଘଟନା ଘଟିବାର ବହୁତ ଆଶଙ୍କା ଥାଏ ।

 

ଜିପ୍‌ଟି ମନ୍ଥର ଗତିରେ ମୋଡ଼ ବୁଲିଲା ।

 

ଏ କ’ଣ ?

 

ସାଲାମା ସାହେବଙ୍କ ଆଖି ଦିଓଟି ଫେସାରି ହେଇଗଲା ।

 

ମି: ବସ୍ତିଆ ସାଙ୍ଗେ ସାଙ୍ଗେ ବ୍ରେକ୍‌ ଦେଇ ଜିପ୍‌ଟିକୁ ସେଇଠି ଠିଆ କରି ଦେଲେ ।

 

ନାଳ ଭିତରକୁ ଓହ୍ଲେଇ ଯାଉ ଯାଉ ଜିପ୍‌ଟି ରହିଗଲା ।

 

ରାସ୍ତା ମଝିରେ ପଡ଼ିଥିଲା ଗୋଟାଏ ଲାସ୍‌–ଚିତ୍‌ହେଇ ? ଛାତିରେ ତା’ର ଛୁରିଟିଏ ଭୁସି ଯାଇଥିଲା । ଛାତି ଉପରୁ ପିଚ୍‌ପିଚ୍‌ ହେଇ ରକ୍ତର ସୁଅ ଛୁଟି ଭୂଇଁ ଉପରେ ଜମାଟ ବାନ୍ଧୁଥିଲା । ମନେହେଲା ଯେମିତି ଏଇ ଅଳ୍ପସମୟ ପୂର୍ବରୁ କେହି ଜଣେ ଏଇ ଲୋକଟିକୁ ନିର୍ମମ ଭାବରେ ହତ୍ୟା କରି ଚାଲି ଯାଇଚି ।

 

ଜିପ୍‌ଟି ରହିବାକ୍ଷଣି ମି: ବସ୍ତିଆ ଆଉ ସାଲାମା ସାହେବ ଓହ୍ଲେଇପଡ଼ି କ୍ଷିପ୍ର ଗତିରେ ଛୁଟିଗଲେ ସେଇ ମୃତ ଲୋକଟିର ନିକଟକୁ । ଲୋକଟିକୁ ଦେଖୁଦେଖୁ ଦୁହେଁ ଆଶ୍ଚର୍ଯ୍ୟର ଅତଳ ସାଗର ଭିତରେ ବୁଡ଼ିଗଲେ । ମି: ବସ୍ତିଆ ପାଟିରୁ ହଠାତ ବାହାରି ପଡ଼ିଲା–

 

‘‘ମି: ହ୍ୟାରିକ୍‌ ।’’

 

କହୁ କହୁ ସାଙ୍ଗେ ସାଙ୍ଗେ ଝଙ୍କିପଡ଼ି ମୃତ ହ୍ୟାରିକ୍‌ର ନାକ ପାଖରେ ହାତ ରଖିଲେ । କିନ୍ତୁ ନିଃଶ୍ୱାସପ୍ରଶ୍ୱାସ ଯିବା ଆସିବାର ଆଭାସ ଜମା ଅନୁଭବ କରିପାରିଲେନି । ମି: ହ୍ୟାରିକ୍‌ ଆଉ ଇହଜଗତରେ ନଥିଲେ । ତାଙ୍କର ଧୂଳିମାଟିର ନଶ୍ୱର ଦେହଟାକୁ ଛାଡ଼ି ପ୍ରାଣପକ୍ଷୀ ଉଡ଼ି ଯାଇଥିଲା କେଉଁ ଏକ ଅଜଣା ରାଇଜର ପରିସର ଭିତରକୁ–ଯେଉଁ ରାଇଜର ପରିକଳ୍ପନା କରିବା ମଧ୍ୟ ମଣିଷ ପକ୍ଷରେ ଅତି ଦୁଃସାଧ୍ୟ ।

 

ମଣିଷ ଜନ୍ମହୁଏ ମରିବାପାଇଁ ।

 

ମୃତ୍ୟୁ ବୋଲି ଗୋଟାଏ ଜିନିଷ ନଥିଲେ ମଣିଷ ଜନମର ସାର୍ଥକତା ବୋଧେ ଆଉ ଏ’ ପୃଥିବୀବକ୍ଷରେ ରହନ୍ତାନି । ଜନମର ପଛେ ପଛେ ମରଣଟା ଲୁଚିଛପି ରହିଥିବାରୁହିଁ ମଣିଷ ପକ୍ଷରେ ତା’ର ଜୀବନଟା ହେଇ ପଡ଼େ ସବୁଠୁ ଲୋଭନୀୟ–ଆକର୍ଷଣୀୟ । ବଞ୍ଚି ରହିବାର ଚରମ ଲାଳସା ନେଇ ଶେଷରେ ମଣିଷ ମରେ ।

 

ଆଜି ହ୍ୟାରିକ୍ ଚାଲିଗଲେ ।

 

ମି. ବସ୍ତିଆଙ୍କ ଭାବପ୍ରବଣତା ବଢ଼ି ଚାଲିଥିଲା ଧୀରେ ଧୀରେ ।

 

କାଲିକି ହୁଏତ ସେ ବି ଏମିତି ଭାବରେ ବିଦାୟ ନେଇ ଚାଲିଯିବେ ପୃଥିବୀର ଛାତିଉପରୁ । ତା’ ପଛକୁ ସାଲାମା ସାହେବ ମଧ୍ୟ । ସେଦିନ ଏଇ ଜନ୍ମମୃତ୍ୟୁ ସମ୍ପର୍କରେ ଜଳଖିଆ ଟେବୁଲ ଉପରେ ଆଲୋଚନା ଚାଲିଥିଲାବେଳେ ଷ୍ଟେସନ୍ ମାଷ୍ଟର କହିଥିଲେ–

 

‘‘କେହି ରହି ନାହିଁ ରହିବେ ନାହିଁଟି

ଭବ ରଙ୍ଗ ଭୂମି ତଳେ

ସର୍ବେ ନିଜ ନିଜ ଅଭିନୟ ସାରି

ବାହୁଡ଼ିବେ କାଳ ବଳେ ।’’

 

ମୃତ୍ୟୁର ତାଣ୍ଡବଲୀଳାଟା ବୋଧେ କବିଙ୍କ ମନପ୍ରାଣକୁ ଖୁବ୍‌ ଜୋର୍‌ରେ ଛୁଇଁ ଯାଇଚି । ତା’ ନହେଲେ ମରଣ ଉପରେ ଗୂଢ଼ତତ୍ତ୍ୱପୂର୍ଣ୍ଣ ଏପରି ଏକ ପ୍ରାଣସ୍ପର୍ଶୀ କବିତାର ଉଦ୍ରେକ ହବା ସମ୍ଭବପର ନୁହେଁ । ବାସ୍ତବିକ ଆଜି କବିଙ୍କର କବିତା ସାର୍ଥକ ହେଇଚି । ବର୍ତ୍ତମାନ ହ୍ୟାରିକ୍‌ର ଅଭିନୟ ସରି ଯାଇଚି ସଂସାର ରୂପକ ରଙ୍ଗମଞ୍ଚ ଉପରୁ । ସେ ଫେର ଯାଇଚି ସେଠଇକି....ଯେଉଁଠୁକି ସେ ସୃଷ୍ଟି ହେଇ ଆସିଥିଲା ଏ’ ପୃଥିବୀର ମାଟି ଉପରକୁ ।

 

ଦୀର୍ଘ ନିଃଶ୍ୱାସ ଛାଡ଼ି ଠିଆ ହେଲେ ମି: ବସ୍ତିଆ ।

 

‘‘ମି: ବସ୍ତିଆ........’’

 

ଆବେଗ କଣ୍ଠରେ ଆବେଗତା ଭରି ଡାକିଲେ ସାଲାମା ସାହେବ ।

 

‘‘ସବୁ କିଛି ଶେଷ ହେଇ ଯାଇଚି ସାର୍‌ । ଆଉ କିଛି ବାକି ନାହିଁ ।’’

 

ଦରଦୀଆ କଣ୍ଠରେ ଉତ୍ତର ଦେଲେ ମି: ବସ୍ତିଆ । ମନେ ହଉଥିଲା ନିରୀହ ହ୍ୟାରିକ୍‌ପାଇଁ ଯେମିତି ତାଙ୍କ ଅନ୍ତର ଭିତରେ ପୂରି ରହିଥିଲା ବେଜା ବେଜା ସହାନୁଭୂତି ।

 

‘‘ଆମେରିକା ଭଳି ଏକ ସଭ୍ୟ ଦେଶରେ ଜନ୍ମଗ୍ରହଣ କରି ଶେଷରେ ଭାରତର ଏକ ନିଛକ ନିଘଞ୍ଚ ଅରଣ୍ୟ ଭିତରେ ଏମିତି ତାଙ୍କ ପ୍ରାଣବାୟୁଟା ଉଡ଼ିଯିବ ବୋଲି କିଏ ଜାଣିଥିଲା ମି: ବସ୍ତିଆ ।’’

 

‘‘ସବୁ ସେଇ ଭଗବାନ୍‍ଙ୍କର ଲୀଳା ସାର୍‌–‘‘ମି: ବସ୍ତିଆ କହିଲେ–‘ଭାଗବତରେ ପରା ଅଛି–‘‘କରି କରାଉ ଥାଏ ମୁହିଁ–ମୋ ବିନୁ ଆନ ଗତି ନାହିଁ ।’’

 

‘‘ଏ ହତ୍ୟା କିଏ ଆଉ କାହିଁକି କଲା ମି: ବସ୍ତିଆ ?’’

 

‘‘ଏ’ ଜଙ୍ଗଲର ରହସ୍ୟ ବୁଝିବା ସହଜ କଥା ନୁହେଁ ସାର୍‌ । ଆଜିକି ଅନେକ ଦିନ ହେଲା ଆପ୍ରାଣ ଚେଷ୍ଟା କରି ମଧ୍ୟ ପୁଲିସ ଆଦୌ କୃତକାର୍ଯ୍ୟ ହେଇ ପାରିନି । ଆଉ ଆମ ପକ୍ଷରେ ଏ’ ସବୁ ରହସ୍ୟର ମାନେଟା ବୁଝିବାତ ନିହାତି କଷ୍ଟକର ବ୍ୟାପାର ।’’

 

‘‘ମ...ରି...ଗ...ଲି ।’’

 

ସେଇଠୁ ପ୍ରାୟ ଶହେ ଗଜ ଦୂରରୁ ଶୁଣାଗଲା ଏକ କ୍ଷୀଣ ଆର୍ତ୍ତନାଦ । ମି: ବସ୍ତିଆ ଆଉ ସାଲାମା ସାହେବଙ୍କ ଧ୍ୟାନ ସ୍ୱତଃ ଆକୃଷ୍ଟ ହେଲା ସେଇ ଦିଗକୁ । ହଠାତ ବଜ୍ରପାତ ହେଲେ ମଣିଷ ମନ ଭିତରେ ଯେମିତି ଛନକା ପଶେ...ଠିକ୍‌ ସେମିତି ସେଇ ଆର୍ତ୍ତନାଦ ଶୁଣି ଦୁହେଁ ତଟସ୍ଥ ହେଇଗଲେ । ଆଗକୁ ଆହୁରି ସେମିତି କିଛି ଶୁଣିବାପାଇଁ ଦିଓଟି ମଣିଷଙ୍କ ଚାରୋଟି କାନ ପୂରାପୂରି ସଜାଗ ହେଇଗଲା । କିନ୍ତୁ......

 

ପରମୁହୂର୍ତ୍ତରେ ଆଉ କିଛି ଶୁଣାଗଲାନି ।

 

ନିଘଞ୍ଚ ଅରଣ୍ୟର ପୂର୍ଣ୍ଣ ଗାମ୍ଭୀର୍ଯ୍ୟତା ବଢ଼ି ଚାଲିଥିଲା ବେଳକୁବେଳ–ଅତି ଭୟାନକ ଭାବରେ । ସୂର୍ଯ୍ୟ ଉଠିଆସୁଥିଲେ ମୁଣ୍ଡ ଉପରକୁ–କ୍ଷିପ୍ର ଗତିରେ । ମଣିଷ କଥାତ ଦୂରେ ଥାଉ–ବଣ ପଶୁପକ୍ଷୀଙ୍କ ରବ ମଧ୍ୟ ଶୁଣାଯାଉ ନଥିଲା ।

 

‘‘ମି: ବସ୍ତିଆ !’’

 

ଭୟାର୍ତ୍ତ କଣ୍ଠରେ ଡାକିଲେ ସାଲାମା ସାହେବ ।

 

‘‘ଶୁଣିଲତ ?’’

 

‘‘ହଁ, ସାର୍‌ ।’’

 

ସମ୍ମତି ସୂଚକ ମୁଣ୍ଡ ହଲେଇ କହିଲେ ମି: ବସ୍ତିଆ ।

 

‘‘କ’ଣ ଶୁଣିଲ ?’’

 

କୁରାଳ ଚକ୍ର ଭଳି ତାଙ୍କର ବଡ଼ବଡ଼ ଘୁମନ୍ତ ଚକ୍ଷୁଡ଼ୋଳା ଦିଓଟି ଘୂରି ବୁଲୁଥିଲା ଚାରିଆଡ଼େ ।

 

‘‘ମଣିଷ କଣ୍ଠର କ୍ଷୀଣ ଆର୍ତ୍ତନାଦ ।’’

 

‘‘ବୋଧେ’ ଏ’ ଆଖପାଖରେ କେହି ଜଣେ ବିପଦରେ ପଡ଼ିଚି ।’’

 

‘ହଁ, ସାର୍‌ ! ଧୀରେ ଧୀରେ ଆମପାଇଁ ଏ’ ରହସ୍ୟଟା ଘନେଇ ଆସୁଚି । ବର୍ତ୍ତମାନ ଆମର କର୍ତ୍ତବ୍ୟ ଯେ କ’ଣ ମୁଁ ଜମା ବୁଝି ପାରୁନି ।’’

 

ବିଚଳିତ କଣ୍ଠରେ କହିଲେ ମି: ବସ୍ତିଆ ।

 

‘‘ଚାଲ ପୁଲିସ ଷ୍ଟେସନ୍‍ରେ ଯାଇ ଚଞ୍ଚଳ ଖବର ଦବା ।’’

 

‘‘କିମିତି ଯିବା ସାର୍‌ ? ଜିପ୍‌ତ ଜମା ପାଶ୍‌ କରିପାରିବନି । ରାସ୍ତା ମଝିରେ ଯେ ଲାସ୍‌ ।’’

 

ମି: ବସ୍ତିଆଙ୍କ କଥାଶୁଣି ଚାରିଆଡ଼କୁ ଆଖି ବୁଲେଇ ଦେଖିଲେ ସାଲାମା ସାହେବ । ପ୍ରକୃତରେ ଲାସ୍‌ଟାକୁ ନ ଉଠେଇଲା ପର୍ଯ୍ୟନ୍ତ କୌଣସିମତେ ଜିପ୍‌ଟା ଯାଇପାରିବନି । କାରଣ ଠିକ୍‌ ଗୋଟାଏ ଟ୍ରକ୍‌ କିମ୍ୱା ଜିପ୍‌ ଯିବା ଆସିବା କଲାଭଳି ରାସ୍ତାଟିଏ ତିଆରି କରାଯାଇଥିଲା ‘‘ମଣିଷ ମାରୁ’’ ନାଳର ଦୁଇ ପାଖରେ । ରାସ୍ତାର ଉଭୟ ଦିଗରେ ନିଘଞ୍ଚ ଜଙ୍ଗଲ...ଅନେକ ଛୋଟବଡ଼ ପଥର...ଖାଲଢ଼ିପ ।

‘‘ତେବେ କ’ଣ କରିବା କହୁଚ ?’’

‘‘ଏଠୁତ ଲାଞ୍ଜିଗଡ଼ ଥାନାଟା ସାତ ମାଇଲ ସାର୍‌ । ଆମ ପକ୍ଷରେ ଚାଲିଯିବା ମଧ୍ୟ ଜମା ସହଜସାଧ୍ୟ ନୁହେଁ ।’’

ମି: ବସ୍ତିଆଙ୍କ ପାଟିରୁ କଥାଟା ସରିଚିକି ନାହିଁ ପୁଣି ଥରକପାଇଁ ଶୁଣାଗଲା ସେଇ ଅସହାୟ ଆର୍ତ୍ତନାଦ–

‘‘ମ...ରି...ଗ...ଲି ।’’

ପୂର୍ବ ଅପେକ୍ଷା ଆହୁରି ଟିକିଏ ଜୋର୍‌ରେ...ବାରମ୍ୱାର ।

‘‘କେହି ଜଣେ ବୋଧେ ବିପଦରେ ପଡ଼ିଚି ସାର୍‌ ।’’

ପୁଣି ଶୁଣାଗଲା ସେଇ ଆର୍ତ୍ତନାଦ ।

‘‘ଚାଲ ମି: ବସ୍ତିଆ । ଯାଇ ଟିକିଏ ଦେଖିବା ।’’

ଦୁହେଁ ସେଇ ଆର୍ତ୍ତନାଦ ଭାସି ଆସୁଥିବା ଦିଗକୁ ଦଉଡ଼ିଗଲେ ବଡ଼ କଷ୍ଟର ସହ ନାଳ ଭିତରେ ପଶି ଉପରକୁ ଉଠିଲେ । ପରେ ପରେ ଆଉ ଶୁଣି ପାରିଲେନି କୌଣସି ସୋରଶବ୍ଦ । ନାଳ କଡ଼ରେ ଛିଡ଼ା ହେଇ ବଡ଼ ଦ୍ୱିଧାରେ ପଡ଼ିଗଲେ ଦୁହେଁ । ସହଜରେ ଧରି ପାରିଲେନି, ପ୍ରକୃତରେ ଆର୍ତ୍ତନାଦଟା କେଉଁ ଦିଗରୁ ଆସୁଥିଲା ।

 

ଦୁହେଁ ସେଇଠି ସେମିତି ଛିଡ଼ା ହେଇ ଚାରିଆଡ଼କୁ ଆଖି ବୁଲେଇଲେ । ଦେଖିଲ ସମ୍ମୁଖରେ ଗୋଟାଏ ଗୋଜା ପାହାଡ଼ । ଦେଉଳର ମୁଣ୍ଡିଭଳି ତା’ର ମଝି ଅଂଶଟା ଉପରକୁ ଉଠି ଯାଇଥିଲା । ମଣିଷ ଦେହର ଆବୁଭଳି ପାହାଡ଼ଟିଏ ଠାଏ ଠାଏ ଗଛପତ୍ରର ଆସର ଜମି ଉଠିଥିଲା-। ଦେହର ଧଳା ଛଉ ଭଳି ଠା’ ଠା’କେ ଟାଙ୍ଗରା ମଧ୍ୟ ଦେଖାଯାଉଥିଲା ।

 

ହଠାତ ଯେମିତି ସେଇ ଗୋଜା ପାହାଡ଼ ଭିତରୁ ଶୁଣାଗଲା ସେଇ ଆର୍ତ୍ତନାଦ–

 

‘ର...କ୍ଷା...କ...ର...ମ...ରି...ଗ...ଲି ।’’

 

ଦ୍ରୁତ ପଦକ୍ଷେପରେ ସେଇ କରୁଣ ଶବ୍ଦ ଭାସି ଆସୁଥିବା ଦିଗକୁ ଦୁହେଁ ଦଉଡ଼ିଗଲେ । ପହଞ୍ଚିଲେ ଯାଇ ଗୋଜା ପାହାଡ଼ର ଏକଦମ ପାଖରେ । ପାହାଡ଼ ଭିତରୁ ପୁଣି ଶୁଣାଗଲା ସେଇ କରୁଣ ଆର୍ତ୍ତନାଦ–‘‘ରକ୍ଷାକର ମରିଗଲି ।’’

 

ସେଇ କରୁଣ ଆର୍ତ୍ତନାଦଟା ଦୁହିଁଙ୍କୁ ଏକ ଭୌତିକ କାଣ୍ଡଭଳି ମନେହେଲା । କାରଣ ସେଇ କରୁଣ ଚିତ୍କାରଟା ଭାସି ଆସୁଥିଲା ପାହାଡ଼ର ଗର୍ଭଦେଶରୁ । ଜଣାଯାଉଥିଲା ଯେମିତି ଗୋଟାଏ ମଣିଷକୁ ସେଇ ପାହାଡ଼ତଳେ ଜୀବନ୍ତ ସମାଧି ଦିଆଯାଇଚି ।

 

ବେଳକୁବେଳ ଲୋକଟିର କରୁଣ ଚିତ୍କାର ବଢ଼ୁଥିଲା । ମନେ ହଉଥିଲା ସେ ଯେମିତି ଅସ୍ଥିର ଯନ୍ତ୍ରଣାରେ ଆଉ ଜମା ସ୍ଥିରହେଇ ରହିପାରୁନି ।

 

ସାଲାମା ସାହେବ ଆଉ ମି: ବସ୍ତିଆ ପାହାଡ଼ ଭିତରକୁ ପଶିବାପାଇଁ ବାଟଖୋଜି ବୁଲିଲେ । କିନ୍ତୁ ଅନେକ ଚେଷ୍ଟା କରିବା ସତ୍ତ୍ୱେବି କୌଣସି ବାଟ ପାଇ ପାରିଲେନି–ଭିତରକୁ ଯିବାପାଇଁ । ପ୍ରାୟ ମନ୍ଦର ମିନିଟ ପର୍ଯ୍ୟନ୍ତ ସେଇ ଲୋକଟିର ଆର୍ତ୍ତ ଚିତ୍କାର ଘନଘନ ଶୁଣାଗଲା । ତା’ପରେ ସବୁ ଯେମିତି ନିସ୍ତବ୍ଧ...ନିଶ୍ଚଳ ହେଇ ପଡ଼ିଲା ।

 

ପାହାଡ଼ ଭିତରକୁ ଯିବାପାଇଁ ବାଟ ଖୋଜି ଖୋଜି ବିଶେଷ ହାଲିଆ ହେଇ ପଡ଼ିଲେ ଦୁହେଁ । ଶେଷରେ ଯେଉଁ ପାଖରୁ କରୁଣ ଚିତ୍କାରଟା ପଥରର ବୁକୁ ଭେଦକରି ଶୁଣା ଯାଉଥିଲା, ସେଇ ପାଖକୁ ଫେରିଆସି ଡାକିଲେ । କିନ୍ତୁ କୌଣସି ଉତ୍ତର ମିଳିଲାନି ।

 

‘‘ଲୋକଟି ବୋଧେ ମରିଗଲା ମି: ବସ୍ତିଆ ।’’

 

କଣ୍ଠରେ ଆର୍ଦ୍ରତାଭରି କହିଲେ ସାଲାମା ସାହେବ ।

 

‘‘ବୋଧେ ସେଇଆ ହେଇଚି ସାର୍‌ । ନଚେତ କିଛି ନା’ କିଛି ସୋରଶବ୍ଦତ ନିଶ୍ଚୟ ଶୁଣା ଯାଉଥାନ୍ତା ।

 

‘‘ମୁଁ ବୁଝି ପାରୁନି ମି: ବସ୍ତିଆ, ଏ’ ଭିତରକୁ ମଣିଷଟାଏ ଗଲା କିମିତି ?

 

ଅତିଶୟ ବିସ୍ମୟ ପ୍ରକାଶ କରି କହିଲେ ସାଲାମା ସାହେବ ।

 

‘‘ନିଶ୍ଚୟ କୋଉଠି ନା’ କୋଉଠି ରାସ୍ତାଅଛି ସାର୍‌ ।’’ କହିଲେ ମି: ବସ୍ତିଆ ।

 

‘‘ଏବେ କରିବା କ’ଣ ଯେ ?’’

 

‘‘ଚାଲନ୍ତୁ, ବନଶ୍ରୀ ଭବନକୁ ଫେରିଯିବା । ସେଇଠୁ ଲୋକ ପଠେଇ ଥାନାକୁ ଖବର ଦେଇଦେବା ।’’

 

‘‘ଚାଲ ।’’

 

ଦୁହେଁ ଫେରିଲେ ସେଇ ଆଡ଼କୁ–ଯେଉଁଠି ପଡ଼ିଥିଲା ହ୍ୟାରିକ୍‌ର ଲାସ୍‌ ।’’

 

‘‘ମଣିଷ ମାରୁ’’ ନାଳ ଭିତରକୁ ଓହ୍ଲେଇ ଆସୁ ଆସୁ ହଠାତ ମି: ବସ୍ତିଆଙ୍କ ଦୃଷ୍ଟି ପଡ଼ିଲା ଅନତିଦୂରରେ ବସି ପାଣି ପିଉଥିବା ଗୋଟାଏ ଲୋକ ଉପରେ ।

 

ଲୋକଟି ଠିକ୍‌ ସୂକ୍ଷ୍ମ ପାଣିଧାର ପାଖରେ–ସେଦୁହେଁ ଆସୁଥିବା ଦିଗକୁ ପଛକରି–ବସି ଅଞ୍ଜୁଳା ସାହାଯ୍ୟରେ ହାବୁକା ହାବୁକା ପାଣି ଆଣି ପିଉଥିଲା ।

 

‘‘ଏଇ ଯେ ମୃଗାଙ୍କବାବୁ !’’

 

ଦେଖୁଦେଖୁ ଅସ୍ପଷ୍ଟ ସ୍ୱରରେ ଚିତ୍କାର କରି ଉଠିଲେ ମି: ବସ୍ତିଆ ।

 

‘‘ମୃଗାଙ୍କବାବୁ !’’

 

କ୍ଷଣିକପାଇଁ ସାଲାମା ସାହେବଙ୍କ ଚକ୍ଷୁଡ଼ୋଳା ଦିଓଟି ଖୋସି ହେଇଗଲା ଉପରକୁ । ଦୁହେଁ କ୍ଷିପ୍ର ପଦକ୍ଷେପରେ ଛୁଟି ଆସିଲେ ମୃଗାଙ୍କ ଆଡ଼କୁ ।

 

ମଣିଷ ପାଟି ଶୁଣି ହଠାତ ସେଇ ଦିଗକୁ ଅନେଇଲା ମୃଗାଙ୍କ । ଦେଖିଲା ସାଲାମା ସାହେବ ଆଉ ମି: ବସ୍ତିଆ ଦ୍ରୁତପଦରେ ଆଗେଇ ଆସୁଥିଲେ ତା’ରି ଆଡ଼କୁ । ସେ ବିସ୍ମୟ ଭରା ନେତ୍ରରେ ଅନେଇ ଛିଡ଼ାହେଇ ଅପେକ୍ଷା କଲା ସେ ଦୁହିଁଙ୍କୁ ।

 

କିଛି ସମୟ ପରେ ସେ ଦୁହେଁ ଆସି ପହଞ୍ଚିଲେ ମୃଗାଙ୍କର ପାଖରେ । ସେତେବେଳକୁ ସମସ୍ତେ ସମସ୍ତଙ୍କ ଚକ୍ଷୁ ଯୁଗଳ ତଥା ମୁଖମଣ୍ଡଳରେ ଦେଖୁଥିଲେ ବିସ୍ମୟର ଚିହ୍ନ ।

 

‘‘ମୃଗାଙ୍କବାବୁ ! ଆପଣ ହଠାତ ଏଇଠି...ଏମିତି ଅସମୟରେ... ।’’

 

ମି: ବସ୍ତିଆଙ୍କ ବିସ୍ମୟ ଭରା ପ୍ରଶ୍ନର କୌଣସି ଉତ୍ତର ଦେଲାନି ମୃଗାଙ୍କ । ଓଲଟି ସେ ଆଶ୍ଚର୍ଯ୍ୟ ହେଇ ପ୍ରଶ୍ନ କଲା–’’ ସାଲାମା ସାହେବଙ୍କୁ ସଙ୍ଗରେ ନେଇ ଏ’ ଅସମୟରେ ଆପଣ ୟା’ଡ଼େ କୁଆଡ଼େ ଯାଇଥିଲେ ମି: ବସ୍ତିଆ ?’’

 

‘‘ସେ ସବୁ ଆଉ କିଛି ପଚାରନ୍ତୁନି ମୃଗାଙ୍କବାବୁ’’–ବିଚଳିତ କଣ୍ଠରେ କହିଲେ ସାଲାମା ସାହେବ–‘‘ଆଜି ସକାଳୁ ଉଠୁ ଉଠୁ କାହା ମୁହଁ ଚାହିଁଥିଲୁ କେଜାଣି–ଏମିତି ବିପଦର ସମ୍ମୁଖୀନ ହେବୁ ବୋଲି ଜାଣିଥିଲେ ଆମେ ଦୁହେଁ ଜମା ବନଶ୍ରୀ ଭବନରୁ ଗୋଡ଼ କାଢ଼ି ଆସି ନଥାନ୍ତୁ ।’’

 

‘‘ବିପଦ !’’

 

ବିପଦର ନାଁ’ଟା ଶୁଣି ମୃଗାଙ୍କ ଯେମିତି ଆଶ୍ଚର୍ଯ୍ୟରେ ଭାଙ୍ଗି ପଡ଼ୁଥିଲା ।

 

‘‘ପଚାରନ୍ତୁ, ମି: ବସ୍ତିଆ ସବୁ ଖୋଲି କହିବେ ।’’

 

ମି: ବସ୍ତିଆଙ୍କ ଆଡ଼କୁ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଲା ମୃଗାଙ୍କ ।

 

‘‘ମିଷ୍ଟର୍‌ ହ୍ୟାରିକ୍‌ଙ୍କୁ କେହି ଜଣେ ଅତି ନିର୍ମମ ଭାବରେ ହତ୍ୟା କରିଚି ମୃଗାଙ୍କବାବୁ ।’’

 

‘‘ଏଁ...ଏ’ କ’ଣ କହୁଚନ୍ତି ଆପଣ ମି: ବସ୍ତିଆ ?’’

 

ମୃଗାଙ୍କର ମନେ ହେଲା ପୃଥିବୀଟା ଯେମିତି ହଠାତ ତା’ ପାଦତଳୁ କୁଆଡ଼େ ଅପସରି ଗଲା ।

 

‘‘ମୁଁ ଯାହା କହୁଚି ଠିକ୍‌ କହୁଚି ମୃଗାଙ୍କବାବୁ...’’ କହିଲେ ମି: ବସ୍ତିଆ–‘‘ଆସନ୍ତୁ ଦେଖିବେ, ମଣିଷ ମାରୁ ନାଳର ରାସ୍ତା ଉପରେ କିମିତି ପଡ଼ିଚି ତା’ର ଲାସ୍‌ଟା ।’’

 

‘‘ଚାଲନ୍ତୁ ।’’

 

ତିନିହେଁ ସେଇଠୁ ଆଗେଇ ଆସିଲେ ସେଇଠିକି–ଯେଉଁଠି ପଡ଼ିଥିଲା ମି: ହ୍ୟାରିକ୍‌ଙ୍କ ଲାସ୍‌ଟା ।

 

‘‘ଏ’ କ’ଣ ?’’

 

ସ୍ଥାନଟାକୁ ଦେଖୁଦେଖୁ ମି: ସାଲାମା ସାହେବ ଆଉ ମି: ବସ୍ତିଆଙ୍କ ଚକ୍ଷୁରୁ ଯେମିତି ଗୁଡ଼ାଏ ଜୁଳୁଜୁଳିଆ ପୋକ ବାହାରି ଚାଲିଗଲେ–‘‘ଲାସ୍‌ଟା ଗଲା କୁଆଡ଼େ ?’’

 

ସ୍ଥାନଟା ଶୂନ୍ୟ ।

 

ଲାସ୍‌ଟା ଅନ୍ତର୍ଧାନ ହେଇ ଯାଇଥିଲା ।

 

ବିନ୍ଦୁଏମାତ୍ର ରକ୍ତର ଚିହ୍ନବର୍ଣ୍ଣ ମଧ୍ୟ ନଥିଲା ସେଇଠି । ସ୍ଥାନଟି ଅତି ପରିଷ୍କାର–ପରିଚ୍ଛନ୍ନ, ଦେଖା ଯାଉଥିଲା । ଅବାକ ହେଇ ପରସ୍ପରର ମୁହଁକୁ ଚାହିଁ ରହିଥିଲେ ମି: ବସ୍ତିଆ ଆଉ ସାଲାମା ସାହେବ ।

 

ବୋକାଙ୍କ ଭଳି ସେ ଦୁହିଁଙ୍କୁ ଅନେଇ ଛିଡ଼ା ହେଇଥିଲା ମୃଗାଙ୍କ ।

 

ସନ୍ଧ୍ୟାର ମନଟା ଅତିଶୟ ଉଚ୍ଚାଟ ହେଇ ଉଠୁଥିଲା ।

 

ସେଇ ଚିଠିର ବିଷୟବସ୍ତୁଟା ମନେ ପଡ଼ିଯିବାକ୍ଷଣି ଭୟରେ ଶିହରି ଉଠୁଥିଲା ତା’ର ରକ୍ତମାଂସର ଗାତ୍ର । ଏ’ ଦଳର ସର୍ଦ୍ଦାର ଆଗରେ ସେ ନିଜକୁ ପରିଚୟ ଦବ ଭୋଗ୍ୟା ବୋଲି । ଇସ, କି ଲଜ୍ଜା ଆଉ ଅପମାନର କଥା ।

 

ଭୋଗ୍ୟା ।

 

ବାରାଙ୍ଗନା ।

 

ସହସ୍ର ଶଯ୍ୟାର ନାୟିକା ।

 

କୁମାରୀ ଜୀବନରେ ଏ’ ସବୁ ଶବ୍ଦଗୁଡ଼ିକ ଏକବାରିକେ ସ୍ୱପ୍ନ । ପୁରୁଷର ଭୋଗ୍ୟା ନହେଇ ନିଜକୁ ଭୋଗ୍ୟା ବୋଲି ପରିଚୟ ଦବା କେତେ ଯେ କଷ୍ଟକର ବ୍ୟାପାର ସେକଥା ପ୍ରକୃତ ଅନୁଭବୀ ଛଡ଼ା ଆଉ କେହି ଜାଣିପାରିବେନି । ନାରୀ ଜୀବନରେ ତା’ର ସବୁଠୁ ବଡ଼ ଜିନିଷ ହେଲା ସତୀତ୍ୱ । ଯୌବନର ପହିଲି ପାହାଚରେ ଗୋଡ଼ ଦଉ ଦଉ କେତେବେଳେ କିମିତି କୌଣସି ପୁରୁଷ ବନ୍ଧୁର ସାନ୍ନିଧ୍ୟରେ ଆସି କୁମାରୀ ମନଟା ନିଜ ଅଜାଣତରେ ଚହଲି ଗଲେ....ଆଉ ସେଇ ଚହଲା ମନ ନେଇ ସେଇ ପୁରୁଷର ସୁଦୃଢ଼ ବାହୁବନ୍ଧନ ଭିତରେ ନିଜକୁ ହଜେଇ ଦେଇ କୁମାରୀତ୍ୱ ଉପରେ ଶେଷ ଯବନିକା ଟାଣିଦେଲେ ମଧ୍ୟ ନାରୀ କେବେ କୌଣସିଠାରେ ଭୁଲ୍‌ରେବି ସ୍ୱୀକାର କରେ ନାହିଁ ଯେ ସେ ଭୋଗ୍ୟା । କାରଣ ନାରୀର ଚରିତ୍ର ହେଲା ସବୁଠୁ ଶ୍ରେଷ୍ଠ ସମ୍ପଦ ।

 

ଆଉ ବର୍ତ୍ତମାନ ଏ’ ଦଳର ମୁଖ୍ୟକର୍ତ୍ତା ଆଗରେ ସେ ନିଜକୁ ଭୋଗ୍ୟା ବୋଲି କହିବ । କହିବାକୁ ବାଧ୍ୟହବ ସେ । ନଚେତ ଶବକୁ ଭୋକିଲା ଶାଗୁଣା ଝୁଣି ବିଦାରି ଖାଇଗଲା ଭଳି ତା’ର ଯୌବନଟାକୁ ଏ’ ଦଳର ସର୍ଦ୍ଦାର ଶୋଷି ଚିପୁଡ଼ି ଖାଇଯିବ ।

 

ସନ୍ଧ୍ୟାର ମନ ଭିତରେ କ୍ଷଣିକପାଇଁ ଜଳି ଉଠିଲା ବିଦ୍ରୋହର ଦାବାନଳ । ଆପାଦମସ୍ତକ ତା’ର ଭୟରେ ଶୀତେଇ ଉଠିଲା । ଲୋମକୂପଗୁଡ଼ିକ ଟାଙ୍କୁରି ଉଠିଲା । କାରଣ ସେ କୁମାରୀ । ନାରୀର ମନ ନେଇ ସେ ଅନେକ ପୁରୁଷର ସଂସ୍ପର୍ଶରେ ହୁଏତ ଆସିଚି । କିନ୍ତୁ ଯୌବନକୁ କେବେ ଉପଭୋଗ କରି ଶିଖିନି । ପୁରୁଷ ଆଉ ନାରୀର ମିଳନରେ ଯୋଉ ମଦନାନନ୍ଦ, ସେଇ ଆନନ୍ଦର ଆଭାସ ସେ କେତେକଙ୍କ ମୁହଁରୁ ଶୁଣିଚି, କିନ୍ତୁ ଏଯାବତ୍‌ ଅନୁଭବ କରିପାରିନି ।

 

ଜୀବନରେ ଅନୁଭବ ହେଉଚି ସବୁଠୁ ବଡ଼ ଜିନିଷ । ଭଲକରି ଅନୁଭବ ନକଲେ କୌଣସି କଥାକୁ ମୁହଁରେ ଭଲରୂପେ ବିଶ୍ଳେଷଣ କରି ହୁଏନା । ମୃଗାଙ୍କ ଯଦି ଆଜି ଚିଠିଦ୍ୱାରା ତାକୁ ଏ’ କଥା ଜଣାଇ ଦେଇ ନଥାନ୍ତା, ତେବେ...ତା’ର ଅବସ୍ଥାଟା ଯେ ଶେଷରେ ଆସି କ’ଣ ହେଇଥାନ୍ତା... ?

 

ଦରଜାଟା ଖୋଲି ଭିତରକୁ ପଶି ଆସିଲା ମିନତି । ସାଙ୍ଗରେ ତା’ର ଆସିଥିଲା ଗୋଟାଏ ପରିଚାରିକା–ହାତରେ ତା’ର ଥିଲା ଟ୍ରେ । ଟ୍ରେ’ରେ ଚା’ ଆଉ ଜଳଖିଆ । ହସି ହସି କହିଲା ମିନତି–

 

‘‘ଦିଦି ! ତମେ ଚଞ୍ଚଳ ଜଳଖିଆ ପର୍ବଟା ଶେଷ କଲ । ସମୟ ହେଇଗଲା । ଆଜି ପରା ତମେ ଆମ ଷ୍ଟ୍ରେଂଜ୍‌ ଟାଉନ୍‍ଟି ବୁଲି ଦେଖିବ ।’’

ପରିଚାରିକାଟି ସନ୍ଧ୍ୟା ସାମ୍ନାରେ ଜଳଖିଆ ଟ୍ରେଟି ରଖିଦେଇ ଛିଡ଼ା ହେଇଥିଲା । ସନ୍ଧ୍ୟା ଚାହିଁଲା ତାକୁ । ଗୋଟାଏ ଆଦିବାସୀ ରମଣୀ । ସଦ୍ୟଃ ଯୌବନା । ଏ’ ଦଳର ଜଣେ ହେଇ ସଭ୍ୟତାର ମାପକାଠିରେ ପୂରାପୂରି ମାପି ହେଇ ଯାଇଚି ସେ । ତା’ ଭଳି ଆହୁରି ଏମିତି କେତେ ଝିଅ ଥିବେ, ଏଇଠି ବେଶ୍ ହସଖୁସିରେ, ସରାଗ ମନରେ । ବଣ ଜଙ୍ଗଲରେ ବୁଲି ବୁଲି ସୁଆଁ କିମ୍ୱା ମାଣ୍ଡିଆ ଝୋଳ ଖାଇ ଜୀବନଟାକୁ ତିଳତିଳ କରି ସିଝେଇ ମାରିବା ଅପେକ୍ଷା ଏଇଠି ଯୌବନକୁ କାମାତୁର ମଣିଷ ପାଖରେ ସମର୍ପଣ କରି ଦେଇ ଅତି ଆନନ୍ଦରେ ରହିବାତ କୌଣସି ଦିଗରୁ ମନ୍ଦ ନୁହେଁ ।

ବାସ୍ତବିକ ଯୌବନଟାକୁ ଉପଭୋଗ ନକଲେ ଜୀବନଟା ଯେ ବ୍ୟର୍ଥ...ନିରର୍ଥକ ।

‘‘କ’ଣ ଆଉ ଏତେ ଭାବୁଚମ ଦିଦି ?’’

ସନ୍ଧ୍ୟା ପାଖରେ ହସି ହସି ବସି ପଡ଼ି କହିଲା ମିନତି–

‘‘ଆଗ ଜଳଖିଆଟା ଖାଇ ନିଅ । ସମୟତ ପ୍ରାୟ ହେଇଗଲା । ତେଣେ ଟାଉନ୍‌ ମ୍ୟାନେଜର କୁମାର ଅମରେଶ ରାୟ ଯେ ଆମ ଅପେକ୍ଷାରେ ଥିବେ ।’’

‘‘ଜଳଖିଆଟା ନ ଖାଇଲେ କ’ଣ ଚଳିବନି ମିନତି ?’’

କେଜାଣି କାହିଁକି ଜଳଖିଆ କରିବାପାଇଁ ସନ୍ଧ୍ୟା ମନରେ ଯେମିତି ଜମା ଆଗ୍ରହ ନଥିଲା-। ଏଠିକାର ସମସ୍ତ ଖାଦ୍ୟ ପଦାର୍ଥ ଯେମିତି ତାକୁ ବିଷବତ ମନେ ହଉଥିଲା । ମଣିଷ ଯଦି ନଖାଇ ବଞ୍ଚି ରହିପାରୁଥାନ୍ତା, ତେବେ ହୁଏତ ସେ ଏଠୁ ଟୋପାଏ ଜଳ ସୁଦ୍ଧା ସ୍ପର୍ଶ କରନ୍ତାନି । କିନ୍ତୁ ଉପାୟ କ’ଣ ? ବଞ୍ଚି ରହିବାପାଇଁ ସେ ବାଧ୍ୟହେଇ ଖାଉଥିଲା ।

‘‘କ’ଣଗୁଡ଼େ ଏମିତି ତମେ କହୁଚମ’ ଦି’ଦି– ?’’

ଶାସିତ କଣ୍ଠରେ କହିଲା ମିନତି–

‘‘କୁହ, ତୁମକୁ କ’ଣ ଏଗୁଡ଼ା ଖାଇବାକୁ ଭଲ ଲାଗୁନି ?

ଟ୍ରେରେ ରଖା ହୋଇଥିବା କେତୋଟି କଦଳୀ ବିସ୍କୁଟ କମଳା ଆଡ଼କୁ ନିର୍ଦ୍ଦେଶ କରି କହିଲା ମିନତି–

‘‘ଯଦି ଏଗୁରା ତୁମକୁ ଭଲ ଲାଗୁନି, ତେବେ ମନଖୋଲି କୁହ । ଯା ଇଚ୍ଛା ତା’ ଯୋଗାଇ ଦିଆଯିବ । ଆଜିଠୁତ ତମେ ଏ’ ସହରର ଜଣେ ହେଲ, ଆଉ ଏମିତି ଲାଜ କଲେ ଚଳିବ ? ନିଅ, ଆଗ ଖାଇଦିଅ ଯେ, ପଛେ ଯାଇ ବାକି କଥାବାର୍ତ୍ତା ।’’

କହୁ କହୁ ଟ୍ରେ ଉପରୁ ବିସ୍କୁଟଟାଏ ଆଣି ସନ୍ଧ୍ୟା ପାଟିରେ ଜୋର୍ କରି ଗୁଞ୍ଜି ଦେଲା ମିନତି । କୌଣସି ଆପତ୍ତି କଲାନି ସନ୍ଧ୍ୟା । ନୀରବରେ ଖାଇବାକୁ ଆରମ୍ଭ କଲା । କଦଳୀଗୁଡ଼ିକରୁ ଚୋପା ଛଡ଼େଇ ଟ୍ରେରେ ଥୋଇ ଦଉଥିଲା ମିନତି......

 

ଓ୍ୱାଲ ଘଡ଼ିଟାରେ ଟଂ ଟଂ ହେଇ ବାଜିଲା ସନ୍ଧ୍ୟା ଛ’ଟା ।

 

ଟାଉନ୍ ମ୍ୟାନେଜର୍‌ କୁମାର ଅମରେଶ ରାୟଙ୍କ ବ୍ୟସ୍ତତା ବଢ଼ିଗଲା ଶେଷ ଶ୍ରାବଣର ମୁଷଳଧାର ବର୍ଷାଭଳି । ସେ ବ୍ୟସ୍ତ ହୋଇ ନିଜ ଅଫିସ୍‌ ରୁମ୍‌ରେ ପଦଚାରଣ କରୁଥିଲେ । ମଝିରେ ମଝିରେ ଦରଜା ପାଖକୁ ଆସି ଚାହିଁଦେଇ ପୁଣି ଫେରି ଯାଉଥିଲେ । ସମୟ ସେମିତି ଗଡ଼ି ଚାଲିଥିଲା ।

 

ଓ୍ୱାଲ ଘଡ଼ିର ଟକ୍‌ଟକ୍‌ ଶବ୍ଦଟା ଶୁଣା ଯାଉଥିଲା କାନକୁ । ପୁଣି ଥରକପାଇଁ ଓ୍ୱାଲ ଘଡ଼ି ଉପରେ ଦୃଷ୍ଟି ନିକ୍ଷେପ କଲେ କୁମାର ଅମରେଶ ରାୟ ।

 

ସମୟ ଛ’ଟା ପାଞ୍ଚ ।

 

ଏ’ ଭିତରେ କେତେବେଳେ ଯେ ପାଞ୍ଚମିନିଟ କଟିଗଲା ସେ ଜମା ଜାଣିପାରିଲେନି । ତାଙ୍କ ମନରେ ସେଇ ଗୋଟାଏ ପ୍ରତିମୂର୍ତ୍ତି ଘଡ଼ି ଘଡ଼ିକେ ଦେଖା ଦେଇ ଚଳଚ୍ଚିତ୍ରର’ ଦୃଶ୍ୟବତ୍‌ ପୁଣି ଅଦୃଶ୍ୟ ହେଇ ଯାଉଥିଲା ।

 

ସନ୍ଧ୍ୟା ଦେବୀ !

 

ବାସ୍ତବିକ କି ସୁନ୍ଦର ରୂପ ତାଙ୍କର । କଲେଜ କ୍ୟାରିୟରରେ ସେ ଅନେକ କିସମର ଝିଅ ଦେଖିଚନ୍ତି । ସିନେମା ହଲର ରୁପେଲି ପରଦା ଉପରେ ହିନ୍ଦୀ, ବଙ୍ଗାଳୀ ଓ ତେଲଙ୍ଗା ସିନେମାଗୁଡ଼ିକର ଅସଂଖ୍ୟ ନବଯୌବନା ଅଭିନେତ୍ରୀଙ୍କୁ ଦେଖି ଦେଖି ମନର ଓରିମାନା ମେଣ୍ଟେଇଚନ୍ତି । ହେଲେ ଏଇ ସନ୍ଧ୍ୟା ଦେବୀ ଭଳି ଜଣେ ରୂପସୀ ମହିଳା ସେ ଆଜି ପର୍ଯ୍ୟନ୍ତ କେଉଁଠି ଦେଖିଚନ୍ତି ବୋଲି ତାଙ୍କର ମନେ ହଉନି ।

 

ସନ୍ଧ୍ୟାକୁ ଦେଖି ଆସିଲା ପରଠୁ କୁମାର ଅମରେଶ ରାୟଙ୍କ ମନ ଆଉ ଥୟଧରି ରହିପାରୁନି । କିମିତି ? କି ଉପାୟ ଅବଲମ୍ୱନ କରି ସେ ସନ୍ଧ୍ୟା ଦେବୀଙ୍କୁ ଅନ୍ତତଃ ଗୋଟାଏ ରାତି ଉପଭୋଗ କରିପାରିବେ, ସେଇ କଥା ସେତେବେଳଠୁ (ସନ୍ଧ୍ୟାଦେବୀଙ୍କ ପାଖରୁ ଫେରି ଆସିବା ପରଠୁ) ଭାବି ଭାବି ତାଙ୍କ ମନ ଅତିଶୟ ଉଚ୍ଚାଟ ହେଇ ଉଠୁଚି ।

 

ଏ ସହରର ପ୍ରଥାନୁଯାୟୀ ଯେତେକ ଅଭୋଗ୍ୟା ଝିଅ ଦଳଭୁକ୍ତ ହବାକୁ ଆସିବେ, ସେମାନଙ୍କୁ ଗୋଟି ଗୋଟି କରି ଭୋଗ କରିବ ଏ’ ଦଳର ସର୍ଦ୍ଦାର । ରସ ଶୋଷି ନେଇ ଟାକୁଆଟା ଫୋପାଡ଼ି ଦବ ସେମାନଙ୍କ ଭିତରକୁ । ଆଉ ଏଠିକାର ଲୋକେ ମଧ୍ୟ କିମିତି ସ୍ୱଭାବର କେଜାଣି କୁକୁର ଭଳି ଅନେଇ ବସିଥିବେ । ଭୋଗ୍ୟା ଝିଅଟାକୁ ଉପଭୋଗ କରିବାପାଇଁ ଆଗଭର ହେଇ ଧାଇଁଯିବେ ।

 

କୁମାର ଅମରେଶ ରାୟଙ୍କ ଭାବନାଟା ବଢ଼ି ଚାଲିଥିଲା କ୍ଷିପ୍ରଗତିର ।

 

ସେ ଯାହା ପାରେ ତା’ ହଉନା କାହିଁକି, ସେ ନିଶ୍ଚୟ ଆଗ ସନ୍ଧ୍ୟା ଦେବୀଙ୍କ ଯୌବନକୁ ମନପ୍ରାଣ ଭରି ଉପଭୋଗ କରିବେ । ଯଦି ସେ ଭଲରେ ଭଲରେ ରାଜି ନ ହୁଅନ୍ତି, ତେବେ ବଳାତ୍କାର କରିବାକୁ ମଧ୍ୟ ସେ କେବେ ପଛେଇବେନି ।

 

‘‘ନମସ୍କାର କୁମାରବାବୁ’’

 

ଚମକି ପଡ଼ି ଚହିଁଲେ କୁମାର ଅମରେଶ ରାୟ । ଦେଖିଲେ ଦରଜା ପାଖରେ ଛିଡ଼ା ହେଇଥିଲେ ତାଙ୍କ ସ୍ୱପ୍ନର ମାନସୀ ସନ୍ଧ୍ୟାଦେବୀ ଆଉ ମିନତି । ସନ୍ଧ୍ୟା ଦେବୀଙ୍କ ଓଠର ଧାରେ ଧାରେ ଲେସି ହେଇ ରହିଥିଲା ମୃଦୁହାସର ଝଡ଼ । ସେଇ ହସର ଝଡ଼ରେ କୁମାର ଅମେରେଶ ରାୟଙ୍କ ପୁରୁଷ ମନଟା ଯେମିତି କ୍ଷଣିକ ସକାଶେ ବିକ୍ଷିପ୍ତ ହେଇ ପଡ଼ିଲା । ସେ ଭୁଲିଗଲେ ନିଜକୁ ନିଜତ୍ୱକୁ । ନିର୍ନିମେଷ ନୟନରେ ଚାହିଁ ରହିଥିଲେ ସନ୍ଧ୍ୟାର ଅପୂର୍ବ ସୌନ୍ଦଯ୍ୟର ମାଦକତାକୁ ।

 

‘‘ଚାଲନ୍ତୁ ସାର୍‌, ଏଥର ଯିବା । ସମୟ ହେଇଗଲା ।’’

 

ମିନତିର କଥାରେ କୁମାର ରାୟଙ୍କ ତନ୍ମୟତା ଭାଙ୍ଗିଲା । ସେ ନିଜର ଚହଲା ମନକୁ ସଞ୍ଜତ କରି କହିଲେ–‘‘ଚାଲ ମିନତି ! ମୁଁ ତ କେତେବେଳୁ ପ୍ରସ୍ତୁତ ହେଇ ସନ୍ଧ୍ୟା ଦେବୀଙ୍କ ଅପେକ୍ଷାରେ ଅଛି ।’’

 

କହୁ କହୁ ଝଡ଼ ବେଗରେ ଅଫିସ୍‌ରୁମ୍‌ ଭିତରୁ ବାହାରି ଆସିଲେ କୁମାର ରାୟ । ବାହାରୁ ବନ୍ଦ କରିଦେଲେ ଦରଜାଟା । ତିନିହେଁ ଆଗେଇ ଚାଲିଲେ ଷ୍ଟ୍ରେଂଜ୍‌ ଟାଉନ୍‍ର ଅଭିମୁଖର ।

 

ଆଗରେ ଚାଲିଥିଲେ କୁମାର ରାୟ । ତାଙ୍କ ପଛକୁ କାନ୍ଧକୁକାନ୍ଧ ଲଗାଲାଗି ହେଇ ଚାଲିଥିଲେ ମିନତି ଆଉ ସନ୍ଧ୍ୟା । ପ୍ରାୟ ପାଞ୍ଚ ମିନିଟ ଖଣ୍ଡେ ଚାଲିଲା ପରେ–ହଠାତ ଗୋଟାଏ ଛୋଟିଆ ଘର ସାମ୍ନାରେ ଆସି ଠିଆ ହେଲେ ତିନିଜଣଯାକ । କୁମାର ଅମରେଶ ରାୟ ପକେଟରୁ ଚାବି ଲେନ୍ଥାଟା ବାହାର କରି ସେଥିରୁ ଗୋଟାଏ ଚାବି ସାହାଯ୍ୟରେ ସେ ଘରର ଦରଜାଟା ଫିଟେଇ ଦେଲେ । କହିଲେ–‘‘ଆସନ୍ତୁ ସନ୍ଧ୍ୟା ଦେବୀ’’ ।

 

ତିନିହେଁ ଯାଇ ଠିଆ ହେଲେ ସେଇ ଘରର ଚଟାଣ ଉପରେ । ଏଡ଼ିକି ଗୋଟାଏ ଛୋଟିଆ ଘର ଭିତରକୁ ଯେ ସେମାନେ କାହିଁକି ଆସିଲେ ସେକଥା ଭଲକରି ବୁଝିପାରୁ ନଥିଲା ସନ୍ଧ୍ୟା । ତା’ର ମନର ଭାବକୁ ଲକ୍ଷ୍ୟକରି ହସି ହସି କହିଲେ କୁମାର ରାୟ–‘‘ଏତେଟା ଆଶ୍ଚର୍ଯ୍ୟ ହୁଅନ୍ତୁ ନା’ ସନ୍ଧ୍ୟା ଦେବୀ । ଆମ ସହରର ନାଁଟା ପରା ଷ୍ଟ୍ରେଂଜ୍‌ଟାଉନ୍‌’’ କହି କାନ୍ଥରେ ଥିବା ଗୋଟିଏ ପ୍ଳାଷ୍ଟିକ୍‌ କଭର୍‌କୁ ଖୋଲିବାକୁ ଆରମ୍ଭ କଲେ ।

 

ଛୋଟିଆ ପ୍ଳାଷ୍ଟିକର ଡବାଟିଏ–ଠିକ୍‌ ଅବିକଳ ଦେଖିବାକୁ ସରକାରଙ୍କ ସଞ୍ଚୟ ଡବାଟି ଭଳି । ସନ୍ଧ୍ୟା ଭଲରୂପେ ବୁଝିପାରୁ ନଥିଲା ସେଇ ଡବାଟିର ରହସ୍ୟ । ଛୋଟ ତାଲାଟିକୁ ଫିଟେଇସାରି ଡବାର ଢାଙ୍କୁଣିଟାକୁ ଉପରକୁ ଉଠେଇଲେ କୁମାର ଅମରେଶ ରାୟ । କହିଲେ–

 

ଦେଖନ୍ତୁ ସନ୍ଧ୍ୟା ଦେବୀ । ଆପଣ ଜମା ଭୟ କରିବେନି ।’’

 

‘‘ଭୟ କାହିଁକି କରିବି ?’’

 

ସନ୍ଦିଗ୍‌ଧ କଣ୍ଠରେ ପ୍ରଶ୍ନକଲା ସନ୍ଧ୍ୟା ।

 

‘‘ଆପଣ ଯଦି କେବେ ଲିଫ୍‌ଟରେ ଯିବା ଆସିବା କରିଚନ୍ତି, ତେବେତ ଭୟର କୌଣସି କାରଣ ନାହିଁ ।’’ ହସି ହସି ସେମିତି ପୂର୍ବବତ୍‌ କହିଲେ କୁମାର ରାୟ ।

 

‘‘ଲିଫ୍‌ଟ ! କାଇଁ ଲିଫ୍‌ଟ ?’’

 

ସନ୍ଧ୍ୟାର ଆଶ୍ଚର୍ଯ୍ୟର ସୀମାଟା ଦ୍ରୁତ ଗତିରେ ବଢ଼ି ଚାଲିଥିଲା । ବଢ଼ିବାବି ଅତି ସ୍ୱାଭାବିକ । କାରଣ ଛୋଟିଆ କୋଠରିଟିଏ, ବେଶି ହେଲେ ବଡ଼ କଷ୍ଟରେ ପାଞ୍ଚଜଣ ମଣିଷ ଛିଡ଼ାହେଇ ପାରିବେ । ଆଉ ସେପରି ଏକ ସଂକୀର୍ଣ୍ଣ କୋଠରି ଭିତରେ ପୁଣି ଲିଫ୍‌ଟ ? କଥାଟା ଠିକ୍‌ ଲଙ୍କାରେ ହରି ଶବ୍ଦଭଳି ମନେ ହଉଥିଲା ତାକୁ ।

 

‘‘କୁହନ୍ତୁ ଆପଣ କେବେ ଲିଫ୍‌ଟ ସାହାଯ୍ୟରେ ଯିବା ଆସିବା କରନ୍ତି କି ନାହିଁ ?’’

 

କୁମାର ରାୟ ପୁଣି ଦୋହରାଇଲେ ତାଙ୍କର ପ୍ରଶ୍ନଟାକୁ ।

 

‘‘ନା’’

 

ସଂକ୍ଷିପ୍ତରେ ଉତ୍ତର ଦେଲା ସନ୍ଧ୍ୟା ।

 

ତେବେ ଆପଣ ବସି ପଡ଼ନ୍ତୁ । ବସି ପଡ଼ିଲେ ଅନ୍ତତଃ ଛାତି ଭିତରେ ଛନକାଟା ପଶି ପାରିବନି ।’’

 

‘‘କୋଉଠି ବସିବି ?’’

 

କାଇଁ ଆପଣ ଯୋଉଠି ଛିଡ଼ା ହେଇଚନ୍ତି । ମିନତି ସନ୍ଧ୍ୟା ଦେବୀଙ୍କ ସାଙ୍ଗରେ ତମେବି ଚଟାଣ ଉପରେ ବସି ପଡ଼ ।

 

ମିନତି ଆଉ ସନ୍ଧ୍ୟା ନୀରବରେ ବସି ପଡ଼ିଲେ ସେଇ କୋଠରିସ୍ଥ ଚଟାଣ ଉପରେ ।

 

‘‘ବେଶ୍‌ ତେବେ ଷ୍ଟାର୍ଟ କଲି ।’’

 

ସେଇ ପ୍ଳାଷ୍ଟିକ ଡବା ଭିତରେ ଥିବା ଗୋଟାଏ ପୁଇଚ୍‌କି ଅନ୍‌ କରିଦେଲେ କୁମାର ରାୟ-। ତା’ପରେ ସାଙ୍ଗେ ସାଙ୍ଗେ ଆସି ଛିଡ଼ା ହୋଇଗଲେ ସେ ଦୁହିଁଙ୍କ ପାଖରେ-। ତା’ର ଠିକ୍‌ ପରମୁହୂର୍ତ୍ତରେ ଘର୍‌ର ଶବ୍ଦ କରି ଚାହୁଁଚାହୁଁ ସେଇ ଚଟାଣଟା କୋଠରି ଭିତରୁ ଅଲଗା ହେଇ କ୍ଷିପ୍ର ଗତିରେ ତଳକୁ ଖସିବାକୁ ଲାଗିଲା । ସନ୍ଧ୍ୟାର ମନେହେଲା ଯେମିତି ତା’ର ପ୍ରାଣଟା ଖାଲିରେ ଶୂନ୍ୟରେ ଉଡ଼ି ଯାଉଚି । ତା’ର ଆଖି ଦୁଇଟି ଆପଣାଛାଏଁ ବୁଜି ହେଇଗଲା । ସେ ଭୟରେ କୁଣ୍ଢେଇ ଧରିଲା ମିନତିକି ।

 

‘‘ଭୟ କରନି ଦିଦି ।’’

 

ଆଶ୍ୱାସିତ କଣ୍ଠରେ କହିଲା ମିନତି ।

 

ତା’ର ଅଳ୍ପସମୟ ପରେ–

 

‘‘ଏଥର ଆଖି ଖୋଲନ୍ତୁ ସନ୍ଧ୍ୟା ଦେବୀ ।’’

 

ସନ୍ଧ୍ୟା ଆଖିଖୋଲି ଦେଖିଲା, କୁମାର ରାୟ ମୁରୁକି ମୁରୁକି ହସୁଛନ୍ତି ।

 

‘‘ଏଥର ଚାଲନ୍ତୁ ଯିବା ।’’

 

ଅନତିଦୂରରେ ଥିବା ଗୋଟାଏ ସୁସଜ୍ଜିତ ଗେଟ୍‌ ଆଡ଼କୁ ନିର୍ଦ୍ଦେଶ କରି କହିଲେ କୁମାର ଅମରେଶ ରାୟ । ସନ୍ଧ୍ୟା ଚାହିଁଲା ସେଇ ଆଡ଼କୁ । ଗେଟ୍‌ ଉପରେ ଦେଖିଲା ଏକ ବିରାଟ୍ ସାଇନ୍‌ବୋର୍ଡ଼ । ସେଥିରେ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ଲେଖା ହେଇଥିଲା–

 

‘‘ଷ୍ଟ୍ରେଂଜ୍‌ଟାଉନ୍‌’’

 

କୁମାର ରାୟଙ୍କ ସମେତ ସନ୍ଧ୍ୟା ଆଉ ମିନତି ଆଗେଇ ଗଲେ ସେଇ ଗେଟ୍‌ ଆଡ଼କୁ ।

 

ଘର୍‌ର ଘର୍‌ର ଶବ୍ଦ ହେଲା ।

 

ସନ୍ଧ୍ୟା ଫେରି ଚାହିଁଲା । ଦେଖିଲା, ସେଇ ଲିଫ୍‌ଟା କ୍ଷିପ୍ର ଗତିରେ ଉଠି ଯାଉଚି ଉପରକୁ-। ପୃଥିବୀ ଗର୍ଭରେ ଏ’ ସବୁ ବୈଜ୍ଞାନିକ ବ୍ୟବସ୍ଥା ଦେଖି ସନ୍ଧ୍ୟା ମନେ ମନେ ଗୁଡ଼ାଏ ଆଶ୍ଚର୍ଯ୍ୟ ହେଇ ପଡ଼ିଲା । କେତେଦିନ ଧରି ଏ’ ଭିତର ଏସବୁ କାମ ହେଇଚି, ଆଉ କି ଭଳି ମୁଣ୍ଡ ଏଠି କାମ ନ କରୁଚି ।

 

କୁମାର ରାୟ ଗେଟ୍‌ ଦେହରେ ଥିବା ଗୋଟାଏ ଧଳା ବଟନ୍‌ ଉପରେ ବୁଢ଼ା ଆଙ୍ଗୁଠିର ଚାପଦେଲେ । କିଂ କିଂ ଶବ୍ଦ ହେଲା । ତା’ର ପରମୁହୂର୍ତ୍ତରେ କବାଟଟି ଖୋଲିଗଲା ନିଶବ୍ଦରେ । ତିନିହେଁ ପଶିଲେ ଷ୍ଟ୍ରେଂଜ୍‌ଟାଉନର ହତା ଭିତରକୁ । ଗେଟ୍‌ ହତା ପରେ ପରେ ବନ୍ଦ ହେଇଗଲା ଆପଣାଛାଏଁ ।

 

‘‘ଷ୍ଟ୍ରେଂଜ୍‌ଟାଉନ୍‌ ।’’

 

ପୃଥିବୀ ଗର୍ଭ ଭିତରେ ଦି’ଧାଡ଼ି ଘର । ମଝିରେ ସରୁ ରାସ୍ତାଟିଏ ଲମ୍ୱି ଯାଇଥିଲା କାହିଁ କେତେ ଦୂରକୁ । ଏ’ ଭିତରେ କେତୋଟି ଘର ଅଛି ସେ କଥା ଜାଣିବା ସହଜସାଧ୍ୟ ନଥିଲା । ସବୁ ସଫାସୁତରା । ବିଜୁଳି ଆଲୁଅରେ ରାସ୍ତାଟା ହସି ଉଠୁଥିଲା ଯେମିତି । ପ୍ରତି କୋଠରିର ଝରକା ଫାଙ୍କ ଦେଇ ଦେଖା ଯାଉଥିଲା ବିଜୁଳିବତିର ତୋଫା ଆଲୋକ । ତିନିହେଁ ଆଗେଇ ଚାଲିଥିଲେ ଆଗକୁ...ଆହୁରି ଆଗକୁ ।

 

ଦୁଇ ପାଖରେ ଥିବା କୋଠରିଗୁଡ଼ିକ ପଛେଇ ପଛେଇ ଯାଉଥିଲା । ସନ୍ଧ୍ୟାର ଦୃଷ୍ଟିଶକ୍ତି ଘୂରି ବୁଲୁଥିଲା ଚତୁର୍ଦ୍ଦିଗରେ । ସେ କୋଠରିଗୁଡ଼ିକ ଭିତରେ କ’ଣ ଅଛି ଦେଖିବାକୁ ଚେଷ୍ଟା କରୁଥିଲା । କିନ୍ତୁ ପାରୁ ନଥିଲା । କୌଣସି କୌଣସି କୋଠରି ଭିତର ଥିଲା ଅନ୍ଧକାରର ପୂର୍ଣ୍ଣ ରାଜତ୍ୱ । ଏ’ ଷ୍ଟ୍ରେଂଜ୍‌ଟାଉନ୍ ଭିତରେ ସେତେବେଳକୁ କୌଣସି ଜନମାନବର ସୋରଶବ୍ଦ ନଥିଲା ।

 

ତିନିହେଁ ସେମିତି ଆଗେଇ ଚାଲିଥିଲେ ।

 

ଆଗରେ ଷ୍ଟ୍ରେଂଜ୍‌ଟାଉନ୍‌ର ମ୍ୟାନେଜର କୁମାର ଅମରେଶ ରାୟ । ତାଙ୍କ ପଛେ ପଛେ ସନ୍ଧ୍ୟା ଆଉ ମିନତି । କାହାରି ପାଟିରେ ସେତେବେଳକୁ ନଥିଲା କୌଣସି ଭାଷା । କିଛି ପ୍ରଶ୍ନ ପଚାରିବାକୁ ସନ୍ଧ୍ୟାର ଇଚ୍ଛା ଥିଲେ ମଧ୍ୟ ତା’ର ସାହସ ପାଉ ନଥିଲା । ବେଶ୍‌, ତିନିହେଁ ଯନ୍ତ୍ରବତ୍‌ ଆଗେଇ ଚାଲିଥିଲେ । ନୀରବତା ସନ୍ଧ୍ୟା ପକ୍ଷରେ ନିହାତି ଅସହ୍ୟ ହେଇ ଉଠିଲା । ସେ ମୁହଁ ଫିଟେଇବାକୁ ବାଧ୍ୟ ହେଲା ଶେଷରେ ।

 

‘‘ଏଠି କ’ଣ କେହି ମଣିଷ ନାହାନ୍ତି କୁମାରବାବୁ ?’’

 

ସନ୍ଧ୍ୟାର ଅଚାନକ ପ୍ରଶ୍ନଟା ଶୁଣି ହୋହୋ ହେଇ ହସି ଉଠିଲେ କୁମାରବାବୁ । ସେମିତି ହସନ୍ତା କଣ୍ଠରେ କହିଲେ–‘‘ବେଶ୍‌ ତାହାହେଲେ ଆମର ଏକ ‘‘ଷ୍ଟ୍ରେଂଜ୍‌ଟାଉନ୍‍ର’’ ନାଁଟା ତାହାହେଲେ ବାସ୍ତବିକ ସାର୍ଥକ ହେଇଚି ସନ୍ଧ୍ୟା ଦେବୀ ।’’

 

ସନ୍ଧ୍ୟା କିଛି ବୁଝି ପାରିଲାନି । ସେମିତି ବଲବଲ କରି ଅନେଇ ରହିଲା କୁମାର ଅମରେଶ ରାୟଙ୍କ ପ୍ରଶାନ୍ତ ଅଥଚ କ୍ରୂର ମୁଖମଣ୍ଡଳକୁ । ଦେଖିଲା, ତାଙ୍କର (କୁମାର ରାୟଙ୍କ) ମୁଖମଣ୍ଡଳରେ ଅହମିକାର ପୂର୍ଣ୍ଣ ରାଜତ୍ୱ । ସେ ପୁଣି କହିଲେ–‘‘ଏତେଟା ଆଶ୍ଚର୍ଯ୍ୟରେ ଭାଙ୍ଗି ପଡ଼ନ୍ତୁନି ସନ୍ଧ୍ୟା ଦେବୀ । ଆସନ୍ତୁ ଆହୁରି କେତେକଥା ଦେଖିବେ କେତେ କଥା ଜାଣିବେ ।

 

ତିନିହେଁ ପୁଣି ଆଗେଇ ଚାଲିଲେ ।

 

ସମ୍ମୁଖରେ...ବିଜୁଳି ଆଲୁଅରେ ଚମକି ଉଠୁଥିଲା କେତୋଟି ଅକ୍ଷର ।

 

‘‘ସଭାମଞ୍ଚ ।’’

 

ସେମାନେ ଆସି ପହଞ୍ଚିଲେ ସଭାମଞ୍ଚର ଦ୍ୱାର ଦେଶରେ । ଗଞ୍ଜା ପହିଲମାନ ସେଇଠି ଛିଡ଼ା ହେଇଥିଲା–ହାତରେ ଗୋଟାଏ ତୀକ୍ଷ୍ଣବର୍ଛା ଧରି । କୁମାର ରାୟଙ୍କୁ ଦେଖି ସେ ସସମ୍ମାନେ ଝୁଙ୍କିପଡ଼ି ସମ୍ମାନ ଦେଖାଇଲା । ପ୍ରଶ୍ନକଲା । କୁମାରା ରାୟ–‘‘ସମସ୍ତେ ଆସିଲେଣି ?’’

 

‘‘ନା’ ହଜୁର ।’’

 

‘‘କାହିଁକି ?’’

 

ସୂଚନାର ପ୍ରଥମ ଘଣ୍ଟି ଏ’ ପର୍ଯ୍ୟନ୍ତ ବାଜିନି ।’’

 

‘‘ଆଜି ଏତେ ଡେରି କାହିଁକି । ସମୟତ ପ୍ରାୟ ହେଇଗଲା ।’’

 

ହାତଘଡ଼ିକି ଚାହିଁ କହିଲେ କୁମାର ଅମରେଶ ରାୟ ।

 

ଆହୁରି ଦଶ ମିନିଟ ବଢ଼େଇ ଦିଆଯାଇଚି–‘‘କହିଲା ଗଞ୍ଜା ପହିଲମାନ–’’ ବର୍ତ୍ତମାନ ଆପଣମାନେ ଭିତରେ ଯାଇ ବସନ୍ତୁ । ମୁଁ ହେଡ଼କ୍ୱାଟରକୁ ଆପଣମାନଙ୍କୁ ଆସିବା ଖବରଟା ଜଣାଇ ଦଉଚି ।’’

 

କହୁ କହୁ କାନ୍ଥ ଦେହରେ ଝୁଲୁଥିବା ରିସିଭର୍‌ଟାକୁ ଉଠେଇ ଆଣି ନିଜ ମୁହଁ ଆଉ କାନ ପାଖରେ ଧଇଲା ଗଞ୍ଜା ପହିଲମାନ । ଓହଳି ଥିବା ଗୋଟାଏ ତାରକୁ ଟାଣିଧରି କାନ୍ଥ ଦେହରେ ସଂଲଗ୍ନ ହେଇଥିବା ଏକ ବିରାଟ୍ ଇଲେଟ୍ରିକ୍‌ ବୋର୍ଡ଼ସ୍ଥ ପଚିଶ ନମ୍ୱର ସହ ସଂଯୋଗ ସ୍ଥାପନ କଲା-। ସଙ୍ଗେ ସଙ୍ଗେ ଦପଦପ ହେଇ ଜଳି ଉଠିଲା ନୀଳବର୍ଣ୍ଣର ଆଲୋକ ରଶ୍ମି–ଚଣାକୃତ୍ତିରେ, ତିନିଥର ପାଇଁ ।

 

‘‘..............................’’

 

‘‘ହଜୁର, ସନ୍ଧ୍ୟା ଦେବୀଙ୍କୁ ସାଙ୍ଗରେ ନେଇ ମ୍ୟାନେଜରବାବୁ ଆଉ ମିନତି ବର୍ତ୍ତମାନ ଆସି ଏଠି ପହଞ୍ଚିଲେ ।’’

 

‘‘..............................’’

 

‘‘ହଁ, ହଜୁର ।’’

 

‘‘..............................’’

 

‘‘ଏଇ ସାଙ୍ଗେ ସାଙ୍ଗେ ସୂଚନାର ପ୍ରଥମ ଘଣ୍ଟିଟା ଦେଇ ଦେଉଚି ।’’

 

‘‘..............................’’

 

‘‘ଆଚ୍ଛା ହଜୁର ।’’

 

କହୁ କହୁ ସଂଯୋଗ କାଟି ଦେଲା ଗଞ୍ଜା ପହିଲମାନ । ରିସିଭରଟାକୁ ଯଥାସ୍ଥାନରେ ରଖିଦେଇ ତଳେ ଆଣ୍ଠେଇ ବସି ପଡ଼ିଲା । କାନ୍ଥର ତଳ ଅଂଶରେ ତିଆରି ହେଇଥିଲା ଛୋଟିଆ ଆଲମିରାଟିଏ । ତାକୁ ଫିଟେଇ ତା’ ଭିତରଟାକୁ କିଛି ସମୟ ଘଣ୍ଟାଚକଟା କଲାପରେ ତିନୋଟି ତମ୍ୱାରେ ତିଆରି ନମ୍ୱର ପ୍ଳେଟ୍‌ ଧରି ଛିଡ଼ା ହେଇଗଲା ।

 

‘‘ଆପଣମାନଙ୍କ ନମ୍ୱର ନିଅନ୍ତୁ ।’’

 

ସମସ୍ତଙ୍କ ହାତକୁ ଗୋଟାଏ ନମ୍ୱର ପ୍ଳେଟ୍ ବଢ଼େଇ ଦେଲା ଗଞ୍ଜା ପହିଲମାନ ।

 

‘‘ଏକଶ’ ପଚିଶ–’’ ପ୍ଳେଟ୍‌ ଉପରର ନମ୍ୱର ଦେଖି ଆପତ୍ତି କରି କହିଲେ କୁମାର ରାୟ–‘‘ବୁଝିଲ ଗଞ୍ଜା ! ଏଇଟାତ ମୋ’ ନମ୍ୱର ନୁହେଁ । ମୋର ନମ୍ୱର ହଉଚି ସତେଇଶ ।’’

 

‘‘ଏ ଭିତର ସମସ୍ତଙ୍କ ନମ୍ୱର ବଦଳେଇ ଦିଆଯାଇଛି ଆଜ୍ଞା ।’’

 

କାନ୍ଥ ଉପରେ ଝୁଲୁଥିବା ଗୋଟାଏ ତାଲିକା ଆଡ଼କୁ ଆଙ୍ଗୁଠି ଦେଖାଇ କହିଲା ଗଞ୍ଜା ପହିଲ୍‌ମାନ ।

 

‘‘ବଦଳେଇ ଦିଆଯାଇଚି !’’

 

ପ୍ରଥମେ ବିସ୍ମୟ ପ୍ରକାଶ କଲେ କୁମାର ରାୟ ।

 

‘‘ହଁ ଆଜ୍ଞା ।’’

 

‘‘କାହିଁକି ?’’

 

ତା’ପରେ ପ୍ରଶ୍ନ କଲେ ।

 

‘‘ସେ କଥା ମୁଁ କହି ପାରିବିନି ଆଜ୍ଞା । ଆପଣ ସରକାରୀ ନିର୍ଦ୍ଦେଶକଙ୍କୁ ପଚାରି ବୁଝିବେ-। ବର୍ତ୍ତମାନ ଆପଣମାନେ ହଲ୍‌ ଭିତରକୁ ଯାଇ ନମ୍ୱର ଅନୁସାରେ ନିଜ ନିଜ ଆସନରେ ବସିଯାନ୍ତୁ-। ମୁଁ ବର୍ତ୍ତମାନ ସୂଚନାର ପ୍ରଥମ ଘଣ୍ଟିଟା ଦେବି ।’’ କହି ସେଇଠୁ ଚାଲି ଯାଉଥିଲା ଗଞ୍ଜା ପହିଲ୍‌ମାନ-

 

‘‘ମୋ’ ପ୍ଳେଟ୍‌ରେତ ନମ୍ୱର ନାହିଁ ।’’ କହିଲା ସନ୍ଧ୍ୟା–‘‘ମୁଁ ତେବେ ବସିବି କେଉଁଠି ?’’

 

‘‘ଆପଣଙ୍କ ପ୍ଳେଟ୍‍ରେତ ବର୍ତ୍ତମାନ ନମ୍ୱର ରହିବା କଥା ନୁହେଁ ।’’

 

ଫେରିପଡ଼ି କହିଲା ଗଞ୍ଜା ପହିଲ୍‌ମାନ ।

 

‘‘କାହିଁକି ?’’

 

ପ୍ରଶ୍ନ କଲା ସନ୍ଧ୍ୟା

 

‘‘ଆପଣ ପରା ବର୍ତ୍ତମାନ ଶପଥ ନେବେ । ଶପଥ ନ ନେଲା ପର୍ଯ୍ୟନ୍ତ ଆପଣଙ୍କୁତ କୌଣସିମତେ ନମ୍ୱର ମିଳିପାରିବନି ।’’

 

‘‘ଶପଥ ନେବି ! କି ଶପଥ ?’’

 

‘‘ମ୍ୟାନେଜରବାବୁ ଆପଣଙ୍କୁ ସବୁକଥା ବୁଝେଇ ଦେବେ । ବର୍ତ୍ତମାନ ସୂଚନାର ପ୍ରଥମ ଘଣ୍ଟି ଦବାକୁ ମୁଁ ଯାଉଚି ।’’ କହିଦେଇ ସେଇଠୁ ଚାଲିଗଲା ଗଞ୍ଜା ପହିଲ୍‌ମାନ ।

 

ପ୍ରଶ୍ନିଳ ଦୃଷ୍ଟିରେ ସନ୍ଧ୍ୟା ଚାହିଁଲା କୁମାର ଅମରେଶ ରାୟଙ୍କ ମୁଖମଣ୍ଡଳକୁ । ତା’ର ମନୋଭାବଟା ସହଜରେ ବୁଝିପାରି କହିଲେ କୁମାର ଅମରେଶ ରାୟ–‘‘ଦେଖନ୍ତୁ ସନ୍ଧ୍ୟାଦେବୀ । ଆପଣଙ୍କ ପ୍ଳେଟ୍‍ରେ ଓଡ଼ିଆ ଭାଷାର ‘‘ଶ’’ ଆଉ ଇଂରାଜୀରେ ‘‘ଠ’’ ଲେଖା ଅଛି । ଆପଣ ଆଜି ‘‘ଓଥ୍‌’’ ମାନେ ଶପଥ ନେବେ କି ନା’ ସେଥିପାଇଁ ଆପଣ ସିଧା ମଞ୍ଚ ଉପରକୁ ଯାଇ ‘‘ଶ’’ ଆଉ ‘‘ଠ’’ ଲେଖାଥିବା ଆସନରେ ବସି ପଡ଼ିବେ । ଶପଥ ଗ୍ରହଣ କଲାପରେ ଆପଣଙ୍କୁ ନମ୍ୱର ପ୍ଳେଟ୍‌ ମିଳିବ । ଯେତେବେଳେ ଆପଣ ଆମ ଦଳର କୌଣସି କାଗଜ ପତ୍ରରେ ଦସ୍ତଖତ ଦେବେ, ସେତେବେଳେ ଆଗ ନିଜ ନାଁଟା ଲେଖିସାରି ତା’ ପାଖରେ ବନ୍ଧନୀ ଭିତରେ ନିଜ ନମ୍ୱରଟା ଲେଖିଦେବେ । ବେଶ୍‌ ତେଣିକି ଏ’ ଦଳର ପରିଚାଳକଙ୍କୁ ଆଉ କୌଣସି ଅସୁବିଧା ପଡ଼ିବନି ।’’

 

କୁମାର ଅମରେଶ ରାୟଙ୍କ ମୁହଁରୁ କଥା ସରିଚି କି ନାହିଁ ହଠାତ କ୍ରିଂ କ୍ରିଂ କ୍ରିଂ ହେଇ ସୂଚନାର ପ୍ରଥମ ଘଣ୍ଟିଟା ଏକାରାହାରେ ଦୁଇତିନି ମିନିଟ ପର୍ଯ୍ୟନ୍ତ ବାଜିବାକୁ ଲାଗିଲା । କୁମାର ରାୟ ସାଙ୍ଗେ ସାଙ୍ଗେ କହିଲେ–

 

‘ଚାଲନ୍ତୁ ସନ୍ଧ୍ୟା ଦେବୀ ! ଏଥର ହଲ୍ ଭିତରକୁ ଯିବା ।’’

 

ତିନିହେଁ ଏକାସାଙ୍ଗରେ ଆଗେଇ ଗଲେ ହଲ୍‌ ଭିତରକୁ ।

 

ସୂଚନାର ପ୍ରଥମ ଘଣ୍ଟିଟା ସେମିତି ବାଜୁଥିଲା ।

 

ହଲ୍‌ ଭିତରେ ପାଦ ଦବାକ୍ଷଣି ହଲ୍‍ର ଅପୂର୍ବ ସାଜସଜ୍ଜା ଦେଖି ମୁଗ୍ଧ ହେଇଗଲା ସନ୍ଧ୍ୟା-। ବିରାଟ୍ ଏକ ଲମ୍ୱା ହଲ୍ । ପୂର୍ବ-ପଶ୍ଚିମ ହେଇ ତିଆରି ହେଇଥିଲା ହଲ୍‍ଟି । କାନ୍ଥ ଓ ଚଟାଣ ସିମେଣ୍ଟେ । କାନ୍ଥଗୁଡ଼ା ଇଟା କି ପଥରରେ ତିଆରି ହେଇଥିଲା, ତାହା ଜାଣିବା ମୁସ୍କିଲ-। ହଲ୍ ଭିତରେ ଦକ୍ଷିଣ-ଉତ୍ତରକୁ ଧାଡ଼ି ଧାଡ଼ି ହୋଇ ପ୍ରାୟ ତିନିଶହ ହବ ସୁନ୍ଦର ଗଦିଦାର ପାଲିସ୍‌ ଚଉକିଗୁଡ଼ାଏ ପଡ଼ିଥିଲା । ପ୍ରତ୍ୟେକ ଚଉକିରେ ଥିଲା ନମ୍ୱର । କ୍ରମାନୁଯାୟୀ ନୁହେଁ । ନିହାତି ଅବ୍ୟବସ୍ଥିତ ଭାବର-ପାଞ୍ଚ ପାଖକୁ ପଞ୍ଚଷଠିତ ତିରିଶ ପାଖକୁ ଏଗାର ।

 

ହଲ୍‍ର ଶେଷ ସୀମାରେ ଅର୍ଥାତ୍‌ ପୂର୍ବଦିଗକୁ ଥିଲା ପେଣ୍ଡାଲ । ପେଣ୍ଡାଲ ମଝିରେ ଥିଲା ଅର୍ଦ୍ଧଚନ୍ଦ୍ର ଆକୃତିର ଟେବୁଲ । ତାକୁ ଘେରି ଏଗାରଟି ସୋଫା ପଡ଼ିଥିଲା । ପ୍ରତି ସୋଫା ସାମ୍ନାରେ ଟେବୁଲ ଉପରେ ଧାଡ଼ି ଧାଡ଼ି ହୋଇ ସଜ୍ଜା ହୋଇ ଥୁଆ ହେଇଥିଲା ଗୁଡ଼ିଏ ନେମ୍‌ପ୍ଳେଟ୍‌ । କିନ୍ତୁ ଅକ୍ଷରଗୁଡ଼ିକ ଜମା ପଢ଼ି ହଉ ନଥିଲା ।

 

ହଲ୍‌ର କାନ୍ଥରେ ସଂଖ୍ୟାହୀନ ତୈଳଚିତ୍ର ଆଉ ଫଟୋର ଆସର । ଫଳରେ ହଲ୍‍ଟିର ସୌନ୍ଦର୍ଯ୍ୟ ଖୁବ୍‌ ବଢ଼ି ଯାଇଥିଲା । ପ୍ରତି ଦଶ ବାରହାତ ବ୍ୟବଧାନରେ କାନ୍ଥ ଦେହରେ ସଂଯୋଗ କରାଯାଇଥିଲା ଗୁଡ଼ିଏ ବିଜୁଳି ପଙ୍ଖା । ସେଗୁଡ଼ିକ ହଲ୍ ଭିତରକୁ ହାମୁଡ଼େଇ ପଡ଼ିଲା ପରି ଦେଖାଯାଉଥିଲା ।

 

ତିନିହେଁ ଆଗେଇ ଚାଲିଥିଲେ ପେଣ୍ଡାଲ ଆଡ଼କୁ । ହଲ୍‍ଟିର ଅପୂର୍ବ ସାଜସଜ୍ଜାକୁ ତୀକ୍ଷ୍ଣଦୃଷ୍ଟିରେ ଦେଖି ଦେଖି ଚାଲିଥିଲା ସନ୍ଧ୍ୟା । ସୂଚନାର ପ୍ରଥମ ଘଣ୍ଟି ଶବ୍ଦଟା କେତେବେଳୁ ବନ୍ଦ ହୋଇ ଯାଇଥିଲା ।

 

‘‘ହେଇଟି ସନ୍ଧ୍ୟା ଦେବୀ ।’’

 

ତନ୍ମୟତା ଭାଙ୍ଗି କହିଲେ କୁମାର ରାୟ–

 

‘‘ସେଇଟା ହଉଚି ଆପଣଙ୍କ ଆସନ । ଆପଣ ଯାଇ ସେଠି ବସନ୍ତୁ । ଆମେ ଆମ ନମ୍ୱର ଅନୁସାରେ ଯାଇ ହଲ୍‌ ଭିତରେ ବସୁଚୁ ।’’

 

‘‘ସନ୍ଧ୍ୟା ପେଣ୍ଡାଲ ଉପରକୁ ଯାଇ କୁମାର ରାୟ ଦେଖାଇଥିବା ଆସନ ଉପରେ ବସିଗଲା ।

 

‘‘ଆସ ମିନତି ।’’

 

ମିନତିକି ନେଇ ହଲ୍ ଭିତରକୁ ଫେରିଲେ କୁମାର ରାୟ । ପଚାରିଲେ–‘‘ତମ ନମ୍ୱରଟା କେତେ ?

 

‘‘ମୋର ନମ୍ୱରଟାତ ଚେଞ୍ଜ୍‌ ହେଇନି ସାର୍‌ ।’’

 

‘‘ତେବେତ ଦେଖୁଚି ତମେ ବଡ଼ ଭାଗ୍ୟବତୀ । କେତେ ଥିଲା ଆଗ ତମ ନମ୍ୱର ?’’

 

‘‘ସଇଁତିରିଶ ।’’

 

‘‘ବେଶ୍‌, ତେବେ ଯାଇ ବସ ତମ ଆସନରେ । ମୁଁ ମୋ’ ନମ୍ୱରଟା ଟିକିଏ ଦେଖୁଚି ।’’

 

‘‘ଏଠି ଆଗ ବସିଥାନ୍ତୁମ’ । ନମ୍ୱରଗୁଡ଼ାକ ଦେହରେ ଆଗ କରେଣ୍ଟ ପାଶ୍‌କରୁ । ତା’ପରେତ ଆଉ ଆପଣଙ୍କ ସିଟ୍‌ଟା ମିଳିବାକୁ ବିଶେଷ କିଛି ଅସୁବିଧା ହବନି ।’’ ନିଜର ଆସନଟା ଉପରେ ବସୁ ବସୁ କହିଲା ମିନତି ।

 

‘‘ପରେ ବେଶି ଭିଡ଼ ହବ ।’’

 

କହିଲେ କୁମାର ରାୟ–

 

‘‘ଏବଠୁ ଖୋଜି ନେଇ ବସି ପଡ଼ିଥିଲେତ ଗଲା ।’’ କହି ନିଜର ସିଟ୍‌ଟା ଖୋଜିବାକୁ ଲାଗିଲେ କୁମାର ରାୟ ।

 

ଠିକ୍‌ ଏଇ ସମୟରେ କ୍ରିଂ କ୍ରିଂ କ୍ରିଂ ହେଇ ବାଜି ଉଠିଲା ସୂଚନାର ଦ୍ୱିତୀୟ ଘଣ୍ଟି । ସାଙ୍ଗେ ସାଙ୍ଗେ ପଡ଼ିଥିବା ଚଉକିଗୁଡ଼ିକ ଦେହରେ ଖେଳିଗଲା କରେଣ୍ଟ । ରଡ଼ ନିଆଁ ଭଳି ବିଜୁଳି ସାହାଯ୍ୟରେ ଚଉକିଗୁଡ଼ିକର ବାର୍‌ ଉପରେ ଦମକି ଗଲା ନମ୍ୱଗୁଡ଼ିକ ।

 

ଏ’ ସବୁ ବ୍ୟବସ୍ଥା ଦେଖି ଅତିଶୟ ଆଶ୍ଚର୍ଯ୍ୟରେ ଫାଟି ପଡ଼ିଲା ସନ୍ଧ୍ୟା । ମନେ ମନେ ଏହାର ସୁବ୍ୟବସ୍ଥାକାରୀଙ୍କି ପ୍ରଶଂସା ନକରି ରହି ପାରିଲାନି । ମଣିଷ ବସିବା ଚଉକି ଦେହଅରେ ବିଜୁଳିର ଅବାଧଗତି । ଅଥଚ ମଣିଷର କିଛି କ୍ଷତି ହେଉନି । ଏପରି ବିଚକ୍ଷଣ ମସ୍ତିଷ୍କଗୁଡ଼ା ଯଦି ଦେଶର ବଡ଼ବଡ଼ କାମରେ ଲାଗନ୍ତା, ତେବେ ହୁଏତ ଆମ ଦେଶ କଦାପି ଏତେ ପଛରେ ପଡ଼ି ରହନ୍ତାନି । ଆଜି ହୁଏତ ଆମେରିକା ଆଉ ରୁଷିଆ ପୃଥିବୀ ଦରବାରରେ ବାହାସ୍ଫୋଟ ମାରି କହନ୍ତେନି ଯେ ସମଗ୍ର ପୃଥିବୀ ଭିତର ଆମେ ହଉଚୁ ବିଜ୍ଞାନରେ ଶକ୍ତିଶାଳୀ ।

 

କୁମାର ଅମରେଶ ରାୟ ଆଉ ମିନତି ନିଜ ନିଜ ସ୍ଥାନ ଅଧିକାର କରି ବସି ସାରିଥିଲେ-। ପୁଣି କିଛି ସମୟର ବ୍ୟବଧାନ ପରେ ସୂଚନାର ତୃତୀୟ ଘଣ୍ଟି ବାଜି ଉଠିଲା । ପରେ ପରେ ଦେଖାଗଲା ଦଳଦଳ ହୋଇ ନାରୀ ଆଉ ପୁରୁଷ ପଶି ଆସିଲେ ହଲ୍ ଭିତରକୁ ।

 

ନିଜ ନିଜର ନମ୍ୱର ଅନୁସାରେ ଯଥାସ୍ଥାନରେ ସମସ୍ତେ ବସିଗଲେ । ହଠାତ ପ୍ରାୟ ଦୁଇଶହ ଯାଏଁ ନାରୀ ଆଉ ପୁରୁଷକୁ ଏକାଠି ଦେଖି ସନ୍ଧ୍ୟା କାବା ହୋଇଗଲା । ପନ୍ଦରବର୍ଷର ଯୁବକଯୁବତୀଙ୍କଠୁ ଆରମ୍ଭ କରି ଷାଠିଏ ସତୁରିବର୍ଷ ପର୍ଯ୍ୟନ୍ତ ବୁଢ଼ାବୁଢ଼ୀ ଥିଲେ ସେଇ ଦଳରେ ବିଭିନ୍ନ ଜାତିର, ଭିନ୍ନ ଭାଷା-ଭାଷୀର । ମହିଳାମାନେ ପିନ୍ଧିଥିଲେ ଧଳା ବ୍ଲାଉଜ୍ ଆଉ ସାୟା ଉପରେ ଧଳାଶାଢ଼ି । ପୁରୁଷମାନେ ପ୍ରତ୍ୟେକ ଟ୍ରାଉଜର ଉପରେ ହାଓ୍ୱାଇନ୍‌ ।

 

ସମସ୍ତେ ନୀରବରେ ବସି ରହିଲେ । କାହାରି ପାଟିରେ ଭାଷା ନଥିଲା । ଶୃଙ୍ଖଳା ରକ୍ଷା କରିବାପାଇଁ ସମସ୍ତେ ଯେମିତି ଆଗରୁ ଟ୍ରେନିଂ ପାଇଥିଲେ । ମନେ ହଉଥିଲା ଯେମିତି ଯନ୍ତ୍ରର ମଣିଷଗୁଡ଼ିଏ ଆସି ବସି ଯାଇଚନ୍ତି ସେଇ ହଲ୍‌ ଭିତରେ ।

 

ସମସ୍ତେ ବସିଥିଲେ । କିନ୍ତୁ ନିର୍ନିମେଷ ନୟନରେ ଚାହିଁଥିଲେ ସନ୍ଧ୍ୟାକୁ । ଚାହିଁବାବି ଅତି ସ୍ୱାଭାବିକ କଥା । ସନ୍ଧ୍ୟା ଥିଲା ଉକ୍ତ ଦଳର ନୂତନ ସଭ୍ୟା । ନାରୀମାନେ ବିଶେଷ କରି ଯେଉଁମାନଙ୍କର ଦେହରେ ପୂରି ରହିଥିଲା ଯୌବନର ସମ୍ଭାର, ସେଇମାନେ ସନ୍ଧ୍ୟାର ମନହଜା ସୁନ୍ଦର ରୂପଶ୍ରୀ କି ଦେଖି ଈର୍ଷାରେ ଜଳିପୋଡ଼ି ଯାଉଥିଲେ ଆଉ ପୁରୁଷମାନେ...ଯେଉଁମାନଙ୍କର ପୁରୁଷତ୍ୱରେ ଆସି ନଥିଲା ଶିଥିଳତା...ସେମାନଙ୍କ ଅନ୍ତର ଭିତରେ ରହି ରହି କୁହୁଳି ଉଠୁଥିଲା ପ୍ରବଳ ପ୍ରେମାଗ୍ନି । ପ୍ରତ୍ୟେକଙ୍କ ମନ ଭିତରେ କାମ ଲାଳସାରୁ ଉଦ୍ରେକ ହେଇ ଆସୁଥିଲା ଅପ୍‌ସରୀସମା ଏଇ ନୂତନ ସଭ୍ୟାର ରୂପ ସୌନ୍ଦର୍ଯ୍ୟକୁ ଦେଖି ।

 

ଏତେଗୁଡ଼ିଏ ଏକତ୍ର ଚକ୍ଷୁର ତୀବ୍ର ଚାହାଣିକି ସହଜରେ ବରଦାସ୍ତ କରିପାରୁ ନଥିଲା ସନ୍ଧ୍ୟା । ସେ ମୁହଁପୋତି ସେମିତି ବସି ରହିଥିଲା । କିନ୍ତୁ ବେଳେବେଳେ କଣେଇ କଣେଇ ଚାହୁଁଥିଲା ହଲ୍‌ ଭିତରକୁ । ଏ’ ପର୍ଯ୍ୟନ୍ତ ପ୍ରଥମ ଧାଡ଼ିର ପ୍ରାୟ ପଚାଶଟି ହବ ଚଉକି ଖାଲି ପଡ଼ିଥିଲା-

 

ନାରୀ ଓ ପୁରୁଷ ଅଲଗା ଅଲଗା ନ ବସି ସମସ୍ତେ ବସିଥିଲେ ଏକାଠି...ନିଜ ନିଜର ନମ୍ୱର ମୁତାବକ । ସମସ୍ତଙ୍କ ମନରେ ସେତେବେଳକୁ ଭରି ରହିଥିଲା ତୀବ୍ର ଉତ୍କଣ୍ଠା...ବେଜା ବେଜା ଆଗ୍ରହ । ହଠାତ ହଲ୍‌ର ସ୍ତବ୍‌ଧତା ଭାଙ୍ଗି ଗର୍ଜି ଉଠିଲା ଚତୁର୍ଥ ଘଣ୍ଟି । ପରେ ପରେ ଦେଖାଗଲା ପ୍ରାୟ ପଚାଶଜଣ ଯାଏଁ ଯୁବକ ଧାଡ଼ିଦେଇ ପଶି ଆସି ପ୍ରଥମ ଧାଡ଼ିର ଖାଲି ପଡ଼ିଥିବା ଚଉକି ଉପରେ ବସିଗଲେ । ସନ୍ଧ୍ୟା ଏ ଦଳକୁ ଦେଖି ଛାନିଆ ହୋଇଗଲା । ପ୍ରତ୍ୟେକ ଯୁବକଙ୍କର ଆକୃତି...ଗଠନ ପ୍ରାୟ ସମାନ ଥିଲା । ପ୍ରତ୍ୟେକ ପିନ୍ଧିଥିଲେ ଧଳା ହାଫ୍‌ପ୍ୟାଣ୍ଟ ଆଉ ଦଳା ହାଫ୍‌ସାର୍ଟ । ମୁଣ୍ଡରେ ଥିଲା ଏକପ୍ରକାର ଗୋଲାକୃତିର ଟୋପି । ପ୍ରତି ଟୋପି ଦେହରେ ଲେଖା ହେଇଥିଲା–‘‘ଆମ ବାହିନୀ ।’’

 

ସେଇ ‘‘ଆମ ବାହିନୀ’’ର ଚାହାଣିର ଛତ୍ରେ ଛତ୍ରେ ଯେମିତି ଭରି ରହିଥିଲା ତୀବ୍ର ପ୍ରତିହିଂସାର ଦାବାଗ୍ନି । ସମସ୍ତେ ବସିଥିଲେ ଆଉ ଲାଳସା ଭରା ଦୃଷ୍ଟିରେ ଚାହିଁ ରହିଥିଲେ ସନ୍ଧ୍ୟାକୁ-। ତାଙ୍କ ଚାହାଣି ଦେଖି ମନେ ହଉଥିଲା ଯେମିତି ସେମାନେ ସନ୍ଧ୍ୟାକୁ ପାଇଲେ ତା’ର ଯୌବନକୁ ଝୁଣି ବିଦାରି ଖାଇଯିବେ ।

 

ପଞ୍ଚମ ଓ ଶେଷଘଣ୍ଟି ବାଜି ଉଠିଲା ।

 

ପେଣ୍ଡାଲ୍‌ ଉପରେ ଥିବା ଗୋଲାକୃତି ଟେବୁଲ ଉପରେ ନେମ୍‌ପ୍ଳେଟ୍‌ଗୁଡ଼ିକ ବିଜୁଳି ଆଲୁଅରେ ଜଳି ଉଠିଲା ଦାଉଦାଉ ହୋଇ । ସେଗୁଡ଼ିକ ପଢ଼ି ସନ୍ଧ୍ୟାର ଆଖି ଯୋଡ଼ିକ ଉପରକୁ ଖୋସି ହୋଇଗଲା, ଏଗାରଟା ନେମ୍‌ପ୍ଳେଟ୍ ଦେହରେ ଲେଖାଥିଲା–

 

‘‘ଚୀନ୍‌......ପାକିସ୍ଥାନ, ବର୍ମା...ନେପାଳ... ଜାପାନ...... ଇଣ୍ଡୋନେସିଆ... ଆମେରିକା... ରୁଷିଆ... ଇଂଲଣ୍ଡ... ପଶ୍ଚିମ ଜର୍ମାନୀ ଓ ଭାରତ ।’’

 

ଦୁଇ ପାଖରେ ପାଞ୍ଚ ପାଞ୍ଚ ମଝିରେ ଭାରତ । ସନ୍ଧ୍ୟାର ମନେ ହେଲା ଏଇ ହଲ୍‌ଟା ହଉଚି ଯେମିତି ଆମ ପବିତ୍ର ଜାତିସଂଘର ଏକ ଶାଖା । ପ୍ରତି ଦେଶର ସଭ୍ୟଗଣ ଆସି ପୃଥିବୀର ସମସ୍ୟାଗୁଡ଼ିକର ଆଲୋଚନା କରିବାପାଇଁ ଯେମିତି ଏଇଠି ଜମା ହଉଚନ୍ତି ।

 

‘‘କେଁ କଟର...କଟ’’

 

ଚାହୁଁଚାହୁଁ ପେଣ୍ଡାଲ ପଛ କାନ୍ଥ ଦେହରୁ ଠାଏ ଅପସରି ଯାଇ ସୃଷ୍ଟିକଲା ଦରଜା । ଆଉ ସେଇ ଦରଜା ଦେଇ ବାହାରି ଆସିଲେ ଉପରେ କୁହାଯାଇଥିବା ଏଗାରଟି ଦେଶର ଏଗାରଜଣ ସଭ୍ୟ । ସମସ୍ତଙ୍କ ଦେହରେ କଳାସୁଟ୍‌ । ବେକରେ ଲାଲ ଟାୟ । ସମସ୍ତଙ୍କ ମୁହଁକୁ ଆବୃତ କରି ରଖିଥିଲା କଳା କନାରେ ତିଆରି ମୁଖା । ଏଣୁ ସେମାନଙ୍କୁ ଚିହ୍ନିବା ମୁସ୍କିଲ ହେଇ ପଡ଼ୁଥିଲା ।

 

ସେମାନଙ୍କୁ ପେଣ୍ଡାଲ ଉପରକୁ ପଶି ଆସୁଥିବାର ଦେଖି ସମସ୍ତେ ଛିଡ଼ା ହେଲେ । ମୁହଁପୋତି ଜଣାଇଲେ ସମ୍ମାନ । ସନ୍ଧ୍ୟାବି ଛିଡ଼ାହୋଇ ପଡ଼ିଲା । ସେମାନେ ନିଜ ନିଜର ସ୍ଥାନ ଅଧିକାର କରି ବସିଲା ପରେ ପୁଣି ସମସ୍ତେ ବସି ପଡ଼ିଲେ ।

 

‘‘ଭାରତ’’ ଲେଖାଥିବା ଆସନରେ ବସିଥିବା ଲୋକଟି ହଠାତ ଛିଡ଼ାହୋଇ ପଡ଼ି କହିବାକୁ ଆରମ୍ଭ କଲା–‘‘ବନ୍ଧୁଗଣ ! ଆଜି ଆମର ଏଇ ଷ୍ଟ୍ରେଂଜ୍‌ଟାଉନ୍ ପକ୍ଷରେ ହେଉଚି ଏକ ଖୁସି ଆନନ୍ଦର ଦିନ । କାରଣ ଆମ ଦଳର ସଭ୍ୟ ସଂଖ୍ୟା ଆଜି ଗୋଟାଏ ବୃଦ୍ଧି ହେଇଚି । ମିସ୍‌ ସନ୍ଧ୍ୟା ଦେବୀ ବର୍ତ୍ତମାନ ଶପଥ ପାଠ କରି ସବୁଦିନ ସକାଶେ ଆମ ଦଳର ଜଣେ ବିଶ୍ୱସ୍ତ ସଭ୍ୟା ହୋଇ ରହିଯିବେ । ତାଙ୍କୁ ମିଶେଇ ଆମ ଦଳର ସଭ୍ୟ ସଂଖ୍ୟା ହବ ତିନିଶହ ଏଗାର । ବର୍ତ୍ତମାନ ସନ୍ଧ୍ୟା ଦେବୀଙ୍କୁ ଶପଥ ପାଠ କରାଇବେ ମି: ହ୍ୟୁଗୋ । ମୁଁ ତାଙ୍କୁ ବିନମ୍ର ଅନୁରୋଧ କରୁଚି ସେ ବର୍ତ୍ତମାନ ଯାଇ ତାଙ୍କ କାମ ଆରମ୍ଭ କରନ୍ତୁ ।’’

 

କହି ଭାଷଣ ଦଉଥିବା ଭାରତୀୟ ଲୋକଟି ବସି ପଡ଼ିଲେ । କରତାଳିରେ ହଲ୍‍ଟି ଫାଟି ପଡ଼ିଲା । ଠିକ୍‌ ଏଇ ସମୟରେ ଜଣେ ସୁଦର୍ଶନ ଯୁବକ ହାତରେ ଖଣ୍ଡିଏ କାଗଜ ଧରି ସିଧା ହଲ୍ ଭିତରୁ ଉଠିଗଲେ ପେଣ୍ଡାଲ ଉପରକୁ । ଯାଇ ଛିଡ଼ା ହୋଇ ରହିଲେ ସନ୍ଧ୍ୟା ପାଖରେ ।

 

ମି: ହ୍ୟୁଗୋ କିଏ ଜାଣିବାପାଇଁ ସନ୍ଧ୍ୟାର ଆଗ୍ରହ ବଢ଼ୁଥିଲା । କିଏ ସେ ? କେଉଁ ଦେଶର ସଭ୍ୟ ? ହଠାତ ତା’ର ଆଗ୍ରହ ଆଉ ଉତ୍କଣ୍ଠାରେ ଏକ ଲମ୍ୱା ପୂର୍ଣ୍ଣଚ୍ଛେଦ ଟାଣିଦେଇ ଚଉକି ଛାଡ଼ି ତା’ରି ଆଡ଼କୁ ଆଗେଇ ଆସିଲେ ମି: ହ୍ୟୁଗୋ ।

 

ମି: ହ୍ୟୁଗୋ ରିଚାର୍ଡ଼ ହଉଚନ୍ତି ଜଣେ ଆମେରିକାନ୍‌ ।

 

ସନ୍ଧ୍ୟା ଚଉକି ଛାଡ଼ି ଛିଡ଼ା ହୋଇଗଲା । ମି: ହ୍ୟୁଗୋ ଆସି ଛିଡ଼ା ହେଲେ ସନ୍ଧ୍ୟା ପାଖରେ । ହଲ୍‌ ଭିତରୁ ଉଠି ଯାଇଥିବା ଲୋକଟି ତାଙ୍କ ହାତକୁ ବଢ଼େଇ ଦେଲା ଶପଥ ପତ୍ରଟା ତା’ର ଗୋଟାଏ ଅବିକଳ ନକଲ ମଧ୍ୟ ବଢ଼ଇ ଦେଲା ସନ୍ଧ୍ୟା ହାତକୁ । ନୀରବରେ ସେଇଠି ସେ ଛିଡ଼ା ହୋଇ ରହିଲା ।

 

‘‘ମିସ୍‌ ସନ୍ଧ୍ୟା ଦେବୀ !’’

 

ସମ୍ୱୋଧନ କରି କହିଲେ ମି: ହ୍ୟୁଗୋ ରିଚାର୍ଡ଼–

‘‘ଆପଣ ମୋ’ ସାଙ୍ଗେ କଣ୍ଠ ମିଳେଇ ଶପଥ ପାଠ କରିବେ, ବୁଝିଲେ ?’’

‘‘ହଁ ସାର୍‌ ।’’

ସଂକ୍ଷିପ୍ତରେ ଉତ୍ତର ଦେଲା ସନ୍ଧ୍ୟା । ମି: ହ୍ୟୁଗୋ ରିଚାର୍ଡ଼ ଜଣେ ଆମେରିକାନ୍‌ ସଭ୍ୟହୋଇ ସ୍ପଷ୍ଟ ଓଡ଼ିଆ କହିପାରୁଥିବା ଦେଖି ତା’ର ଆଶ୍ଚର୍ଯ୍ୟର ସୀମା ରହିଲାନି । ସେ ବଲବଲ କରି କେବଳ ଚାହିଁ ରହିଥିଲା ତାଙ୍କୁ ।

‘‘ବର୍ତ୍ତମାନ ଆପଣ ପ୍ରସ୍ତୁତ ହୋଇଯାନ୍ତୁ ସନ୍ଧ୍ୟା ଦେବୀ ।’’

‘‘ମୁଁ ପ୍ରସ୍ତୁତ ଅଛି ସାର୍‌ ।’’

ସମସ୍ତେ ଛିଡ଼ା ହୋଇଗଲେ । ମି: ହ୍ୟୁଗୋ ରିଚାର୍ଡ଼ ସାଙ୍ଗେ ସାଙ୍ଗେ ଆରମ୍ଭ କଲେ ଶପଥ ପାଠ ଉତ୍ସବ । ତାଙ୍କ ସାଙ୍ଗେ କଣ୍ଠ ମିଳେଇ ଶପଥ ପାଠକରି ଚାଲିଥିଲା ସନ୍ଧ୍ୟା । ମି: ହ୍ୟୁଗୋ ପାଠ କରି ଚାଲିଥିଲେ–

ମୁଁ ମା’ କାଳୀଙ୍କ ନାମରେ ଶପଥ କରି କହୁଅଛି ଯେ ମୁଁ ମୋର ପଞ୍ଚାତ୍ମାକୁ ସାକ୍ଷୀ ରଖି ଆଜିଠାରୁ ଏ’ ଦଳର ଜଣେ ପୂର୍ଣ୍ଣାଙ୍ଗ ସଭ୍ୟା ହେଲି । ଏ’ ଦଳର ମୁଖ୍ୟକର୍ତ୍ତାଙ୍କ ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା ସାଙ୍ଗେ ସାଙ୍ଗେ ଦଳର ସମସ୍ତ ଗୋପନୀୟତା ରକ୍ଷା କରିବାପାଇଁ ପ୍ରତି ମୁହୂର୍ତ୍ତରେ ସଜାଗ ଆଉ ସଚେଷ୍ଟ ରହିବି । ଏଥିରୁ ତିଳେମାତ୍ର ବ୍ୟତିକ୍ରମ ହେଲେ ମା’ କାଳୀ ଯାହା ଦଣ୍ଡ ଦେବେ ହସି ହସି ସଯ୍ୟ କରିନେବି ।’’

କରତାଳିରେ ହଲ୍‍ଟି ଫାଟି ପଡ଼ିଲା ।

‘‘ବେଶ୍‌ ତଳେ ଦସ୍ତଖତ କରି ଦିଅନ୍ତୁ ।’’

କହିଲେ ମି: ହ୍ୟୁଗୋ ରିଚାର୍ଡ଼ ।

ସନ୍ଧ୍ୟା କୌଣସି ବାକ୍ୟବ୍ୟୟ ନକରି ଶପଥ ପତ୍ରରେ ଦସ୍ତଖତ କରିଦେଲା । ଯୁବକଟି ଶପଥ ପତ୍ର ଦୁଇଟି ଧରି ପେଣ୍ଡାଲ ଉପୁର ଆସି ବସିଗଲା ନିଜ ଆସନ ଉପରେ । ମି: ହ୍ୟୁଗୋ ଆଉ ସନ୍ଧ୍ୟା ମଧ୍ୟ ନିଜ ନିଜ ଆସନରେ ପୂର୍ବବତ୍‌ ବସିଗଲେ । ଭାରତୀୟ ଲୋକଟି ଉଠି ପଡ଼ି କହିଲେ–

‘‘ମ୍ୟାନେଜର କୁମାର ଅମରେଶ ରାୟ !’’

କୁମାର ରାୟ ସାଙ୍ଗେ ସାଙ୍ଗେ ଉଠି ଛିଡ଼ା ହୋଇଗଲେ ।

‘‘ବର୍ତ୍ତମାନ ତୁମେ ସନ୍ଧ୍ୟା ଦେବୀଙ୍କି ନେଇ ରେଡ଼୍‌ ହାଉସ୍‌କୁ ଯାଅ । ଆଜିତ ଖୁସି ଆନନ୍ଦର ଦିନ । ନାଚି ଗାଇ ଖାଇ ପି’ ମଉଜମଜଲିସ କରିବା ହଉଚି ବର୍ତ୍ତମାନ ଆମର ଲକ୍ଷ୍ୟ । ସଭା ଭଙ୍ଗ ହେଲା । ପେଣ୍ଡାଲ ଉପରେ ଥିବା ଏଗାର ଜଣ ସଭ୍ୟ ଯେଉଁ ରାସ୍ତା ଦେଇ ଆସିଥିଲେ, ସେଇବାଟେ ଚାଲିଗଲେ । ସେମାନେ ଯିବାପରେ ଆଖି ପିଛଳାରେ ହଲ୍‍ଟି ଖାଲି ହୋଇଗଲା । କେବଳ ସେଇ ହଲ୍‍ ଭିତରେ ରହିଯାଇଥିଲେ ସନ୍ଧ୍ୟା, ମିନତି ଆଉ କୁମାର ଅମରେଶ ରାୟ ।

 

‘‘ଚାଲନ୍ତୁ ସନ୍ଧ୍ୟା ଦେବୀ । ଏଥର ଆମେ ଯିବା ।’’

 

‘‘କୁଆଡ଼େ ?’’

 

କୁମାର ରାୟଙ୍କ ସମ୍ୱୋଧନଦ୍ୱାରା ସାମାନ୍ୟ ଚମକିଲା ପରି ହୋଇ ପ୍ରଶ୍ନକଲା ସନ୍ଧ୍ୟା ।

 

‘‘ରେଡ଼୍ ହାଉସ୍‍କୁ । ବର୍ତ୍ତମାନ ସେଠି ନାଚଗୀତ ଖିଆପିଆ ମଉଜମଜଲିସ ଚାଲିବ । ସେଇଠି ପହଞ୍ଚିଲେ ଆପଣ ନିଜକୁ ଭୁଲିଯିବେ ।’’

 

‘‘ଚାଲନ୍ତୁ ।’’

 

ତିନିଜଣଯାକ ବାହାରି ଆସିଲେ ହଲ୍ ଭିତରୁ । ଆଗେଇ ଚାଲିଲେ ରେଡ଼୍‍ ହାଉସ୍‌ ଅଭିମୁଖରେ ।

 

ରେଡ଼୍‌ ହାଉସ୍‌....

 

ଦଳର ଆମୋଦ ପ୍ରମୋଦ କକ୍ଷ । ଏହି କକ୍ଷରେ କେବଳ ଏ’ଦଳର ପରିଚାଳକ ବୃନ୍ଦହିଁ ଆମୋଦ ପ୍ରମୋଦ କରିବାର ନିୟମ ଅଛି, ଅନ୍ୟମାନଙ୍କ ପାଇଁ ଅନ୍ୟ ବନ୍ଦୋବସ୍ତ । ଏ’ଦଳର ଏଗାର ଜଣ ପରିଚାଳକ ଆସି ନିଜ ମନଇଚ୍ଛା ଏଠି ଆମୋଦ ପ୍ରମୋଦ କରନ୍ତି ।

 

ଆମୋଦ ପ୍ରମୋଦ !

 

ମନୋରଞ୍ଜନ !

 

ଏହାର ପ୍ରକୃତ ଅର୍ଥ ହେଲା କାମିନୀ କାଞ୍ଚନ ହରଣ ଆଉ ତା’ ସାଙ୍ଗକୁ ଅତ୍ୟଧିକ ସୁରାପାନ । ନାଚ-ଗୀତ ବାଦ୍ୟ ଭିତରେ ସୁରାପାନ ପରେ ପରେ କୋମାଳୀଙ୍ଗୀ ଯୁବତୀଗଣଙ୍କ ଲୋଭିଲା ମାଂସାଳ ଶରୀର ସାଙ୍ଗରେ ଶରୀର ମିଶେଇ ରକ୍‌-ଏନ୍‌-ବେଲ୍‌ ନୃତ୍ୟ କରିବା । ବେଳେବେଳେ ଆମ କଳାହାଣ୍ଡି ତଥା କୋରାପୁଟର ନିବିଡ଼ ବଣ ଜଙ୍ଗଲ ଭିତରୁ ଅକ୍ଷତ ଯୌବନା ଯୁବତୀଙ୍କି ଆଣି ସେମାନଙ୍କୁ ଖୁବ୍‌ ହାଣ୍ଡିଆ ପିଆଇ ଦେଇ ମନମୁତାବକ ନଚାନ୍ତି–ନାଚି ନାଚି ସେମାନେ ସେଇ ପୁରୁଷ ଯୁବକଙ୍କ ମନ ଭିତରେ ଠୁଳ କରି ଦିଅନ୍ତି ଯୌବନୋଚିତ ଚରମ ଉତ୍ତେଜନା । ତା’ପରେ ହଠାତ ବନ୍ଦ ହୋଇଯାଏ ନାଚ-ଗୀତ । ଲାଇଟ୍‌ ଅପ୍‌ କରି ଦିଅନ୍ତି । ସେଇ ଅନ୍ଧକାର ଭିତରେ ସେଇ ଏଗାରଜଣ ସଭ୍ୟ ପିଏ ଯାହାକୁ ପାରିଲା ନିଜର ସୁଦୃଢ଼ ବାହୁବନ୍ଧନ ଭିତରେ ଜଡ଼ାଇ ଧରି ଟେକିନେଇ ଚାଲିଯାନ୍ତି ନିଜ ନିଜର ଶୟନ କକ୍ଷକୁ । ରାକ୍ଷସ ଭଳି ରାତିଯାକ ନୀରିହା ବାଳିକାର ଯୌବନ ରସକୁ ମନଭରି ଉପଭୋଗ କରନ୍ତି । ସକାଳ ପାଇଗଲେ ସେମାନେ ହୁଅନ୍ତି ଅଭୋଗ୍ୟା ।

 

ତା’ପରେ ସେଇ ଅଭୋଗ୍ୟା ଯୁବତୀଗଣଙ୍କୁ ବାଧ୍ୟତା ସହକାରେ ନିଜ ଦଳ ଭିତରେ ସାମିଲ କରି ଦିଆଯାଏ । ଯେଉଁମାନେ ସେଇ ଦଳରେ ରହିବାକୁ ଇଚ୍ଛା କରନ୍ତିନି ସେମାନଙ୍କୁ ଅଚେତ କରି ତାଙ୍କ ବର୍ତ୍ତୁଳ ଶରୀର ଭିତରୁ ରକ୍ତ କାଢ଼ି ନିଆଯାଏ । ଫଳରେ ସେମାନେ ସେମିତି ଅଚେତନ ଅବସ୍ଥାରେ ଇହଲୀଳା ସମ୍ୱରଣ କରନ୍ତି ।

 

ଆଉ ଯେଉଁମାନେ ଦଳରେ ରହିବାକୁ ସହଜରେ ରାଜି ହୋଇଯାନ୍ତି ସେମାନଙ୍କୁ ଆବଶ୍ୟକ ଶିକ୍ଷାଦେଇ ପୂରାପୂରି ଆଧୁନିକ ରୁଚି ସମ୍ପନ୍ନାରେ ପରିଣତ କରି ଦିଆଯାଏ । ମିନତି ଆଉ ସାଙ୍କେତିକା ଏପରି ଭାବରେ ଏ’ ଦଳର ସଭ୍ୟରୂପେ ବହୁବର୍ଷ ହେଲା ରହିଆସିଚନ୍ତି । ଏପରି ନାରୀ ସଭ୍ୟା ବର୍ତ୍ତମାନ ସେଇ ଦଳରେ ଥିଲେ ଏକସ୍ତରି । ବାକି ସବୁଥିଲେ ଶିକ୍ଷିତା । ସଭ୍ୟତାର ପ୍ରଚ୍ଛନ୍ନ ଆଲୋକ ଭିତରୁ ସେମାନଙ୍କୁ ସାଉଁଟି ଅଣା ଯାଇଥିଲା ।

 

ଦଳ ଭିତରେ ସବୁବେଳେ, ଇଚ୍ଛାନୁଯାୟୀ ନାରୀ ଧରଣ ତଥା ସୁରାପାନ ଥିଲା ପୂରାପୂରି ବେଆଇନ୍‌ ସପ୍ତାହକୁ ମାତ୍ର ଥରେ, ରବିବାର ଦିନ ସମସ୍ତେ ନିଜ ଇଚ୍ଛାନୁସାରେ ସୁରାପାନ ଆଉ ନାରୀଧର୍ଷଣ କରିପାରୁଥିଲେ । ତା’ଛଡ଼ା ଦଳର କୌଣସି ଏକ ଗୁରୁତର କାମକୁ ଅତି ସୁରୁଖୁରୁରେ ସମ୍ପାଦିତ କରି ଫେରି ଆସିଥିବ । କୌଣସି ସଭ୍ୟ କିମ୍ୱା ସଭ୍ୟାଙ୍କୁ ସେ ଦିନପାଇଁକ ଆନନ୍ଦ ଉପଭୋଗ କରିବାପାଇଁ ସ୍ୱତନ୍ତ୍ରରୂପେ ଅନୁମତି ଦିଆଯାଉଥିଲା ।

 

ସଭ୍ୟ କିମ୍ୱା ସଭ୍ୟା ନିଜ ନିଜର ଇଚ୍ଛା ମୁତାବକ ସେ ଦିନକପାଇଁ ନାରୀ କିମ୍ୱା ପୁରୁଷ ସାଥୀଟିଏ ବାଛିନେଇ ସୁରାପାନ ସହ ମନ ଆନନ୍ଦରେ ରତିକ୍ରୀଡ଼ା କରି ରାତିଟି ପୁହାଇ ଦଉଥିଲେ-

 

କୁମାର ରାୟ, ମିନତି ଓ ସନ୍ଧ୍ୟା ଆସି ପହଞ୍ଚିଲେ ରେଡ଼୍‌ ହାଉସ୍‌ର ଦରଜା ନିକଟରେ । ଦରଜା ଉପରେ ଲାଲ ବିଜୁଳି ଆଲୋକରେ ସୁସ୍ପଷ୍ଟ ହୋଇ ଦମକି ଉଠୁଥିଲା କେତୋଟି ବାକ୍ୟ–

 

ରେଡ଼୍‌ ହାଉସ୍‌ରେ ଆଜି–

 

‘‘ଆଦିବାସୀ ନଗ୍ନ ନୃତ୍ୟ’’

 

ହାଉସ୍‌ ଭିତରୁ ଶୁଣା ଯାଉଥିଲା କେତୋଟି ଆଦିବାସୀ ବାଜାର ମନ୍ଦ୍ରଧ୍ୱନି–ତାବ, ରାମତାଳି, ଢୋଲ ଆଉ ବଂଶୀର ମନ୍ଦ୍ରସ୍ୱନ । ମନକୁ ଟାଣି ନଉଥିଲା । ହୃଦୟକୁ କିଣି ନଉଥିଲା । କ୍ଷଣିକପାଇଁ ସମ୍ମିଳିତ ବାଦ୍ୟଯନ୍ତ୍ରଗୁଡ଼ିକର ସାନ୍ଦ୍ରସ୍ୱନ ନିଜତ୍ୱକୁ ଭୁଲାଇ ଦଉଥିଲା ।

 

ହଠାତ ଦରଜା ପାଖରେ ଅଟକି ଗଲା ସନ୍ଧ୍ୟା । ‘‘ଆଦିବାସୀ ନଗ୍ନ ନୃତ୍ୟ’’ ଉପରେ ତା’ର ଦୃଷ୍ଟି ପଡ଼ିବାକ୍ଷଣି ସେ ସାଙ୍ଗେ ସାଙ୍ଗେ ପଚାରିଲା କୁମାର ରାୟଙ୍କୁ ‘‘ଆଦିବାସୀ ନଗ୍ନ ନୃତ୍ୟ କ’ଣ କୁମାରବାବୁ ?

 

କୁମାର ଅମରେଶ ରାୟ ତାକୁ କୌଣସି ଉତ୍ତର ଦେଲେନି । କେବଳ କେମିତି ଏକ ଆଶାୟୀ ଦୃଷ୍ଟିରେ ତା’ର ସରସ ମୁଖମଣ୍ଡଳ ସୌନ୍ଦର୍ଯ୍ୟକୁ ଲକ୍ଷ୍ୟକରି କହିଲେ–

 

ଆପଣ ଆଗ ଭିତରକୁ ଆସନ୍ତୁ ସନ୍ଧ୍ୟା ଦେବୀ । ସେଠିକି ଗଲେ ସବୁକଥା ବୁଝିଯିବେନି-।’’

 

କହୁ କହୁ ଦରଜାର ପରଦାଟା ଆଡ଼େଇ ରେଡ଼୍‌ ହାଉସ୍‌ ଭିତରକୁ ପଶିଗଲେ କୁମାର ରାୟ । ସନ୍ଧ୍ୟା ବଡ଼ ଦ୍ୱିବିଧାରେ ପଡ଼ିଗଲା । ଯିବକି ନାହିଁ ଭାବିଲାବେଳେ ପଛରୁ କହିଲା ମିନତି–‘ଆଉ ଏତେ ଭାବୁଚ କ’ଣମ ଦିଦି ? ଏଥର ଚାଲ ଭିତରକୁ ।

 

‘‘ଭିତରକୁ ଯିବାପାଇଁ କେଜାଣି କାହିଁକି ମୋର ସାହସ ପାଉନି ମିନତି ।’’

 

ମିନତି ଉପରେ କିମିତି ଏକ ଅସହାୟ ଦୃଷ୍ଟି ହାଣି କହିଲା ସନ୍ଧ୍ୟା ।

 

‘‘ଯେମିତି ହେଲେବି ସେଠିକି ଯିବାକୁହିଁ ହବ ଦିଦି–’’ସହାନୁଭୂତି ଭିଜା ଗଳାରେ କହିଲା ମିନତି–‘‘ନଗଲେ ଯେ ତୁମକୁ ବଡ଼ ଅଶୋଭନୀୟ ପରିସ୍ଥିତିର ସମ୍ମୁଖୀନ ହବାକୁ ପଡ଼ିବ ଦିଦି ।’’

 

‘‘କାହିଁକି ?’’

 

ସେ କଥା ବୁଝେଇ କହିବାକୁ ବର୍ତ୍ତମାନ ସମୟ ନାହିଁ । ପରେ କହିବି । କିନ୍ତୁ ସେଠିକି ବର୍ତ୍ତମାନ ଯିବାର ତମର କିଛି କ୍ଷତି ହବନି ।’’

 

ଠିକ୍‌ ଏଇ ସମୟରେ ଭିତରୁ ଡାକ ଶୁଣାଗଲା କୁମାର ଅମରେଶ ରାୟଙ୍କର–

 

‘‘ଆସନ୍ତୁ ସନ୍ଧ୍ୟା ଦେବୀ । ଆଉ ଡେରି କରୁଚନ୍ତି କାହିଁକି ?’’

 

ଦରଜା ଦେହରେ ଲାଗିଥିବା ହ୍ୟାଣ୍ଡଲୁମ୍‌ ପରଦା ଆଡ଼େଇ ସନ୍ଧ୍ୟା ଆଉ ମିନତି ପଶିଗଲା ରେଡ଼୍‌ ହାଉସ୍‌ ଭିତରକୁ ।

 

ସେମିତି ଆଦିବାସୀ ବାଜାଗୁଡ଼ିକ ଏକାଠି ହୋଇ ବାଜୁଥିଲା ।

 

ନାରୀ ପୁରୁଷର ସମବେତ କଣ୍ଠରେ ଶୁଣା ଯାଉଥିଲା ଆଦିବାସୀ ଭାଷାର ଗୀତ–କେଜାଣି କେଉଁଠୁ ?

 

ଘର ଭିତରେ ପାଦ ଦଉ ଦଉ ପ୍ରଥମେ ସନ୍ଧ୍ୟାର ଦୃଷ୍ଟି ପଡ଼ିଲା ନୃତ୍ୟରତା ସେଇ କେତୋଟି ଆଦିବାସୀ ଯୁବତୀଙ୍କ ଉପରେ । ଇସ କି ବୀଭତ୍ସ ଦୃଶ୍ୟ । ସେମାନଙ୍କ ଆପାଦମସ୍ତକ ଏକବାରିକେ ଉଲଗ୍ନ । ଏଗାରଟିଯାକ ରମଣୀ ପ୍ରାୟ ସମବୟସୀ କହିଲେ ଚଳେ । ସେମାନଙ୍କ ବୟସ ଥିଲା ଏଇ ଚଉଦ ପନ୍ଦର ଭିତରେ । ସମସ୍ତଙ୍କ ଉଚ୍ଚତା ପ୍ରାୟ ସମାନ । ନବଯୌବନା ସମସ୍ତେ । ମୁଣ୍ଡକୁ ଅତି ଚିକ୍କଣ କରି କୁଣ୍ଡେଇ ବାଁ ଆଡ଼କୁ ସମସ୍ତେ ବାନ୍ଧିଥାନ୍ତି ଗୋଟାଏ ଗୋଟାଏ ବିରାଟ୍ ଢାଳିଆ ଖୋସା । ଖୋସା ଉପରେ ସଜ ଫୁଟନ୍ତା କୁରେଇ ଫୁଲର ଆସର । କୁରେଇ ଫୁଲର ମହମହ ବାସନାରେ ମନଟା କ୍ଷଣିକ ସକାଶେ ଉତ୍ତେଜିତ ହୋଇ ଉଠୁଥିଲା ଯେମିତି ।

 

ଏଗାର ଜଣ ସମବୟସୀ ଆଦିବାସୀ ଯୁବତୀ । ସମସ୍ତଙ୍କ ବର୍ଣ୍ଣ ପ୍ରାୟସମାନ...ଶ୍ୟାମଳ ବର୍ଣ୍ଣି । ବେକରେ ଛୋଟ ଛୋଟ ନାଲି ପୋହଳାର ମାଳି । ଶରୀରଯାକ ଅସଂଖ୍ୟ ବନା କୁଟା ହେଇଥାଏ । (ବିନା କୁଟେଇ ହବା ଏ’ ଅଞ୍ଚଳ ଆଦିବାସୀ ରମଣୀମାନଙ୍କର ଏକପ୍ରକାର ସଉକୀ । ଯୌବନର ପହିଲି ପରଶରେ ସେମାନେ ସବୁ ଗୋଟାଏ ଲୁହା କଣ୍ଟା ସାହାଯ୍ୟରେ ଏକପ୍ରକାର କାଳି ମଡ଼େଇ ଦେହସାରା ନାନାପ୍ରକାରର ଚିତା କୁଟେଇ ହୁଅନ୍ତି ।)

 

ରବରର ଛୋଟ ଛୋଟ ନାଲି ପେଣ୍ଡୁ ଭଳି ସେମାନଙ୍କ ବକ୍ଷରେ ଶୋଭା ପାଉଥାଏ ଅମର୍ଦ୍ଦିତ ଉରଜର ଦୁଇଟି ଲେଖାଏଁ ମାଂସାଳ ଆକୃତି । ଦେହକୁଦେହ ଲଗାଲଗି ହୋଇ ହାତକୁହାତ ଛନ୍ଦାଛନ୍ଦି ହେଇ ସେମାନେ ନାଚି ଚାଲିଥାନ୍ତି ।

 

ହାଣ୍ଡିଆ ନିଶାରେ ମତୁଆଲା ହେଇ, ଯୌବନ ନିଶାରେ ଉନ୍ମତ୍ତ ହେଇ ସେମାନେ ସମ୍ପୂର୍ଣ୍ଣରୂପେ ଭୁଲି ଯାଇଥାନ୍ତି ନିଜତ୍ୱକୁ...ନାରୀ ସୁଲଭ ଲଜ୍ଜା ସଙ୍କୋଚକୁ । ସେମାନଙ୍କ ସାମ୍ନାରେ, ଗଦି ଉପରେ ବସିଥାନ୍ତି ଏ’ ଦଳର ଏଗାର ଜଣ ପରିଚାଳକ । ବିଭିନ୍ନ ଦେଶର ଭିନ୍ନ ଭିନ୍ନ ଭାଷାର-। ମଝିରେ ଥୁଆ ହୋଇଥାଏ ଅସଂଖ୍ୟ ବିଦେଶୀ ମଦ ବୋତଲ, କେତୋଟି କାଚ ଗ୍ଳାସ୍‌ । ଏକ ବିରାଟ୍ ପରାତ ଥାଳିରେ ଭର୍ତ୍ତିହୋଇ ସମସ୍ତଙ୍କ ମଝିରେ ଥାଏ ମାଂସ ଭଜା, ଅଣ୍ଡା ଆମଲେଟ୍‌ ଆଦି-

 

କେତୋଟି ବିଦେଶୀ ମଦ ବୋତଲ ନିଜକୁ ଶୂନ୍ୟ ଆଉ ଫାକା କରିଦେଇ ଅସହାୟ ଅବସ୍ଥାରେ ତଳେ ପଡ଼ି ପଡ଼ି ଯାଉଥାନ୍ତି । ସମସ୍ତେ ପ୍ରାୟ ମଦ ଆଉ ଯୌବନର ନିଶାର ଚରମ ସୀମାରେ ପହଞ୍ଚି ଯାଇଥାନ୍ତି । କାହାରି ହୋସ୍‌ ହବାସ୍‌ର ଠିକ୍‌ଠିକଣା ନଥାଏ ।

 

ସେଇ ରେଡ଼୍ ହାଉସ୍ ଭିତରେ ଥାନ୍ତି ଏଗାର ଜଣ ପୁରୁଷ ଆଉ ଏଗାର ଜଣ ଯୁବତୀ । ବେଶ୍‌ ସେତିକି ମାତ୍ର । ବାଜା ଆଉ ଗୀତର ମୂର୍ଛନା କେଜାଣି କେଉଁଠି ଭାସି ଆସୁଥାଏ ଜାଣିବା ମୁସ୍କିଲ । କିନ୍ତୁ ଅତି ପାଖରେ ଶୁଣା ଯାଉଥାଏ । ହଠାତ ଆଦିବାସୀ ଯୁବତୀଗଣ ନାଚି ନାଚି ଲାଗିଗଲେ ସେଇ ଏଗାର ଜଣ ସଭ୍ୟଙ୍କ ପାଖକୁ । ସେଥିରୁ ଜଣେ ସଭ୍ୟ ହାତ ବଢ଼େଇ ଟାଣିନେଲା ଯୁବତୀକୁ । ଦୃଢ଼ ଆଲିଙ୍ଗନ ଭିତରେ ତାକୁ ନିଜ କୋଳ ଉପରେ ଶୁଆଇ ତା’ର ଆରକ୍ତ ଓଠର ପ୍ରାନ୍ତରେ ଆଙ୍କି ଦେଇଗଲେ ଚୁମ୍ୱନ ଉପରେ ଚୁମ୍ୱନ ।

 

ହଠାତ ସନ୍ଧ୍ୟାର ଆଖି ଯୋଡ଼ିକ ବୁଜି ହୋଇଗଲା । ସେଇ ଆଖି ବୁଜି ହୋଇଯିବା ସମୟ ଭିତରେ ସେ ଶୁଣି ପାରିଲା ବିପୁଳ କରତାଳି ଆଉ ତା’ ସାଙ୍ଗକୁ କେତୋଟି ଶବ୍ଦ–‘‘ବାଃ....ବାଃ... ଭେରି ନାଇସ୍‌...ଭେରି ନାଇସ୍‌ ।’’

 

ଗୀତ ବୋଲୁଥିଲେ ।

 

ନାଚ ଚାଲିଥିଲା ।

 

ସୁରା ପିଉଥିଲେ ।

 

କିଛି ସମୟ ଆଖି ବୁଜି ଛିଡ଼ାହେଇ ରହିଲା ପରେ ହଠାତ ଆଖି ଫିଟେଇ ଚାହିଁଲା ସନ୍ଧ୍ୟା । ଦେଖିଲା ଉକ୍ତ ଯୁବତୀଟି ଆଉ ଉକ୍ତ ପୁରୁଷର ବାହୁବନ୍ଧନ ଭିତର ନଥିଲା । କୁମାର ରାୟ ଆଉ ମିନତି ଉଦ୍ଦେଶ୍ୟରେ ଆଖି ବୁଲେଇଲା । ଦେଖିଲା ସେମାନେ ମଧ୍ୟ ନଥିଲେ ସେଇ ରେଡ଼୍‌ ହାଉସ୍‌ ଭିତରେ । ଆଉ ମୁହୂର୍ତ୍ତକ ପାଇଁ ମଧ୍ୟ ସେଠି ରହିବାକୁ ତା’ର ଇଚ୍ଛା ହେଲାନି । କିନ୍ତୁ ସେଇଠୁ ଚାଲି ଆସିବାକୁ ତା’ର ସାହସ ପାଉ ନଥିଲା । କାଳେ କିଏ ଯଦି କିଛି କହିଦିଏ....

 

ସନ୍ଧ୍ୟାର ବିବେକ ପୁଣି ଥରକପାଇଁ ଯେମିତି ଚିତ୍କାର କରି କହି ଉଠିଲା–‘‘ଯାହା ହବ ପରେ ଦେଖାଯିବ । କିନ୍ତୁ ପ୍ରଥମେ ତୁ ଏଠୁ ଚାଲିଯା’ । ଜଣେ ନାରୀହୋଇ ତୁ ଏ’ ବୀଭତ୍ସ ନଗ୍ନ ଦୃଶ୍ୟ ଦେଖିବା ଅପେକ୍ଷା ବରଂ ମରିଯିବା ଶତଗୁଣରେ ଶ୍ରେୟସ୍କର ।’’

 

ସନ୍ଧ୍ୟା ଆଉ ସେଇଠି ଛିଡ଼ାହୋଇ ରହିପାରିଲାନି । ପୁଣି ତା’ର ମନେହେଲା ଯେମିତି ତା’ର ଉପସ୍ଥିତି ପ୍ରତି କାହାର ଲକ୍ଷ୍ୟ ନାହିଁ । ଆଉ ତା’ର ବା ସେଠି ରହି ଲାଭ କ’ଣ ? ଅଧିକରେ ମାନସିକ ଯନ୍ତ୍ରଣା ସହ୍ୟ କରିବା ସିନା ସାର ହବ ।

 

ସେ ଝଡ଼ବେଗରେ ଘରୁ ଚାଲି ଆସିଲା ବାହାରକୁ । ଯେଉଁ ବାଟ ଦେଇ ଆସିଥିଲା ସେଇ ବାଟରେ ସେ କ୍ଷିପ୍ରଗତିରେ ଆଗେଇ ଯିବାକୁ ଲାଗିଲା । କିଛି ସମୟ ଧରି କିଛି ବାଟ ଗଲାପରେ–

 

‘‘ଏ’ କ’ଣ ? ତମେ ଚାଲିଆସିଲ କିମିତି ଦିଦି ?’’

 

ମିନତିର ଅପ୍ରତ୍ୟାଶିତ ପ୍ରଶ୍ନ ଶୁଣି ପ୍ରଥମେ ସନ୍ଧ୍ୟାର ବୁକୁତଳେ ବାଜିଲା ଚମକ । ତା’ପରେ ମିନତିକୁ ପାଖରେ ପାଇ ସେ ପ୍ରକୃତିସ୍ଥ ହେଇ ପଚାରିଲା–

 

‘‘ମତେ ସେଠିକି କାହିଁକି ନେଇଥିଲ ମିନତି ?’’

 

କଥା କହିଲାବେଳେ ତା’ର ନିଃଶ୍ୱାସପ୍ରଶ୍ୱାସ ଯେମିତି ଫୁଲି ଫୁଲି ଉଠୁଥିଲା ।

 

‘‘ଏଠି ସେ ସବୁକଥା ଖୋଲି କହିବା ଭଲ ହବନି ଦିଦି–’’ଆଶ୍ୱାସିତ କଣ୍ଠରେ କହିଲା ମିନତି–‘‘ଚାଲ, ତମ ରୁମ୍‌ରେ ବସି ମୁଁ ସବୁକଥା ତୁମକୁ ଖୋଲି କହିବି ।’’

 

‘‘ଚାଲ ତେବେ ।’’

 

ଦୁହେଁ ଆଗେଇ ଚାଲିଲେ ।

 

‘‘କୁମାର ରାୟ ଗଲେ କୁଆଡ଼େ ?’’

 

‘‘ଜଣେ ମହିଳା ବନ୍ଧୁଙ୍କୁ ସାଙ୍ଗରେ ଧରି ଆଜି ରାତିଟା ମଉଜମଜଲିସରେ କଟେଇ ଦବାକୁ ସେ କେତେବେଳୁ ଚାଲିଗଲେଣି ଦିଦି ।’’

 

‘‘ତତେ ନେଲେନି ସାଙ୍ଗରେ ?’’

 

‘‘ମୋର ତାଙ୍କର ପଡ଼େନି ?’’

 

‘‘ଆଉ କାହା ସାଙ୍ଗେ ପଡ଼େ ତୋର ?’’

 

ମିନତିର ମନ କଥାଟା ଜାଣିବାପାଇଁ କ୍ରମେ କ୍ରମେ ସନ୍ଧ୍ୟାର ଆଗ୍ରହଟା ବଢ଼ୁଥିଲା ଯେମିତି ।

 

‘‘ମୋର ଯାହା ସାଙ୍ଗେ ପଡ଼େ ସେ ଆଜି ଏଠି ନାହାନ୍ତି ।’’

 

‘‘କୁଆଡ଼େ ଯାଇଚନ୍ତି ?

 

‘‘ନିଜର କର୍ତ୍ତବ୍ୟ ସାଧନରେ ।’’

 

‘‘ଆଜିକ ନ ଯାଇଥିଲେ କ’ଣ ହେଇ ନଥାନ୍ତା ?’’

 

ସମବେଦନଶୀଳ କଣ୍ଠରେ କହିଲା ସନ୍ଧ୍ୟା ।

 

‘‘କେମିତିକା କଥା ତମେ କହୁଚମ’ ଦିଦି–’’

 

ଲାଜରେ ସାମାନ୍ୟ ଝାଉଁଳି ପଡ଼ି କହିଲା ମିନତି–

 

‘‘ମୁଖ୍ୟକର୍ତ୍ତାଙ୍କ ଆଦେଶକୁ ଅମାନ୍ୟ କରିବାପାଇଁ ଏ’ଦଳ ଭିତରେ ସାହସ କାହାର ଅଛି ମତେ କହିଲ ।’’

 

‘‘ମୁଖ୍ୟକର୍ତ୍ତା କି ଆଦେଶ ଦେଇଛନ୍ତି କି ?’’

 

‘‘ମୁଁ କହି ପାରିବିନି ।’’

 

ତା’ପରେ ଦୁହେଁ ନୀରବ’’ ।

 

ରାତି ଧୀରେ ଧୀରେ ବଢ଼ି ଚାଲିଥିଲା ।

 

ସେତେବେଳକୁ ଲିଫ୍‍ଟ ପାଖରେ ଆସି ଦୁହେଁ ପହଞ୍ଚି ସାରିଥିଲେ ।

 

‘‘ସାର୍‌’’ !

 

ହଠାତ ଚିତ୍କାର କରି ଉଠିଲେ ସ୍ୱଚ୍ଛସଲିଳବାବୁ । ତାଙ୍କର ଚିତ୍କାରଫଳରେ ସମସ୍ତଙ୍କର ଧ୍ୟାନ ହଠାତ ତାଙ୍କ ଆଡ଼କୁ ଆକୃଷ୍ଟ ହେଲା ।

 

‘‘କ’ଣ ହେଲା ସ୍ୱଚ୍ଛସଲିଳବାବୁ ?’’

 

ସନିଚାଧ କଣ୍ଠରେ ପ୍ରଶ୍ନ କଲେ ଡ଼ି. ଏସ୍‌. ପି. ଶ୍ରୀହରିବାବୁ ।

 

‘‘ସାର୍‌ ! କେହି ଜଣେ ଜିଅନ୍ତା ପୋଡ଼ି ଯାଇଚି ।’’

 

‘‘ଏଁ’ କ’ଣ କହୁଚନ୍ତି ଆପଣ ?’’

 

କହୁ କହୁ ଶ୍ରୀହରୀବାବୁ କ୍ଷିପ୍ର ପଦକ୍ଷେପରେ ଧାଇଁ ଆସିଲେ ସ୍ୱଚ୍ଛସଲିଳବାବୁଙ୍କ ପାଖକୁ-। ତାଙ୍କ ପଛେ ପଛେ ଏସ୍‌. ଆଇ, ଧନପତିବାବୁଙ୍କ ସମେତ ଅନ୍ୟ କେତୋଟି ପୁଲିସ କର୍ମଚାରୀ ମଧ୍ୟ ଧାଇଁଆସି ସ୍ୱଚ୍ଛସଲିଳବାବୁ ପାଖରେ ପହଞ୍ଚିଗଲେ ।

 

‘‘ଏଇ ଦେଖନ୍ତୁ ସାର୍‌ ।’’

 

ପାଉଁଶ ଗଦା ଭିତରୁ ସ୍ପଷ୍ଟରୂପେ ଦେଖାଯାଉଥିବା ମଣିଷର ଦରପୋଡ଼ା ଆଣ୍ଠୁଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲେ ସ୍ୱଚ୍ଛସଲିଳବାବୁ ।

 

‘‘ଆରେ ସତେତ !

 

ଯନ୍ତ୍ରବତ୍‌ ବାହାରି ପଡ଼ିଲା ଶ୍ରୀହରିବାବୁଙ୍କ ପାଟିରୁ । ସେଇ ପୋଡ଼ା ମଣିଷର ଆଖପାଖରୁ ତଥାପି ନିଆଁର ପ୍ରକୋପଟା ପୂରାପୂରି କମି ନଥିଲା ।

 

‘‘ଏ ଏଠିକି ପାଣି ଆଣି ପକାଅ ?’’

 

ଦରପୋଡ଼ା ମଣିଷ ଆଣ୍ଠୁଟା ଦେଖାଯାଉଥିବା ଦିଗକୁ ଆଙ୍ଗୁଠି ଦେଖାଇ ଆଦେଶ ଦେଲେ ଶ୍ରୀହରିବାବୁ । ସାଙ୍ଗେ ସାଙ୍ଗେ ଦୁଇ ତିନିଜଣ କନେଷ୍ଟବଳ କେତେଜଣ ଲୋକ ପାଣି ମାଠିଆ ଧରି ସେଇ ଦିଗକୁ ଛୁଟିଗଲେ । ଚାହୁଁଚାହୁଁ ମାଠିଆ ପରେ ମାଠିଆ ପାଣି ସେଇ ନିଆଁ ଗଦା ଉପରେ ଇଡ଼ି ଯିବାକୁ ଲାଗିଲା ।

 

ହ୍ୟାରିକ୍, ମିସେସ୍‌

 

ସାଲାମା ସାହେବ, ମି: ବସ୍ତିଆ, ମିସେସ୍‌ ଡୋରା ଆଲବର୍ଟ ଓ ଟେଣ୍ଡକା ଜାନି ସମେତ ଅନ୍ୟମାନେ କିଛି ଦୂରରେ ସ୍ତବ୍ଧ ହେଇ ଛିଡ଼ା ହେଇଥିଲେ । ଶ୍ରୀହରିବାବୁ ଓ ସ୍ୱଚ୍ଛସଲିଳବାବୁ ଧୀରେ ଧୀରେ ଆସି ସେମାନଙ୍କ ପାଖରେ ପହଞ୍ଚିଲେ । ଧନପତିବାବୁ ସେଇ ଜୀବନ୍ତ ଦଗ୍‌ଧ ହେଇ ଯାଇଥିବା ଲୋକଟିର ପୋଡାଂଶ ଉଦ୍ଧାର କରିବାପାଇଁ ଜୋର୍‌ସୋର୍‌ରେ ଲାଗି ପଡ଼ିଥିଲେ ।

 

ଉତ୍କଣ୍ଠିତ ଚିତ୍ତରେ ଶହ ଶହ ଲୋକ ଚାରିଆଡ଼େ ସ୍ତବ୍ଧ ହେଇ ଛିଡ଼ା ହେଇଥିଲେ–ପୋଡ଼ି ହେଇ ମରି ଯାଇଥିବା ଲୋକଟି କିଏ ଜାଣିବାପାଇଁ ।

 

‘‘ଆପଣଙ୍କ ଅନୁମାନରେ ପୋଡ଼ି ଯାଇଥିବା ଲୋକଟି କିଏ ହେଇପାରେ ଶ୍ରୀହରିବାବୁ-?

 

ଆବେଗରେ ପଚାରି ଦେଲେ ସାଲାମା ସାହେବ । ଚାହୁଁଚାହୁଁ ସେମାନଙ୍କ ଚାରିପାଖରେ ଶହ ଶହ ଲୋକ ଆସି ଘେରିଗଲେ ।

 

‘‘ଚିହ୍ନଟ ନ ହେଲା ପର୍ଯ୍ୟନ୍ତ କିଛି କହି ହବନି ମି: ସାଲମା ସାହେବ ।’’

 

ଚିନ୍ତିତ ମନର ଉତ୍ତର ଦେଲେ ଡି: ଏସ୍‌: ପି ସାହେବ ।

 

‘‘ତଥାପି ?’’

 

‘‘ଦୁଇଜଣ ଭିତରୁ ଯିଏ ହେଲେ–ଜଣେ ହେଇଥିବ ?’’

 

‘‘ମାନେ ?’’

 

ସାଲାମା ସାହେବ ଯେମିତି କିଛି ବୁଝିପାରୁ ନଥିଲେ ।

 

‘‘ମାନେ ଆଉ କ’ଣ ? ମୃଗାଙ୍କ ନଚେତ ହନୁମାନ ପ୍ରସାଦ ଏ’ ଦି’ଜଣଙ୍କ ଭିତରୁ ଯେ କେହିବି ଜଣେ ପୋଡ଼ି ହେଇ ମରିଚି । କାରଣ ବର୍ତ୍ତମାନ ସୁଦ୍ଧା ଦୁଇଜଣଙ୍କ କୌଣସି ଖୋଜଖବର ମିଳିନି ।’’

 

‘‘ମୋର ଯେତେଦୂର ଅନୁମାନ, ବିଚରା ହନୁମାନ ପ୍ରସାଦ ନିଶ୍ଚୟ ପୋଡ଼ି ମରିଚି ।’’

 

କହିଲେ ମି: ବସ୍ତିଆ ।

 

‘‘ମୃଗାଙ୍କ କାହିଁକି ନହବ ?’’

 

ପଚାରିଲେ ସ୍ୱଚ୍ଛସଲିଳବାବୁ ।

 

‘‘କାରଣ ରାତି ସାଢ଼େ ଏକଟା ପର୍ଯ୍ୟନ୍ତ ମୃଗାଙ୍କବାବୁ ଆମ ସାଙ୍ଗରେ ଥିଲେ–ଲାଞ୍ଜିଗଡ଼ ଥାନାରେ । ଏତେ ଶୀଘ୍ର ଆସି...।’’

 

ଦେଖାଯାଉ । ଆଗ ସେଇ ପୋଡ଼ା ଶବଟାକୁ ବାହାର କରାଯାଉତ ।

 

‘‘ମୁଁ, ସହଜରେ ବୁଝିପାରୁନି ଶ୍ରୀହରିବାବୁ, କହିଲେ ସାଲାମା ସାହେବ ଦୀର୍ଘ ନିଃଶ୍ୱାସ ଛାଡ଼ି–ଏ’ ବନଶ୍ରୀ ଭବନରେ ନିଆଁ ଲଗେଇଲା କିଏ ?’’

 

‘‘ଆଉ ପ୍ରକୃତରେ ଯଦି ମୃଗାଙ୍କ ବନଶ୍ରୀ ଭବନ ସହିତ ପୋଡ଼ି ଜଳି ପାଉଁଶ ହେଇଯାଇଥାଏ, ତେବେ ଆଜିଠୁ ଏ’ ଜଙ୍ଗଲର ସମସ୍ତ ରହସ୍ୟ ଶେଷ ହେଇଗଲା ବୋଲି ଜାଣନ୍ତୁ-।’’

 

ଶ୍ରୀହରିବାବୁଙ୍କ ପାଟିରୁ କଥା ସରୁ ନ ସରୁଣୁ ଜଣେ କନେଷ୍ଟବଳ ଆସି ସଲାମ ଦେଇ କହିଲା–‘‘ସାର୍‌ ଚାଲନ୍ତୁ । ପୋଡ଼ା ଲାସ୍‌ଟା ଦେଖିବେ ।’’

 

‘‘ଚାଲ । ଆସନ୍ତୁ ମି: ସାଲାମା ସାହେବ ।’’

 

ସମସ୍ତେ ସେଇ ପୋଡ଼ା ଲାସ୍‌ଟାକୁ ଦେଖିବାପାଇଁ ଆଗେଇ ଚାଲିଲେ । ସମସ୍ତଙ୍କ ମନରେ ଚରମ ଉତ୍କଣ୍ଠା । ରହି ରହି ମନ ଭିତରେ ଉଙ୍କିମାରି ଉଠୁଥିଲା ଦୁଇଟି କଥା–କିଏ ପୋଡ଼ି ମରିଚି ? ଆଉ ପୋଡ଼ିହେଇ ମରିଥିବା ଲୋକଟି ଯଦି ମୃଗାଙ୍କ ହେଇଥାଏ ?

 

ସମସ୍ତଙ୍କ ମସ୍ତିଷ୍କ ଭିତରେ ଏଇ ଯୋଡ଼ାଏ ସମସ୍ୟା ଛଡ଼ା ଆଉ କିଛି ନଥିଲା । ଉତ୍କଣ୍ଠିତ ଚିତ୍ତରେ ସମସ୍ତେ ସେଇ ପୋଡ଼ା ଲାସ୍‌ଟାକୁ ଦେଖିବାପାଇଁ ଆଗେଇ ଚାଲିଥିଲେ । ହଠାତ ସମସ୍ତଙ୍କର ଉତ୍କଣ୍ଠା ଆଉ ସନ୍ଦେହକୁ ଦୃଢ଼ କରି ଶୁଣାଗଲା ଜଣକର ବିକଳ କାନ୍ଦଣା । ସେଇ କାନ୍ଦଣାଟା କ୍ରମେ କ୍ରମେ ପାଖେଇ ଆସୁଥିଲା । ଉକ୍ତ ଲୋକଟି ଯେମିତି କାନ୍ଦି କାନ୍ଦି କହୁଥିଲା–‘‘ନା, ନା, ମୋ’ ମାଲିକ ମରି ନାହାନ୍ତି, ସେ କେବେ ମରି ନାହାନ୍ତି ।’’

 

ଶ୍ରୀହରିବାବୁଙ୍କ ସମେତ ସମସ୍ତେ ଯନ୍ତ୍ରବତ୍‌ ଛିଡ଼ା ହେଇପଡ଼ି ସେହି କାନ୍ଦଣା ଶବ୍ଦ ପାଖେଇ ଆସୁଥିବା ଦିଗକୁ ଅନେଇ ରହିଲେ । ପ୍ରବଳ ଜନସମୁଦ୍ରର ଭିଡ଼ ଚାରିଜଣ ମୋଟା ଲୋକ ଦ୍ରୁତଗତିରେ ଆଗେଇ ଆସୁଥିଲା । ସେ ଏକଦମ ପାଖେଇ ଆସିବାରୁ ସମସ୍ତଙ୍କ ପାଟିରୁ ଏକାସାଙ୍ଗେ ଯନ୍ତ୍ରବତ୍‌ ବାହାରି ପଡ଼ିଲା–‘‘ଆରେ ଏଇ ଯେ ହନୁମାନ ପ୍ରସାଦ ।’’

 

ତେବେ କ’ଣ ମୃଗାଙ୍କବାବୁ ପୋଡ଼ି ମରିଚନ୍ତି ?

 

ହଠାତ ଶ୍ରୀହରିବାବୁଙ୍କୁ ପାଟିରୁ ବାହାରି ପଡ଼ିଲା–‘‘ସ୍ୱଚ୍ଛସଲିଳବାବୁ । ଜଙ୍ଗଲର ଯେଉଁ ରହସ୍ୟ ପଛରେ ଆପଣ ଗୋଡ଼େଇ ଥିଲେ ସେଇ ଜଙ୍ଗଲର ରହସ୍ୟଟା ଏଇଠି ଏତିକିରେ ଶେଷ ହେଇଗଲା–

 

କୌଣସି ଉତ୍ତର ଦେଲେନି ସ୍ୱଚ୍ଛସଲିଳବାବୁ । ସେ ସେମିତି କାଷ୍ଠବତ୍‌ ଛିଡ଼ା ହେଇ ଚାହିଁ ରହିଥିଲେ ପ୍ରସାଦ ଆଡ଼କୁ ।

 

ହନୁମାନ ପ୍ରସାଦ ବିକଳରେ ଚିତ୍କାର କରି କରି ଆଗେଇ ଆସୁଥିଲା ।

Image